ଶାହାରୁଖ ଖାନ ଦିନେଶ କାର୍ତ୍ତିକଙ୍କୁ ନେବା ପାଇଁ ପଠାଇଥିଲେ ପ୍ରାଇଭେଟ ଜେଟ, ଶାହାରୁଖଙ୍କୁ ନେଇ କାର୍ତ୍ତିକ ଦେଲେ ଏହି ମନ୍ତବ୍ୟ

ଶାହାରୁଖ ଖାନଙ୍କୁ ଏମିତି ହିଁ କିଙ୍ଗ ଖାନ କୁହାଯାଇନାହିଁ ବରଂ ତାଙ୍କୁ ତାଙ୍କର ଅଭିନୟ ଓ ସୁନ୍ଦର ଲାଇଫ ଷ୍ଟାଇଲ ପାଇଁ ଏପରି କୁହାଯାଇଥାଏ। ତାଙ୍କୁ ଏହି ସମ୍ମାନ ଏଥିପାଇଁ ଦିଆଯାଇଛି ଯାହା ସେ ଅନ୍ୟକୁ ଦେଖାଇଥାନ୍ତି। କ୍ରିକେଟର ଦିନେସ କାର୍ତିକ ଏପରି ମଣିଷ ଯିଏକି ଶାହାରୁଖ ଖାନଙ୍କ ଏପରି ମହତପଣିଆକୁ ଅନୁଭବ କରିଛନ୍ତି। ମିଡ଼ିଆ ରିପୋର୍ଟ ଅନୁସାରେ ଦିନେଶ କାର୍ତିକ ୨୦୧୮ ରୁ ଶାହାରୁଖ ଖାନଙ୍କ ଆଇପିଏଲ ଟିମ କେକେଆରର ଅଂଶ ଅଛନ୍ତି।

Google

କାର୍ତିକଙ୍କ ପାଇଁ ଏହି ତିନିବର୍ଷର ଅନୁଭବ ବହୁତ ବଢିଆ ରହିଛି ଓ ସେ କିଙ୍ଗ ଖାନଙ୍କ ସାଥ ପାଇ ନିଜକୁ ଭାଗ୍ୟଶାଳୀ ମାନିଥାନ୍ତି। ସେ ଅଳ୍ପ ଦିନ ତଳେ ଶାହରୁଖ ଖାନଙ୍କ ସହିତ ଜଡିତ କିଛି କଥା ସେୟାର କରିଛନ୍ତି। ସେ ସେହି ସମୟକୁ ମନେ ପକାଇଛନ୍ତି ଯେବେ ଶାହାରୁଖ ଖାନ ତାଙ୍କ ପାଇଁ ଏକ ପ୍ରାଇଭେଟ ଜେଟର ଆୟୋଜନ କରିଥିଲେ।

ଏକ କଥାବାର୍ତ୍ତା ସମୟରେ ଦିନେସ କାର୍ତିକ କହିଛନ୍ତି,”ଏବେ ଦୁନିଆରେ ଶାହାରୁଖ ଖାନଙ୍କ ଭଳି ହୃଦୟବାନ ଲୋକ ନହାନ୍ତି। ଦୁନିଆକୁ ତାଙ୍କ ଭଳି ଆଉ ଲୋକଙ୍କ ଆବଶ୍ୟକତା ରହିଛି। ସେ ପ୍ରକୃତରେ ଆପଣଙ୍କ ଧ୍ୟାନ ରଖିଥାନ୍ତି। ମୋର ବ୍ୟକ୍ତିଗତ ଜୀବନରେ କିଛି ହୋଇଥିଲା ଯେଉଁଥିରେ ସେ ନିଜ ପଇସା ଖର୍ଚ୍ଚ କରି ନିଜ ପ୍ରାଇଭେଟ ଜେଟରେ ଲୋକଙ୍କୁ ଚେନ୍ନାଇରୁ ଦୁବାଇ ପଠାଇଥିଲେ”।

Google

ଦିନେସ କାର୍ତିକ ଏହା ମଧ୍ୟ କହିଛନ୍ତି କିପରି ସେ ତ୍ରିନିଦାଦରେ ଶାହରୁଖ ଖାନଙ୍କ ସହିତ ସମୟ ବିତାଇଛନ୍ତି। କାର୍ତିକ କହିଛନ୍ତି,”ସେ ମତେ ଉଡାଜାହାଜରେ ତ୍ରିନିଦାଦ ନେଇଗଲେ। ଶାହରୁଖ ଖାନ କିଛି ଦିନ ପାଇଁ ସେଠି ରହିଥିଲେ। ସିପିଏଲରେ ତାଙ୍କର ଏକ ଟିମ ଅଛି ଯାହାର ନାମ ହେଉଛି ତ୍ରିନିବାଗୋ ନାଇଟ ରାଇଡ଼ର୍ସ। ମୁଁ ତାଙ୍କ ସହିତ ଥରେ ଦୁଇଥର ଖାଇବା ଖାଇଥିଲି। ମୁଁ ତ୍ରିନିଦାଦର ଗଳିରେ ବଡାପାୱ ଖାଉଥିଲି। ତ୍ରିନିଦାଦରେ ତାଙ୍କର ବହୁତ ଫ୍ୟାନ୍ସ ଅଛନ୍ତି। ସେଠାରେ ମଧ୍ୟ ତାଙ୍କୁ ଟୋପି ପିନ୍ଧି ଚାଲିବାକୁ ପଡୁଥିଲା। ମୋର ସବୁ କଥା ମନେ ନାହିଁ ସତ କିନ୍ତୁ କିଛି ଏପରି ଜିନିଷ ଅଛି ଯାହା ଆପଣ କେବେ ଭୁଲି ପାରିବେ ନାହିଁ ଓ ମୁଁ ତାଙ୍କ ସହ ଯେଉଁ ସମୟ ବିତାଇଥିଲି ତାହା ବହୁତ ସୁନ୍ଦର ଥିଲା”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *