IPL 2020: ଦିନେଶ କାର୍ତ୍ତିକ ଛାଡିଲେ ଅଧିନାୟକ ପଦବୀ, କହିଲେ କାରଣ କଣ ? ଜାଣନ୍ତୁ କିଏ ହେବ ନୂଆ ଅଧିନାୟକ ।

କୋଲକାତା ଏବେ ପର୍ଯ୍ୟନ୍ତ ଠିକ ସଂଯୋଜନ ଖୋଜିପାରିନାହିଁ। ଖାସ କରି ତାଙ୍କ ବ୍ୟାଟିଂରେ ପ୍ରଦର୍ଶନ ବହୁତ ଖରାପ ହୋଇଛି। ଦିନେଶ କାର୍ତ୍ତିକ ଗୋଟେ ମ୍ୟାଚରେ ଅର୍ଦ୍ଧଶତକ ମାରିଥିଲେ ହେଁ ତାଙ୍କର ଆଉ ଯଲୱା ଦେଖିବାକୁ ମିଳୁନାହିଁ।

Google

କୋଲକାତା ନାଇଟ ରାଇଡରସ ଟିମରେ ଏବେ ବଡ଼ ପରିବର୍ତ୍ତନ ଆସିଛି। ଟିମ ମ୍ୟାନେଜମେଣ୍ଟ କହିଛନ୍ତି କି ଦିନେଶ କାର୍ତ୍ତିକ ତାଙ୍କ ଅଧିନାୟିକତ୍ୱ ଇୟନ ମୋର୍ଗାନଙ୍କୁ ଦେଇଛନ୍ତି। ନାଇଟ ରାଇଡରସ ଏକେ ବୟାନରେ କହିଛି :-“ଦିନେଶ କାର୍ତ୍ତିକ କେକେଆର ଟିମ ମ୍ୟାନେଜମେଣ୍ଟକୁ କହିଛନ୍ତି କି ସେ ତାଙ୍କ ବ୍ୟାଟିଂରେ ଧ୍ୟାନ ଦେବା ପାଇଁ ଓ ଟିମର ଉଦ୍ଦେଶ୍ୟ ପୁରା କରିବା ପାଇଁ ସେ ଇୟନ ମୋର୍ଗାନଙ୍କୁ କ୍ୟାପେଟେନସିପର ଦାୟୀତ୍ୱ ଦେଇଦେଲେ”।

ଦିନେଶ କାର୍ତ୍ତିକ ଆଇପିଏଲର ଏହି ସିଜିନରେ କେବଳ ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି । ହେଲେ ଏହାପରେ ସେ ଭଲ ପ୍ରଦର୍ଶନ କରିପାରିନାହାନ୍ତି । ହେଲେ କୋଲକାତା ୭ ଟି ମ୍ୟାଚରୁ ୪ ଟିରେ ବିଜେତା ହୋଇ ପଇଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି ।

ଆଜି କେକେଆର ଓ ମୁମ୍ବାଇର ମ୍ୟାଚ :

ଆଇପିଏଲର ୧୩ ତମ ସିଜିନର ଆଜି ମ୍ୟାଚରେ ପୂର୍ଵ ସିଜିନର ବିଜେତା ମୁମ୍ବାଇ ଇଣ୍ଡିଆନସର ସାମ୍ନା କୋଲକାତା ନାଇଟ ରାଇଡରସ ମଧ୍ୟରେ ରହିଛି। ଏହା ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ବିଜେତା ହୋଇଥିଲା।ମୁମ୍ବାଇ ଏବେ ଭଲ ଫର୍ମରେ ଅଛି ସେଥିପାଇଁ ମୁମ୍ବାଇର ଜିତିବା ଆଶଙ୍କା ଅଧିକ ଅଛି। ଏହାର ମୁଖ୍ୟ କାରଣ ହେଉଛି ମୁମ୍ବାଇ ଟିମର ସୁନ୍ତୁଳନ ଓ ଭଲ ଫର୍ମ।

Google

କୋଲକାତା ଏବେଯାଏ ନିଜ ଟିମରେ ଠିକ ସନ୍ତୁଳନ କରିପାରିନାହିଁ । ଖାସ କରି ତାର ବ୍ୟାଟିଂରେ ପ୍ରଦର୍ଶନ ଭଲ ନାହିଁ । ଏବେ କେକେଆରକୁ ଭଲ ଓପ୍ନର ମିଳିନାହାନ୍ତି । ଶୁଭମନ ଗିଲ ଓ ସୁନିଲ ନାରିନଙ୍କ ସହ କିଛି ମ୍ୟାଚ ଓପନିଂ କରିଥିଲେ ପରେ ରାହୁଲ ତ୍ରିପାଠୀଙ୍କ ସହ ଗିଲ ଓପନିଂ କରିଥିଲେ । ଏହି ଯୋଡି ଖୁବ ଭଲ କରିଥିଲା ହେଲେ ପୂର୍ଵ ମ୍ୟାଚରେ ଟନ ବାଂଟମଙ୍କୁ ଓପନିଂ କରିବାର ମୋୖକା ମିଳିଥିଲେ ହେଁ ସେ କିଛି ଖାସ କରିପାରିନଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *