● ରାତିରେ ଭଲ ନିଦ ପାଇଁ ଆବଶ୍ୟକକି କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଧ୍ୟାନ ରଖିବା ଉଚିତ।

● ଖାଇବା ପିଇବା ଓ ଖାଦ୍ୟ ଚୟନରେ ଅବହେଳା ଅଶୁବିଧା ସୃଷ୍ଟି କରିପାରେ।
କେବେ କେବେ ଆମକୁ ଅଧରାତିରେ ସ୍ନାକ୍ସ ଖାଇବା ପାଇଁ ବହୁତ ଇଚ୍ଛା ହୋଇଥାଏ। କିଛି ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ନକାରାତ୍ମକ ପ୍ରଭାବ ସୃଷ୍ଟି କରିପାରେ।କିଛି ଖାଦ୍ୟ ଅଛି ଯାହାକୁ ଶୋଇବା ପୂର୍ବରୁ ଖାଇଲେ ଏହା ଆପଣଙ୍କ ନିଦ ଉପରେ ଖରାପ ପ୍ରଭାବ ପକାଇଥାଏ।ଶୋଇବା ପୂର୍ବରୁ କିଛି ଖାଦ୍ୟ ଖାଇବା ଉଚିତ ନୁହେଁ।
ପତ୍ରଯୁକ୍ତ ପନିପରିବା:-
ପତ୍ରଯୁକ୍ତ ପନିପରିବା ଯେପରି ବ୍ରୋକଲି, କୋବି, ବନ୍ଧା କୋବି, ଖାଇବା ଠିକ କିନ୍ତୁ ଶୋଇବା ପୂର୍ବରୁ ଖାଇବା ଉଚିତ ନୁହେଁ। ଏହା ନିଦ ଉପରେ ଖରାପ ପ୍ରଭାବ ପକାଇଥାଏ କାରଣ ଏହି ଫ୍ରାଇବରକୁ ହଜମ ପାଇଁ ପେଟକୁ ସଂଘର୍ଷ କରିବାକୁ ପଡିଥାଏ। ଏଥିପାଇଁ ଶୋଇବା ର ଅଧିକ ସମୟ ପୂର୍ବରୁ ଏହାକୁ ଖାଆନ୍ତୁ ଯାହା ଦ୍ୱାରା ହଜମ ହେବ ପାଇଁ ଅଧିକ ସମୟ ମିଳିପାରିବ।
ଆଇସକ୍ରିମ ଓ ଅଧିକ ମିଠାଯିକ୍ତ:-
ଶୋଇବା ପୂର୍ବରୁ ଆଇସକ୍ରିମ ଖାଇବାକୁ ଭଲ ଲାଗିଥାଏ ସତ କିନ୍ତୁ ପରେ ଏହା ଆପଣଙ୍କ ନିଦରେ ବାଧା ସୃଷ୍ଟି କରିଥାଏ।ଆଇସକ୍ରିମ ମଧ୍ୟ ହଜମ ହେବାକୁ ଅଧିକ ସମୟ ଲାଗିଥାଏ ଯାହା ଦ୍ୱାରା ଶୋଇବା ପରେ ମଧ୍ୟ ଶରୀର ଏହାକୁ ହଜମ କରିବା ପାଇଁ କାମରେ ଲାଗିଥାଏ। ଅଧିକ ମିଠା ଆପଣଙ୍କ ଉର୍ଜା ବଢାଇବା କାମ ମଧ୍ୟ କରିଥାଏ। ଯାହା ଦ୍ୱାରା ଆପଣଙ୍କୁ ଆରାମରେ ନିଦ ଆସିନଥାଏ। ଏହି ସବୁ ଆପଣଙ୍କ ନିଦକୁ ଖରାପ କରିଥାଏ ତେଣୁ ଶୋଇବା ପୂର୍ବରୁ କୈଡ଼ି ବାର, ଆଇସିକ୍ରିମ, କେକ ଆଦି ସେବନ କରନ୍ତୁ ନାହିଁ।
/easy-chocolate-ice-cream-recipe-1945798-hero-01-45d9f26a0aaf4c1dba38d7e0a2ab51e2.jpg)
ଖଟା ଫଳ ଓ ଟମାଟର:-
ଟମାଟର ଖାଇବା ଦ୍ଵାରା ମଧ୍ୟ ଏହାର ନକରାତ୍ମକ ପ୍ରଭାବ ଆପଣଙ୍କ ନିଦ ଉପରେ ପଡିଥାଏ। ଏହା ଏମିନୋ ଏସିଡର ଏକ କିସ୍ମ ଟାଇରେମିନ ପାଇଁ ମୁଖ୍ୟ ରୂପରେ ହୋଇଥାଏ।ଏହା ଆପଣଙ୍କ ମତିଷ୍କର ସକ୍ରିୟତାକୁ ବଢାଇଦେଇଥାଏ ଓ ନିଦକୁ ବିଳମ୍ବ କରିଥାଏ। କେହି କହିନଥାନ୍ତି କି ଖଟା ଫଳ ଶରୀର ପାଇଁ ଖରାପ ହୋଇଥାଏ କିନ୍ତୁ ଅତ୍ୟଧିକ ଭିଟାମିନ-ସି ଶୋଇବା ପୂର୍ବରୁ ଖାଇବା ଉଚିତ ନୁହେଁ। ଖଟା ଫଳ ସହଜରେ ହଜମ ନହେବା ଦ୍ଵାରା ଏସିଡିଟି ହୋଇଥାଏ ଓ ଛାତିରେ ଜଳାପୋଡା ହୋଇଥାଏ। ଏହା ଆପଣଙ୍କ ନିଦ ଖରାପ କରିବା ସହିତ ଲଗାତର ଜଳାପୋଡା ଦ୍ଵାରା ଆପଣଙ୍କ ଆଗାମୀ ଦିନ ମଧ୍ୟ ଖରାପ ହୋଇଥାଏ।

ଆଲକୋହଲର ସେବନ:-
ହୋଇପାରେ ଏକ ଗ୍ଲାସ ମଦ ଆପଣଙ୍କ ବାଧା ଦୂର କରିପାରେ କିନ୍ତୁ ଶୋଇବା ପୂର୍ବରୁ ମଦ ସେବନ କରିବା ଦ୍ୱାରା ଆପଣଙ୍କ ନିଦ ଉପରେ ଏହା ପ୍ରଭାବ ପକାଇଥାଏ।ହୁଏତ ଆପଣ ଏକ ଗ୍ଲାସ ମଦ ପିଇବା ପରେ ସୋଇପଡିବେ କିନ୍ତୁ ଆଗାମୀ ଦିନ ଆପଣଙ୍କୁ ଥକିବା ଅବସ୍ଥାରେ ଉଠିବାକୁ ପଡିବ।
କୈଫିନ ଯୁକ୍ତ ଡ୍ରିକ୍ସ ଓ ଚକୋଲେଟ:-
ଆମେ ସମସ୍ତେ ଜାଣିଛୁ କି ଶୋଇବାକୁ ଯିବା ପୂର୍ବରୁ କୈଫିନ ଯୁକ୍ତ ଡ୍ରିକ୍ସ ପାଇବା ଉଚିତ ନୁହେଁ ଏହା ଆମ ନିଦରେ ବାଧା ସୃଷ୍ଟି କରିଥାଏ। କିନ୍ତୁ ଏହି ମାମଲା ଚକୋଲେଟ ସହିତ ମଧ୍ୟ ହୋଇଥାଏ। ଚକୋଲେଟରେ ଥିବ କୈଫିନ ଓ ଏମିନୋ ଏସିଡ ସାବଧାନ କରିଥାଏ। ସେଥିପାଇଁ ରାତିରେ ନଖାଇ ଚକୋଲେଟକୁ ଦିନରେ ଶକ୍ତି ବଢ଼ାଇବା ପାଇଁ ଖାଇବା ଉଚିତ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।