ବର୍ଷ ୨୦୨୦ର ଶେଷ ସୂର୍ଯ୍ୟ ଗ୍ରହଣ ୫ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ସୂର୍ଯ୍ୟ ଗ୍ରହଣ ୧୪ ଡିସେମ୍ବର ସନ୍ଧ୍ୟା ୭ଟା ୩ରୁ ଆରମ୍ଭ ହେବ।

ବର୍ଷ ୨୦୨୦ର ଡିସେମ୍ବର ମାସରେ ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ହେବ। ଏହି ସୂର୍ଯ୍ୟ ଗ୍ରହଣ ପାଖାପାଖି ୫ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଏହି ସୂର୍ଯ୍ୟ ଗ୍ରହଣ ୧୪ ଡିସେମ୍ବର ସନ୍ଧ୍ୟା ୭ଟା ୩ରୁ ଆରମ୍ଭ ହୋଇ ୧୫ ଡିସେମ୍ବର ମଧ୍ୟରାତ୍ରି ୧୨ଟା ୨୩ରେ ଶେଷ ହେବ। ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଗ୍ରହଣ ସମୟରେ କେଉଁ କାମ କରିବା ଓ କେଉଁକାମ କରିବାରୁ ବଞ୍ଚିବା।
ସୂର୍ଯ୍ୟ ଗ୍ରହଣରେ କଣ କରିବେ:-
ସୂର୍ଯ୍ୟ ଗ୍ରହଣର ସୂଚତକାଳ ଠୁ ଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ମନ୍ତ୍ରର ଜପ କରନ୍ତୁ। ଆପଣ ସେହି ସମୟରେ କୌଣସିବି ଭଗବାନଙ୍କୁ ଜପ କରିପାରିବେ।
ସୂର୍ଯ୍ୟ ଗ୍ରହଣର ସୂଚତକାଳ ପୂର୍ବରୁ ନିଜର ଖାଇବା ପିଇବା ଵସ୍ତୁରେ ତୁଳସୀ ପତ୍ର ପକାଇ ଦିଅନ୍ତୁ।

ଯଦି ଆପଣଙ୍କ ପିଲା ଛୋଟ ଅଛନ୍ତି ତାଙ୍କୁ ସୂର୍ଯ୍ୟ ଗ୍ରହଣ ସମୟରେ ଭୁଲରେବି ଏକା ଛାଡ଼ନ୍ତୁ ନାହିଁ।
ଯଦି ଆପଣ ଗର୍ଭବତୀ ଅଛନ୍ତି ସୂର୍ଯ୍ୟ ଗ୍ରହଣର ସୂତକକାଳରୁ ଘରେ ରୁହନ୍ତୁ। କୌଣସି ବି ପ୍ରକାର ସୂର୍ଯ୍ୟ ଗ୍ରହଣର ଛାୟା ଗର୍ଭ ଉପରେ ପଡିବା ଉଚିତ ନୁହେଁ।
ଯଦି ଆପଣଙ୍କ ଘରେ ମନ୍ଦିର ଅଛି ତେବେ ସୁତକକାଳ ଆରମ୍ଭ ହେବାପରେ ତାର କବାଟ ଆଉଜାଇ ଦିଅନ୍ତୁ ନହେଲେ ପରଦା ପକାଇ ଦିଅନ୍ତୁ।
ସୂର୍ଯ୍ୟ ଗ୍ରହଣର ସୁତକକାଳ ଶେଷ ହେବା ପରେ ନିଜର ପିଇବା ପାଣି ଅବଶ୍ୟ ବଦଳାଇଦିଅନ୍ତୁ।
ସୂର୍ଯ୍ୟ ଗ୍ରହଣ ଶେଷ ହେବାପରେ ଅବଶ୍ୟ ଗାଧାନ୍ତୁ ଓ ସଫା ପୋଷାକ ପିନ୍ଧନ୍ତୁ।

ସୂର୍ଯ୍ୟ ଗ୍ରହଣର ସୁତକକାଳ ଲାଗିବା ପୂର୍ବରୁ କୌଣସି ଦାନ ବସ୍ତୁ ବାହାର କରି ରଖନ୍ତୁ ଓ ସୂର୍ଯ୍ୟ ଗ୍ରହଣର ସୁତକକାଳ ଶେଷ ହେବା ପରେ ତାକୁ କୌଣସି ଆବଶ୍ୟକତା ଥିବା ବ୍ୟକ୍ତିକୁ ଦେଇଦିଅନ୍ତୁ।
କଣ କରିବେ ନାହିଁ:-
ସୂର୍ଯ୍ୟ ଗ୍ରହଣ ସୁତକକାଳ ସମୟରେ କୌଣସି ସୁନସାନ ଜାଗାଦେଇ ଯାଆନ୍ତୁ ନାହିଁ। କାରଣ ଏହି ସମୟରେ ନକରାତ୍ମକ ଶକ୍ତି ମାନଙ୍କ ପ୍ରଭାବ ଅଧିକ ରହିଥାଏ।
ସୂର୍ଯ୍ୟ ଗ୍ରହଣ ସମୟରେ ମହିଳା ମାନେ କୌଣସି ପ୍ରକାର ଖାଦ୍ୟ ତିଆରି କରନ୍ତୁ ନାହିଁ ଓ ନିଆଁ ମଧ୍ୟ ଜଳାନ୍ତୁ ନାହିଁ।
ସୂର୍ଯ୍ୟ ଗ୍ରହଣର ସୁତକ କାଳ ଆରମ୍ଭ ହେବାପରେ ଆପଣମାନେ ଭୁଲରେବି କିଛି ଖାଆନ୍ତୁ ନାହିଁ।
ସୂର୍ଯ୍ୟ ଗ୍ରହଣ ଆରମ୍ଭ ହେବା ପରେ ଆପଣ ଶୁଅନ୍ତୁ ନାହିଁ କିନ୍ତୁ ଏହି ନିୟମ ଛୋଟ ଛୁଆ, ରୋଗୀ ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ଲାଗୁ ହୋଇନଥାଏ।

ସୂର୍ଯ୍ୟ ଗ୍ରହଣ ଆରମ୍ଭ ହେବା ପରେ ଆପଣ ତୁଳସୀ ପତ୍ର ଛିଣ୍ଡାନ୍ତୁ ନାହିଁ। ଯଦି ପାରୁଛନ୍ତି ସୂର୍ଯ୍ୟ ଗ୍ରହଣ ପୂର୍ବରୁ ଆଣି ରଖିପାରିବେ।
ସୂର୍ଯ୍ୟ ଗ୍ରହଣ ସମୟରେ ଭଗବାନଙ୍କ ମୂର୍ତିକୁ ଛୁଅନ୍ତୁ ନାହିଁ।
ସୂର୍ଯ୍ୟ ଗ୍ରହଣ ଆରମ୍ଭ ହେବାପରେ କୌଣସି ପ୍ରକାର ମାଂସ ଓ ମଦକୁ ସେବନ କରନ୍ତୁ ନାହିଁ। ଏହା ଦ୍ଵାରା ଆପଣଙ୍କୁ ଅନେକ ପ୍ରକାର ଅସୁବିଧା ହୋଇପାରେ।
ସୂର୍ଯ୍ୟ ଗ୍ରହଣକୁ କେବେବି ଖାଲି ଆଖିରେ ଦେଖନ୍ତୁ ନାହିଁ ନଚେତ ଆପଣଙ୍କ ଆଖି ଖରାପ ହୋଇପାରେ।
ସୂର୍ଯ୍ୟ ଗ୍ରହଣର ସୁତକ କାଳ ଆରମ୍ଭ ହେବା ପରେ କୌଣସିବି ଶୁଭକାମ ଆରମ୍ଭ କରନ୍ତୁ ନାହିଁ। ଏହା ଦ୍ଵାରା ଆପଣଙ୍କୁ ଶୁଭଫଳ ପ୍ରାପ୍ତ ହେବନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।