କାର୍ତ୍ତିକ ମାସର ପୂର୍ଣ୍ଣିମା ଏହି ବର୍ଷ ୩୦ ନଭେମ୍ବରକୁ ଅଛି।ଏହି ପୂର୍ଣ୍ଣିମାକୁ ବିଶେଷ ମନାଯାଇଅଛି ଏବଂ କୁହାଯାଉଛି କି ଏହି ଦିନରେ ଦାନ ଏବଂ ଗଙ୍ଗା ସ୍ନାନ କଲେ ଲାଭ ମିଳେ।କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ ହିଁ ଗୁରୁ ନାନକଙ୍କର ଜୟନ୍ତି ଆସେ। ଯେଉଁ କାରଣରୁ ଏହାର ମହତ୍ତ୍ୱ ବେଶି ବଢିଯାଏ।

ପୁରାଣରେ ଏହି ପୂର୍ଣ୍ଣିମାକୁ ବହୁତ ଶୁଭ କୁହାଯାଏ ଓ ପୁରାଣ ଅନୁସାରେ କାର୍ତ୍ତିକ ମାସ ବିଷ୍ଣୁଙ୍କର ପ୍ରିୟ ହୋଇଥାଏ। ଏହି ପୂର୍ଣ୍ଣିମା ଦିନ ଦେବ ଦୀପାବଳି ମଧ୍ୟ ପାଳନ କରାଯାଏ ।କାର୍ତ୍ତିକ ପୂର୍ଣ୍ଣିମାରେ ଦାନ ସ୍ନାନ ନିଶ୍ଚିନ୍ତ କରିବା କଥା ।
ପୌରାଣିକ କଥା ଅନୁସାରେ ଏହି ଦିନ ସୃଷ୍ଟିର ରଚିତା ବ୍ରହ୍ମା ବ୍ରହ୍ମାସରୋବରରେ ଅବତରିତ ହୋଇଥିଲେ। ଏହି ସ୍ଥାନରେ ବ୍ରହ୍ମାଙ୍କର ଏକ ମାତ୍ର ମନ୍ଦିର ମଧ୍ୟ ଅଛି। କୁହାଯାଏ କି କାର୍ତ୍ତିକ ପୂର୍ଣ୍ଣିମାରେ ପୁଷ୍କରିଣୀରେ ସ୍ନାନ କରିବା ଦ୍ୱାରା ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ। ଯେଉଁ ଲୋକ ଏହି ଦିନରେ ରାଜସ୍ଥାନର ପୁଷ୍କରିଣୀରେ ଯାଇ ବ୍ରହ୍ମାସରୋବରରେ ସ୍ନାନ କରନ୍ତି ଓ ବ୍ରହ୍ମାଙ୍କ ମନ୍ଦିର ଯାଆନ୍ତି ତାଙ୍କ କଷ୍ଟ ସବୁବେଳେ ପାଇଁ ଶେଷ ହୋଇଯାଏ। ଏହା କାରଣ ଅଟେ କି କାର୍ତ୍ତିକ ପୂର୍ଣ୍ଣିମା ଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଏଠାକୁ ଆସି ସ୍ନାନ କରନ୍ତି ଓ ବ୍ରହ୍ମାଙ୍କର ବିଶେଷ ପୂଜା କରନ୍ତି ।
ଯଦିଓ ଯେଉଁ ଲୋକ କୌଣସି କାରଣରୁ ଏଠାକୁ ଯାଇ ପାରନ୍ତି ନାହିଁ। ସେହି ଲୋକ ଗଙ୍ଗା ସ୍ନାନ କରି ପାରନ୍ତି ଓ ଘରରେ ହିଁ ବ୍ରହ୍ମାଙ୍କର ପୂଜା କରନ୍ତୁ। ଗଙ୍ଗା ସ୍ନାନ କରିବା ଦ୍ୱାରା ମଧ୍ୟ ମନୁଷ୍ୟକୁ ମୌକ୍ଷ ପ୍ରାପ୍ତି ହୋଇଥାଏ । ଏହି ଦିନ ସକାଳୁ ସ୍ନାନ କରିବା ପରେ ଦାନ ମଧ୍ୟ ଅବଶ୍ୟ କରିବା ଦରକାର। କାର୍ତ୍ତିକ ମାସ ପୂର୍ଣ୍ଣିମାରେ ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ଦାନରେ ଆପଣ କୌଣସି ଗରିବ ମଣିଷକୁ ଖାଇବା ଜିନିଷ, କପଡା ଓ ଅନ୍ୟ ପ୍ରକାରର ବସ୍ତୁ ଦେଇପାରନ୍ତି। କେବଳ ଏହି କଥାକୁ ଧ୍ୟାନରେ ରଖନ୍ତୁ କି ଆପଣ ସ ହୃଦୟରେ ଦିଅନ୍ତୁ।

ଦାନ କରିବା ପାଇଁ ସବୁଠୁ ପ୍ରଥମେ ଦାନ କରିଥିବା ବସ୍ତୁକୁ ନିଜ ହାତରେ ରଖନ୍ତୁ ଓ ମନରେ ବସ୍ତୁ ଦାନ କରିବାର ସଂକଳ୍ପ ନିଅନ୍ତୁ। ଏହା ପରେ ଡାହାଣ ହାତରେ ଏହି ବସ୍ତୁ ଦାନ କରନ୍ତୁ। ଆପଣ ଚାହିଁଲେ ଦାନ କରାଯାଉଥିବା କୌଣସି ବ୍ୟକ୍ତିଙ୍କୁ ଦେବା ବଦଳରେ ମନ୍ଦିରରେ ମଧ୍ୟ ଦେଇପାରନ୍ତି।
କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ମୁହୂର୍ତ୍ତ:-
କାର୍ତ୍ତିକ ପୂର୍ଣ୍ଣିମା ୨୯ ନଭେମ୍ବର ୨୦୨୦ ରାତି ୧୨ଟା ବାଜି ୪୭ ମିନିଟରେ ଆରମ୍ଭ ହୋଇଯିବ। ଯାହା କି ୩୦ ନଭେମ୍ବର ୨୦୨୦ର ରାତି ୨ଟା ବାଜି ୫୯ ମିନିଟ ପର୍ଯ୍ୟନ୍ତ ରହିବ।ପଣ୍ଡିତମାନଙ୍କ ଅନୁସାରେ ରାତିରେ ପୂର୍ଣ୍ଣିମା ତିଥି ଲାଗିବ।ଏଥିପାଇଁ ୩୦ ନଭେମ୍ବର ସକାଳକୁ ସ୍ନାନ ଏବଂ ଦାନ କରନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।