ଗରିବ ମହିଳାଙ୍କ ଘରେ ଅଚାନକ ପହଁଚିଲେ ଡ଼ିଏମ, ଖାଇବା ଖାଇଲେ ଆଉ ଗଲା ବେଳେ…….

କୁହାଯାଇଛି କି ଭଗବାନଙ୍କ ଘରେ ଡେରି ଅଛି କିନ୍ତୁ ଅନ୍ଧକାର ନାହିଁ। କିଛି ଏହିପରି ହେଲା ଏହି ୮୦ ବର୍ଷୀୟ ବୃଦ୍ଧା ମାଙ୍କ ସହିତ। ଏକ ଛୋଟ ଘରେ ପୁରା ଏକା। ଅନେକ ଦିନରୁ ଭୋକରେ ଓ ରୋଗ ଅବସ୍ଥାରେ ପଡିଥାଏ। ତାଙ୍କର ଖାଇବା ପିଇବା ,ଉଠିବା ବସିବା ବହୁତ କଷ୍ଟଦାୟକ ଅଟେ। ପ୍ରତିସମୟରେ ଭଗବାନଙ୍କୁ ନେଇଯିବା ପାଇଁ ପାର୍ଥନା କରୁଛନ୍ତି। ଗରିବ କାରଣରୁ ତାଙ୍କୁ ଅନେକ କଷ୍ଟ ଉଠାଇବା ପାଇଁ ପଡୁଥିଲା କିନ୍ତୁ ଦିନେ ଭଗବାନ ତାଙ୍କ ଡାକ ଶୁଣିନେଲେ। ଏହି ଖବର ତାମିଲନାଡୁର କରୁର ଜିଲ୍ଲାର ଡ଼ିଏମ ଟି ଅମ୍ବାଜଗେନଙ୍କୁ ଜଣାପଡିଲା। ଏହି ଦୟାଳୁ ଆଇଏଏସ ଅଫିସର ନିଜ ପତ୍ନୀଙ୍କ ଦ୍ଵାରା ଟିପିନ ପ୍ରସ୍ତୁତ କରି ବାହାରି ପଡ଼ିଥାନ୍ତି ଚିତ୍ରମାଲନିକିକେନ ପଥୀ ସ୍ଥିତ କୁଣ୍ଡିଆରେ ବୁଢ଼ୀ ମା ପାଖରେ।

Suddenly Dm Saheb arrives at poor woman's house, ate food, on the go Indira Awas and old age pension
Google
ଅତିଥି ରୂପରେ ଛିଡା ହୋଇଥିଲେ ଅଫିସର:

ସେହି ବୁଢ଼ୀ ମାଙ୍କ ସହିତ ପଡୋଶୀ ମାନେ ମଧ୍ୟ ଆଖି ମିଶାଇ ନଥାନ୍ତି। କିଛି ସମୟରେ ତାଙ୍କ କୁଡ଼ିଆ ଆଗରେ ଜିଲ୍ଲାର ଡ଼ିଏମ ଛିଡାହୁଅନ୍ତି। ବୁଢ଼ୀ ମା ଜଣକ ଜାଣିପାରନ୍ତି ନାହିଁ ଶେଷରେ କଥା କଣ । ଡ଼ିଏମ ବୁଢ଼ୀ ମାଙ୍କୁ କୁହନ୍ତି-ବୁଢ଼ୀ ମା ଆପଣଙ୍କ ପାଇଁ ଘରୁ ଖାଇବା ଆଣିଛି ,ଚାଲନ୍ତୁ ଖାଇବା।ବୁଢ଼ୀ ମା ଡ଼ିଏମ ବାବୁଙ୍କ ସହିତ କଦଳୀ ପତ୍ରରେ ଖାଇବା ଖାଇଲେ।

ଡ଼ିଏମ କହିଲେ-ବହୁତ ଭଲ:

ବୁଢ଼ୀ ମାଙ୍କ ଘରେ ବାସନ ନଥିବାରୁ ସେ କହିଲେ ସାହବ ଆମ ଘରେ ଆମେ କଦଳୀ ପତ୍ରରେ ହିଁ ଖାଇବା ଖାଇଥାଉ।ଡ଼ିଏମ କହିଲେ ବହୁତ ଭଲ। ଆଜି ମୁଁ କଦଳୀ ପତ୍ରରେ ହିଁ ଖାଦ୍ୟ ଖାଇବି କିନ୍ତୁ କାମ ସେତିକିରେ ସରିନଥାଏ। ପୁଣି ଯିବା ସମୟରେ ଡ଼ିଏମ ବୃଦ୍ଧା ଅଵସ୍ଥାର ପେନସନ କାଗଜ ଦେଇଥାନ୍ତି।

Collector Anbalagan Visit Old Woman House And Do Lunch - Sakshi
Google

ଆଗକୁ ଡ଼ିଏମ କହିଲେ ଆପଣଙ୍କୁ ବ୍ୟାଙ୍କ ପର୍ଯ୍ୟନ୍ତ ଯିବାକୁ ପଡ଼ିବନି ପେନସନ ଘରକୁ ହିଁ ଆସିବ। ଡ଼ିଏମ ଗାଡିରେ ବସିକରି ଚାଲିଯାଆନ୍ତି, ଆଖିରେ ଲୁହ ନେଇ ବୁଢ଼ୀ ମା ଆଶ୍ଚର୍ଯ୍ୟ ହୋଇ ରହିଯାଏ। ଆଖପାଖର ଲୋକ ବି କେବଳ ଦେଖିକି ଆଶ୍ଚର୍ଯ୍ୟ ହୋଇ ରହିଯାଇଥାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *