ପ୍ରଶାସନ ଫୋକସ୍‌ରେ ଜିଲା ଚିକିତ୍ସାଳୟ ।

ପ୍ରଶାସନ ଫୋକସ୍‌ରେ ଜିଲା ଚିକିତ୍ସାଳୟ ।, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown

ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟସେବାର ପ୍ରାଣକେନ୍ଦ୍ର ଜିଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ବିକାଶ ଏବଂ ଅତ୍ୟାବଶ୍ୟକ ସେବା ବ୍ୟବସ୍ଥା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି । ଖୁବ୍‌ଶୀଘ୍ର ଏଠାରେ ଏମ୍‌ଆରଆଇ, ସିଟିସ୍କାନ୍‌ ଭଳି ଜରୁରୀ ସେବା ଉପଲବ୍ଧ ହେବ । ଏଥିଲାଗି ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯିବ । ଅନୁମତି ମିଳିବା ପରେ ଜିଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବ । ଏଥିସହ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶନିବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ହଲ୍‌ରେ ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ ବୈଠକରେ ନିଷ୍ପତ୍ତି ହୋଇଛି ।

ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡ଼ିଛି ଯେ, ଜିଲା ଚିକିତ୍ସାଳୟ ପରିସରରେ ପାର୍କିଂ ଏରିଆ ନିର୍ମାଣ ପାଇଁ ୧୮ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି ।

Odisha Govt signs four MoUs for better Healthcare Services ...
Google

ସ୍ବାସ୍ଥ୍ୟକେନ୍ଦ୍ରରୁ ୫୫ନଂ. ଜାତୀୟ ରାଜପଥକୁ ସଂଯୋଗ ଲାଗି ରାସ୍ତା ନିର୍ମାଣ ହେବ । ସେହିପରି ଭେଣ୍ଡିଂ ଜୋନ୍‌ ଓ ଶୌଚାଳୟ ସମ୍ମୁଖରେ ସ୍ଥାୟୀ ରାସ୍ତା ତିଆରି କରାଯିବ । ରୋଗୀଙ୍କ ଆଟେଣ୍ଡାଣ୍ଟ ପାଇଁ ବିଶ୍ରାମଗୃହ ନିର୍ମାଣ କରାଯିବ ।

ପାନୀୟଜଳ ସମସ୍ୟାର ସମାଧାନ ଲାଗି ଦୁଇଟି ବୋରଓ୍ବେଲ ଖୋଳାଯିବ । ଏଥିଲାଗି ଅଟକଳ ପ୍ରସ୍ତୁତ କରିବା ନିମନ୍ତେ ଜନସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ବାଦ୍‌ ଦେଲେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀଙ୍କ ପାଇଁ ରୋଷେଇ ଘର, ଲଣ୍ଡ୍ରି ବ୍ୟବସ୍ଥା କରାଯିବ ବୋଲି ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ବୈଠକରେ ଏଡିଏମ୍‌ଓ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଡା. ଅଭୟ ଦାସ, ଜାତୀୟ ସ୍ବାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଜିଲା ଚିକିତ୍ସାଳୟରେ ଏମ୍‌ଆରଆଇ, ସିଟିସ୍କାନ ସୁବିଧା ନ ଥିବାରୁ ରୋଗୀମାନେ ସମସ୍ୟା ଭୋଗୁଛନ୍ତି । ଆବଶ୍ୟକସ୍ଥଳେ ସେମାନଙ୍କୁ ଅନୁଗୋଳ ଏବଂ କଟକ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡୁଛି । ଏ ନେଇ ଜିଲାପାଳ କୁହନ୍ତି, ସ୍ବାସ୍ଥ୍ୟକେନ୍ଦ୍ରର ଜରୁରୀ ଆବଶ୍ୟକତାକୁ ଦେଖି ସମସ୍ତ ବ୍ୟବସ୍ଥା କରାଯିବ । ଏଥିଲାଗି ଉଦ୍ୟମ ଜାରି ରହିଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *