ହାର୍ଟ ଆଟାକ ହେବା ପରେ ସୌରଭ ଗାଙ୍ଗୁଲିଙ୍କ ହାର୍ଟର ଏକ ପ୍ରମୁଖ ଧମନୀରେ ଷ୍ଟେଟ ପୁରାଯାଇଥିଲା। ଏହା ଭିତରେ କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ଗାଙ୍ଗୁଲିଙ୍କୁ ଭେଟିବାକୁ ପହଁଚିଲେ,ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ବିସିସିଆଇ ଅଧକ୍ଷ ଓ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ’ଆଗାମୀ କିଛି ଦିନ ବା ସପ୍ତାହ ମଧ୍ୟରେ ପୁଣି ଏଜିଓପ୍ଲାଷ୍ଟି କରିବାକୁ ପଡିପାରେ। ଏବେ ତାଙ୍କ ଅବସ୍ଥା ଭଲ ଅଛି ଓ ତାଙ୍କୁ ମେଡ଼ିକାଲରୁ ମୁକ୍ତି ମିଳିପାରେ।ମେଡ଼ିକାଲର ଅଧିକାରୀ ଏହି ସୂଚନା ଦେଇଛନ୍ତି।ବୁଡ଼ଲେର୍ଡସ ମେଡ଼ିକାଲର ଏମଡ଼ି ଓ ସିଇଓ ରୂପାଲି ବସୁ କହିଛନ୍ତିକି ବରିଷ୍ଠ ଡାକ୍ତର ମାନଙ୍କ ଏକ ୯ ଜଣିଆ ଟିମ ସୋମବାରକୁ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟ ବିଷୟରେ ଚର୍ଚ୍ଚା କରିଛନ୍ତି ଓ ସହମତି ଜଣାଇଛନ୍ତି କି ଗାଙ୍ଗୁଲିଙ୍କ ଅବସ୍ଥା ଏବେ ସ୍ଥିର ଅଛି ଓ ସେ ଏବେ କିଛି ଦିନ ପରେ ଯାଇ ଏଜିଓପ୍ଲାଷ୍ଟି କରିବେ।
ଜଣାପଡିଛିକି ଶନିବାରକୁ ଗାଙ୍ଗୁଲିଙ୍କୁ ହାଲକା ହାର୍ଟ ଆଟାକ ଆସିଥିଲା। ଯାହା ପରେ ୪୮ ବର୍ଷୀୟ ଗାଙ୍ଗୁଲିଙ୍କୁ କୋଲକତାର ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠି ତାଙ୍କର ଏଜିଓପ୍ଲାଷ୍ଟି କରାଯାଇଥିଲା।ହାର୍ଟ ପାଖୁ ଯାଉଥିବା ତାଙ୍କର ତିନୋଟି ଧମନୀରେ ଅବରୋଧ ମିଳିଥିଲା। ଯାହାକୁ “ଟ୍ରିପଲ ବେସନ ଡିଜିଜ ଭି କୁହାଯାଇଥାଏ”। ବସୁ କହିଛନ୍ତି ଜଣାଶୁଣା ହୃଦୟରୋଗ ବିଶେଷଜ୍ଞ ଡାକ୍ତର ଦେବୀ ସେଠି ଓ ଡାକ୍ତର ଆରକେ ପାଣ୍ଡେଭି ଅନଲାଇନରେ ବୈଠକରେ ସାମିଲ ହୋଇଥିଲେ।ଓ ଏହା ସହ ଆମେରିକାର ଜଣେ ବିଶେଷଜ୍ଞ ମଧ୍ୟ ଫୋନରେ ଏହା ବିଷୟରେ ଚର୍ଚ୍ଚା କରୁଥିବା ଜଣାପଡିଛି। ବୋର୍ଡର ସଦସ୍ୟ ବସୁ କହିଛନ୍ତି,”ମେଡ଼ିକାଲ ବୋର୍ଡରୁ ଏହି ସହମତି ମିଳିଛିକି ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି। ଏବେ ଛାତିରେ ଆଉ ଦରଜ ନାହିଁ। ଏବେ ଏଜିଓପ୍ଲାଷ୍ଟିକୁ କିଛି ଦିନ ଘୁଞ୍ଚାଇଦେବା ଠିକ ହେବ”।

ବୈଠକରେ ଗାଙ୍ଗୁଲିଙ୍କ ପରିବାର ଲୋକ ମଧ୍ୟ ସାମିଲ ଥିଲେ ସେମାନଙ୍କୁ ରୋଗ ସମ୍ବଧିତ ପ୍ରକ୍ରିୟା ଓ ଆଗାମୀ ଚିକିତ୍ସା ବିଷୟରେ କୁହାଯାଇଛି। ବସୁ କହିଛନ୍ତି ,”ଏଜିଓପ୍ଲାଷ୍ଟିକି ଆଗକି କିଛି ଦିନ ବା ସପ୍ତାହ ମଧ୍ୟରେ କରିବାକୁ ହିଁ ହେବ।ତାଙ୍କୁ ସମ୍ଭବତ ଦୁଇଦିନ ଭିତରେ ମେଡ଼ିକାଲରୁ ଛଡାଯିବ”।ସେ କହିଛନ୍ତିକି ଗାଙ୍ଗୁଲିଙ୍କ ଚିକିତ୍ସା କରୁଥିବା ଡ଼ାକ୍ତର ତାଙ୍କ ସ୍ୱାସ୍ଥ୍ୟ ଉପରେ ଲଗାତର ନଜର ରଖିବେ। ମଙ୍ଗଳବାର ଦିନ ଡ଼ାକ୍ତର ଦେବୀ ସେଠି ଗାଙ୍ଗୁଲିଙ୍କୁ ଭେଟିବାକୁ ଆସିପାରନ୍ତି।ଆଗକୁ ଚିକିତ୍ସା ପାଇଁ ଆଉଏକ ବୈଠକ ହେବ।
ହାର୍ଟ ଆଟାକ ହେବା ପରେ ସୌରଭ ଗାଙ୍ଗୁଲିଙ୍କ ହାର୍ଟର ଏକ ପ୍ରମୁଖ ଧମନୀରେ ଷ୍ଟେଟ ପୁରାଯାଇଥିଲା। ଏହା ଭିତରେ କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ଗାଙ୍ଗୁଲିଙ୍କୁ ଭେଟିବାକୁ ପହଁଚିଲେ। ସେ ଆଶାକରିଛନ୍ତି କି ବିସିସିଆଇ ଅଧକ୍ଷ ବହୁତ ଜଲ୍ଦି ଭଲ ଅବସ୍ଥାକୁ ଫେରିଆସିବେ।ସେ କହିଛନ୍ତି,”ଦାଦା ତ ଦେଶର ନାୟକ। ସେ କ୍ରିକେଟରେ ଅନେକ ଥର ଅନେକ ପରିସ୍ଥିତି ଦେଖିଛନ୍ତି ଓ ଅନେକ ଥର ବିରୋଧିଙ୍କୁ ପରାସ୍ତ କରିଛନ୍ତି। ଏଥର ମଧ୍ୟ ସେ ଏହିପରି କରିବେ”।
ଠାକୁର କହିଛନ୍ତି,” ଆଜି ଯେବେ ମୁଁ ସୌରଭଙ୍କୁ ଭେଟିଲି ସେ ହସୁଥିଲେ। ସେ ଠିକ ଲାଗୁଥିଲେ। ମୁଁ ଜାଣିଛି ସେ ଜଲ୍ଦି ଠିକ ହୋଇଯିବେ ଓ ଭାରତୀୟ କ୍ରିକେଟକୁ ଏକ ନୂଆ ସ୍ତରରେ ପହଞ୍ଚାଇବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ତାଙ୍କୁ ବହୁତ ଭୂମିକା ଗ୍ରହଣ କରିବାକୁ ହେବ।ପ୍ରଥମ ତ ବିସିସିଆଇ ଏହା ପରେ ଦେଶର ଅନ୍ୟ କ୍ଷେତ୍ରରେ ବି”। ବିସିସିଆଇ ସଚିବ ଜୟ ସାହା ମଧ୍ୟ ଗାଙ୍ଗୁଲିଙ୍କୁ ଭେଟିଛନ୍ତି।
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଗାଙ୍ଗୁଲି ବିଜେପିରେ ସାମିଲ ହେବାଲୁ ନେଇ ଚର୍ଚା ହେଉଥିଲା ଓ ଠାକୁରଙ୍କ ଅନ୍ୟ ଆଡେ ମହତ୍ୱପୂର୍ଣ୍ଣ ଭୂମିକା କହିବାର ଅର୍ଥ ସେହି ଆଡ଼କୁ ଇସାରା କରୁଛି କିନ୍ତୁ ଗାଙ୍ଗୁଲି ଏବେ ପର୍ଯ୍ୟନ୍ତ ରାଜନୀତିରେ ଆସିବାକୁ ନେଵା କୌଣସି କଥା କହିନହାଁନ୍ତି।ତାଙ୍କର ଭଲ ସାଙ୍ଗ ଓ ସିପିଆଇ -ଏମ ନେତା ଅଶୋକ ଭଟ୍ଟାଚାର୍ଜ୍ୟ ରବିବାରକୁ କହିଥିଲେକି ଗାଙ୍ଗୁଲିଙ୍କ ଉପରେ ରାଜନୀତିରେ ସାମିଲ ହେବାର ପ୍ରେସର ଅଛି।

ଲମ୍ବା ସମୟରୁ ଗାଙ୍ଗୁଲିଙ୍କ ପାରିବାରିକ ସାଙ୍ଗ ରହିଥିବା ଭଟ୍ଟାଚାର୍ଜ୍ୟ କହିଛନ୍ତି,”କିଛି ଲୋକ ରାଜନୀତିକ ରୂପରେ ଗାଙ୍ଗୁଲିଙ୍କ ବ୍ୟବହାର କରିବାକୁ ଚାହୁଁଛନ୍ତି।ବୋଧେ ତାଙ୍କ ଉପରେ ପ୍ରେସର ବଢିଗଲା। ସେ କୌଣସି ରାଜନୀତିକ ବ୍ୟକ୍ତି ନୁହଁନ୍ତି। ତାଙ୍କୁ ସୌରଭଙ୍କୁ ଖେଳ ନାୟକ ରୂପରେ ଦେଖିବା ଠିକ ଅଟେ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।