କଥାରେ ଅଛି କି ବୟସ କେବଳ ଏକ ଅଙ୍କ ଅଟେ ଆଉ ଏହାକୁ ସାବ୍ୟସ୍ତ କରିଛନ୍ତି ଦିନେଶ କାର୍ତ୍ତିକ। ତେବେ ତାଙ୍କୁ ଭାରତ ବନାମ ଇଂଲଣ୍ଡର ଦିନିକିଆ ସିରିଜର ବାହାର କରା ଯାଇଥିଲା ଆଉ ତାହାପରେ ତାଙ୍କୁ ଭାରତୀୟ ଟିମର କ୍ୟାପଟେନ କରା ଯାଇଥିଲା ଯାହାଭିତରେ କି ସେମାନେ ଇଂଲଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିଥିଲେ।

ତେବେ ତାଙ୍କର ଅଧିନାୟକ ପଦବୀ ଭିତରେ ଭାରତୀୟ ଟିମ ମ୍ୟାଚ ଜିତିଥିଲା ଆଉ ତାହାପରେ କାର୍ତ୍ତିକ ଭାବୁକ ହେଇ ଯାଇଥିଲେ ଆଉ କହିଥିଲେ ଏହି ସବୁ। ତାଙ୍କୁ ଭାରତୀୟ ଟିମରେ ଡେବ୍ୟୁ କରିବାର ୧୮ବର୍ଷ ହେଇ ସାରିଛି ଆଉ ତାହା ଭିତରେ ସେ ନିଜର ଡେବ୍ୟୁ କରିଥିଲେ। ତାହାପରେ ଏମ ଏସ ଧୋନି ଆସିଲେ ଆଉ ତାଙ୍କ କ୍ୟାରିଅର ତଳ ଉପର ହେବାକୁ ଲାଗିଲା।
ତାଙ୍କୁ ୱିକେଟ କିପର ଭାବେ ଟିମରେ ବହୁତ କମ ସୁଯୋଗ ମିଳିଲା ମାତ୍ର ଏବେ ତାଙ୍କୁ ତାଙ୍କ ଟିମରେ ସୁଯୋଗ ମିଳି ସାରିଛି। ତାଙ୍କୁ ଟି ଟ୍ୱେଣ୍ଟି ଟିମରେ ସାମିଲ କରା ଯାଇଛି ଆଉ ସେ ଏହା ଆଗରୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ମଧ୍ୟ ଭାରତୀୟ ଟିମର ଅଂଶ ରହି ସାରିଛନ୍ତି ଆଉ ଏହା ଆଗରୁ ମଧ୍ୟ ସେ ଆୟରଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଟିମ ସହ ଉଡାଣ ଭରିଥିଲେ। ସେଠାରେ ତାଙ୍କ ପ୍ରଦର୍ଶନ ବହୁତ ଉନ୍ନତ ଥିଲା ଆଉ ସେ ଏବେ ଇଂଲଣ୍ଡରେ ମଧ୍ୟ ଟି ଟ୍ୱେଣ୍ଟି ଖେଳୁଥିବାର ନଜର ଆସିବେ।
ହାର୍ଦିକ ପାଣ୍ଡ୍ୟାଙ୍କର ଅନୁପସ୍ଥିତିରେ ତାଙ୍କୁ ଅଧିନାୟକ ପଦବୀ ଦିଆ ଯାଇଥିଲା ଆଉ ସେ ଅଧିନାୟକ ଭାବେ ପ୍ରଥମ ମ୍ୟାଚ ଖେଳିବା ପରେ ବହୁତ ଖୁସି ଥିଲେ। ସେ ନିଜର ଖୁସି ସୋସିଆଲ ମିଡ଼ିଆ ଦ୍ୱାରା ପ୍ରକାଶ କରିଥିଲେ। କାର୍ତ୍ତିକ ଲେଖିଲେ, “ଟିମ ସହ ବହୁତ ସମୟ ଯାଏ ରହିଲି ମାତ୍ର ଏହା ପ୍ରଥମ ଥର କି ମୋତେ ଟିମର ଅଧିନାୟକ ହେବାର ପଦବୀ ମିଳିଲା। ଏହା ଏକ ଅଭ୍ୟାସ ମ୍ୟାଚ ଥିଲା ମାତ୍ର ତାହା ବହୁତ ସ୍ପେଶାଲ ଗେମ ଥିଲା ଆଉ ଏବେ ମୁଁ ବହୁତ ସମ୍ମାନିତ ଅନୁଭବ କରୁଛି।ସର୍ବଦା ମୋତେ ସପୋର୍ଟ କରୁଥିବା ଲୋକମାନଙ୍କୁ ତଥା ମୋର ସମର୍ଥକ ମାନଙ୍କୁ ମୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛି। ଏହି ଟିମର ଏକ ଅଂଶ ରହିଥିବାର ଗର୍ବିତ।”

ଡର୍ବୀଶାୟାରଙ୍କ ବିପକ୍ଷରେ ଖେଳା ଯାଇଥିବା ଅଭ୍ୟାସ ମ୍ୟାଚରେ ଭାରତୀୟ ଟିମକୁ ବିଜୟ ଲାଭ ହେଇଥିଲା ଯାହା ଭିତରେ ଦୀପକ ହୁଡ୍ଡା ,ସଂଜୁ ସାମସନ ଆଉ ସୂର୍ଯ୍ୟ କୁମାର ଯାଦବ ଦମଦାର ପ୍ରଦର୍ଶନ କଲେ। ତାଙ୍କର ବଡ଼ ଭୂମିକା ଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।