ଘର ଲୋକଙ୍କ ବିପକ୍ଷରେ ଯାଇକି ପାଠ ପଢୁଥିଲେ ଉମୁଲ ଖେର, ଏବେ ବନିଲେ ଏହି ଅଫିସର । ସମସ୍ତେ ମାରୁଛନ୍ତି ସାଲୁଟ ।

ନିଜର ଆର୍ଥିକ ପରିସ୍ଥିତିର ବାହାନା ଦେଖେଇ ନିଜର ବିଫଳତାକୁ ଲୁଚାଉଥିବା ଲୋକ ମାନଙ୍କ ପାଇଁ ଉମୁଲ ଖେର ଜଣେ ଉଦାହରଣ ଅଟେ। ତାଙ୍କ ଜୀବନସ ସଂଘର୍ଷ ତଥା ସଂଗ୍ରାମ କଥା ସଭିଙ୍କ ପାଇଁ ଏକ ପ୍ରେରଣା। ସେ ଦିଲ୍ଲୀର ସ୍ଲମ ଏରିଆର ଆଇଏଏସ ଅଫିସର ଅଟନ୍ତି।

Google
ବାପା ସଡକ ପାଖରେ ଠେଲା ଲଗାଉଥିଲେ:

ଉମୁଲ ମିଡିଆଙ୍କୁ କହିଲେ କି ତାଙ୍କର ଅସଲି ଘର ରାଜସ୍ଥାନର ପାଳି ମାରୱାର୍ଡ ଅଟେ। ବହୁତ ବର୍ଷ ଆଗରୁ ସେ ଆଉ ତାଙ୍କ ପରିବାର ଦିଲ୍ଲୀ ଆସିଯାଇଥିଲେ। ସେ ନିଜମ୍ମୁଦ୍ଦିନ ସ୍ଲମରେ ଏକ ଝୋପଡି ଘରେ ରହୁଥିଲେ ଓ ତାଙ୍କ ପିତା ସଡକ ପାଖରେ ଠେଲା ଲଗାଉଥିଲେ।

ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ନଥିଲା:

୨୦୦୧ରେ ନିଜମ୍ମୁଦ୍ଦିନ ସ୍ଲମ ଏରିଆ ହଟେଇ ଦିଆଗଲା ଯାହାଦ୍ୱାରା ଉମୁଳ ଙ୍କର ପରିବାର ଘରହିନ ହେଇଗଲେ। ସେମାନେ ଦିଲ୍ଲୀର ତ୍ରିଲୋକପୁର ଏରିଆ ଆସିଲେ ଆଉ ଏକ ଭଡା ଘରେ ରହିବାକୁ ଲାଗିଲେ। କିଛିଦିନ ପରେ ତାଙ୍କ ବାପାଙ୍କର ବି କାମ ପଳେଇଲା ଆଉ ସେ ନିଜେ ପିଲା ମାନଙ୍କୁ ପଢେଇବାକୁ ଲାଗିଲେ ଆଉ ଘର ଖର୍ଚ୍ଚ ବି ଉଠେଇବାକୁ ଆରମ୍ଭ କଲେ।

ଜନ୍ମଜାତ ଫ୍ରାଯାଇଲ ଡିଜିଜ:

ଗରିବୀ ସହିତ ଉମୁଲଙ୍କୁ ଏକ ଜନ୍ମଜାତ ରୋଗ ବି ଥିଲା। ଏହି ରୋଗ ଦ୍ୱାରା ଉମୁଲଙ୍କର ହାଡ଼ ବହୁତ ଦୁର୍ବଳ ଥିଲା। ତାଙ୍କର ୧୬ଥର ଫ୍ରାକ୍ଚର ହେଲା ଆଉ ୮ଥର ଅପରେଶନ କରିବାକୁ ହେଲା।

Google
ମା ଙ୍କର ମୃତ୍ୟୁ ହେଇଗଲା:

ତାଙ୍କ ଜୀବନରେ ଦୁଃଖ ଦୁଇଗୁଣ ହେଇଗଲା ଯେତେବେଳେ ତାଙ୍କ ମା ଙ୍କର ପରଲୋକ ହେଇଗଲା ଆଉ ବାପା ଦ୍ୱିତୀୟ ବିବାହ କଲେ। ସାବତ ମା ଚାହୁନଥିଲେ କି ଉମୁଲ ପଢ଼ା ଜାରି ରଖନ୍ତୁ। ଏପରି ହେଲା କି ତାଙ୍କୁ ୯ମ ଶ୍ରେଣୀରେ ପାଠ ଛାଡିବାକୁ ପଡ଼ିଥାନ୍ତା।

ସେ ପଠା ନ ଛାଡି ଘର ହି ଛାଡିଦେଲେ ଆଉ ସେହି ତ୍ରିଲୋକପୁରରେ ହିଁ ଭଡା ଘର ନେଇକି ରହିଲେ ଆଉ ପିଲାଙ୍କୁ ପାଠ ପଢେଇକି ନିଜ ଖର୍ଚ୍ଚ ଚଳେଇଲେ।

ଜାପାନରେ ଆନ୍ତର୍ଜାତୀୟ ଲିଡ଼ର୍ଶିପ ପ୍ରୋଗ୍ରାମ ପାଇଁ ଚୟନ:

ଉମୁଲ ତାଙ୍କର ଅନୁଭବରୁ ଶିଖି ନେଲେ ଆଉ ପ୍ରତିକୂଳ ପରିସ୍ଥିତିରେ ବି ପାଠ ପଢିବା ପରେ ଦଶମ ରେ ୯୧% ଆଉ ଦ୍ଵାଦଶ ରେ ୯୦% ନମ୍ବର ରଖିଲେ। ଗ୍ରାଜୁଏସନ ଦିଲ୍ଲୀ ୟୁନିଭରସିଟିର ଗାର୍ଗୀ କଲେଜ ଆଉ ପିଜି ଯେଏନୟୁ ରୁ କଲେ।

Google

ଏମଫିଲ କରିବା ପରେ ସେ ଜେଆରଏଫ ବି କ୍ଲିଅର କଲେ ଆଉ ୨୦୧୪ରେ ତାଙ୍କୁ ଜାପାନରେ ଅନୁଷ୍ଠିତ ଏକ ଲିଡ଼ରଶିପ ପ୍ରୋଗ୍ରାମରେ ଚୟନ କରାଗଲା। ଏଥିରେ ପଛ ୧୮ ବର୍ଷ ଭିତରେ ମାତ୍ର ତିନି ଜଣ ଭାରତୀୟ ସିଲେକ୍ଟ ହେଇଥିଲେ ଆଉ ଉମୁଳ ତାଙ୍କ ଭିତରୁ ଚତୁର୍ଥ ଭାରତୀୟ ଭାବେ ଉଭା ହୋଇଥିଲେ।

ପ୍ରଥମ ପ୍ରୟାସରେ ସଫଳତା ଲାଭ କଲେ:

ଉମୁଲ ଜେଆରଏଫ କ୍ଲିଅର କରିବା ପରେ ୟୁପିଏସସି ର ଯୋଗାଡ଼ରେ ଲାଗିପଡିଲେ ଆଉ ତାଙ୍କର ପରିଶ୍ରମ ରଙ୍ଗ ଆଣିଲା। ସେ ପ୍ରଥମ ପ୍ରୟାସରେ ହିଁ ୪୨୦ ରାଙ୍କ ଆଣିଲେ। ଏବେ ସେ ଆସିଷ୍ଟାଣ୍ଟ କମିଶନର ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *