ଏମିତିରେ ତ ଏବେ ଚିକିତ୍ସା ବିଜ୍ଞାନ ବହୁତ ଉନ୍ନତ ଅବସ୍ଥାରେ ଅଛି ମାତ୍ର ବେଳେବେଳେ ସେପରି ଡକ୍ଟର ମାନଙ୍କ ସାମ୍ନାରେ ବି ଏପ୍ରକାର ଚ୍ୟାଲେଞ୍ଜ ଆସିଯାଏ ଯାହାକୁ ଦେଖିକି ଡକ୍ଟର ମାନଙ୍କର ହୋସ ଉଡିଯାଏ। ଏହାଦ୍ୱାରା ଡକ୍ଟର ମାନେ ବି ସଦମାରେ ଚାଲି ଯାଆନ୍ତି। ଆଜ୍ଞା ହଁ ଉତ୍ତର ପ୍ରଦେଶର ଲକ୍ଷନୌ ସହରରେ ଜଣେ ଦେଢ଼ ବର୍ଷର ପିଲା ଗୋଟେ ୬୫ ମୋତି ବିଶିଷ୍ଟ ଗୋଟେ ମାଳା ଗିଲିଦେଲା ଯାହା କି ଡାକ୍ତର ମାନଙ୍କର ହୋସ ଉଡେଇ ଦେଲା। ଘର ଲୋକଙ୍କ ସାମ୍ନାରେ ବଡ଼ ଚିନ୍ତା ରହିଲା କି ସେ ମାଳା ତାର ପେଟରୁ କିପରି ବାହାର କରିବେ ଆଉ ଘର ଲୋକ ଭାଗୀ ଭାଗୀ ପହଁଚିଲେ ଲକ୍ଷନୌର ସହରି ହସ୍ପିଟାଲ ଏସିଏଡିଆଇଏସ ହସ୍ପିଟାଲରେ। ସେଠାରେ ଟିମ ମେମ୍ବର ମାନେ ପ୍ରାୟ ୫ ଘଂଟାଏ କଷ୍ଟ କରିବା ପରେ ଏହି ଅପରେସନ ଶେଷ କଲେ।

ଗୋଟେ ଗୋଟେ ମୋତି ବାହାର କରିବା କଷ୍ଟ ଥିଲା:
ଯେତେବେଳେ ଛୋଟ ପିଲାଟି ମାଳା ଗିଳି ଦେଲା ତ ତାଙ୍କ ଘର ଲୋକ ବହୁତ ଚିନ୍ତିତ ହେଇଗଲେ ଆଉ ଯେତେବେଳେ ହସ୍ପିଟାଲ ଆଣିଲେ ତ ସେଠାକାର ଡକ୍ଟର ମାନେ ବି ବହୁତ ଚିନ୍ତିତ ଥିଲେ ଆଉ ତାଙ୍କ ଅପରେସନ ଟିମରେ ଥିବା ଜଣେ ଶିଶୁ ରୋଗ ବିଶେଷଜ୍ଞ ସାୟମା ଖାନ କହିଲେ କି ଆମ ପାଖକୁ ଯେତେବେଳେ ପିଲାଟି ଆସିଲା ତ ତାର ଅବସ୍ଥା ବହୁତ ଖରାପ ଥିଲା ଆଉ ସେ ବାର ବାର ବାନ୍ତି କରୁଥିଲା। ଆମେ ଯେତେବେଳେ ସ୍କାନ ରିପୋର୍ଟ ଦେଖିଲୁ ତ ଆଶ୍ଚର୍ଯ୍ୟ ହେଇଗଲୁ କାରଣ ଆମକୁ ପେଟ ଭିତରେ ପୁରା ମୋତି ମାଳା ନଜର ଆସୁଥିଲା। ଆମେ କେସ୍ କୁ ଯେତେ ସହଜ ଭାବୁଥିଲୁ ତାହା ସେତିକି ସହଜ ନଥିଲା। ମୋତି ମାନଙ୍କ ଭିତରେ ଚୁମ୍ବକୀୟ ଗୁଣ ଥିଲା ଆଉ ଗୋଟେ ଗୋଟେ ମୋତି ବାହାର କରିବା ବହୁତ କଷ୍ଟ ଥିଲା। ମାତ୍ର ଶେଷରେ ଆମେ ଅପରେସନ ପୁରା କରିଦେଲୁ।
ଅପରେସନ ଉପକରଣ ଟାଣିହେବାକୁ ଲାଗିଲା:
ଅପରେସନ କରୁଥିବା ଟିମର ଡକ୍ଟର ସୁନୀଲ କନେଇରିୟା କହିଲେ କି ସେମାନେ ଯେତେବେଳେ ଛୁଆର ପେଟରେ ଚିରା ଲଗେଇଲେ ତ ତାଙ୍କର ଉପକରଣ ତାର ପେଟରେ ଲାଗିବାକୁ ଲାଗିଲା। ତାଙ୍କୁ ଲାଗିଲା ଯେପରି କିଛି ଚୁମ୍ବକୀୟ ବସ୍ତୁ ତାଙ୍କର ଉପକରଣ ଟାଣିବାକୁ ଲାଗିଲା। ତା ପରେ ସେମାନେ କ୍ଷୁଦ୍ରନ୍ତ ଆଉ ପାକସ୍ଥଳୀ ଭିତରେ ଏକ ଛୋଟ ଫାଙ୍କ କରିକି ସେମାନେ ଗୋଟେ ଲୋହାର ଉପକରଣ ପଶାଇ ସମସ୍ତ ମୋତି ବାହାର କଲେ। ପ୍ରାୟ ୫ ଘଂଟାଏ ଲଗାତାର ଅପରେସନ ପରେ ଯାଇ ସମସ୍ତ ମୋତି ବାହାରିଲା।
ଡକ୍ଟର ମାନଙ୍କର କହିବା କଥା କି ପିଲା ଏବେ ପୁରା ସୁରକ୍ଷିତ ଅଛି ଆଉ ତା ପେଟରୁ ୬୫ଟି ମୋତି ବାହାର କରି ଦିଆ ଯାଇଛି। ତାର କ୍ଷୁଦ୍ରନ୍ତରେ ଜଖମ ପାଇଁ ଔଷଧ ଦେଇ ଦିଆ ଯାଇଛି। ବହୁତ କଷ୍ଟ ଏହି ଅପରେସନ ସଫଳ ହେବା ପରେ ଡକ୍ଟର ମାନେ ତାର ପୁରା ଶ୍ରେୟ ନିଜର ଟିମକୁ ଜ୍ଞାପନ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।