ଡ୍ରଗ୍ସ ମାମଲାକୁ ନେଇ କେତେ ଦିନ ଧରି ଜେଲରେ ଥିବା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଏବେ ଆଶ୍ୱସ୍ତ ମିଳିଛି। ବମ୍ବେ ହାଇକୋର୍ଟ ରିୟାଙ୍କ ଜାମିନକୁ ଅନୁମୋଦନ କରିଛି। ଏପଟେ ରିୟାଙ୍କ ଭାଇ ସୌଭିକ ଏବଂ ଡ୍ରଗ୍ସ ପ୍ୟାଡେଲରଙ୍କର ବେଲକୁ ଅନୁମୋଦନ ମିଳିନି। ସୁଶାନ୍ତଙ୍କ ଷ୍ଟାଫ ସାମୁଏଲ ମିରଣ୍ଡାଙ୍କୁ ଜାମିନ ମିଳିଛି। ଏନସିବି କହିଲା ଯାହାକୁ ବି କୋର୍ଟ ବେଲ ଦେଇଛି ତା ବିରୋଧରେ ଅପିଲ ହେବ।

ରିୟାଙ୍କୁ ମିଳିଲା ସର୍ତ୍ତ ପୂର୍ବକ ଜାମିନ:-
ରିୟାଙ୍କୁ ୧ ଲକ୍ଷ ପୂର୍ବକ ଜାମିନ ମିଳିଛି। ରିୟାଙ୍କୁ ପାସପୋର୍ଟ ଜମା କରିବାକୁ ହେବ। ଏପଟେ ମୁମ୍ବାଇରୁ ବାହାରକୁ ଯିବା ପାଇଁ ରିୟାଙ୍କୁ ମଞ୍ଜୁରୀ ନେବାକୁ ହେବ। ଯେବେବି ଡ଼କରା ପାଇଁ ରିୟାଙ୍କୁ ଡ଼କାଯିବ। କହିଦେଉଛୁ ରିୟାଙ୍କୁ ଏନସିବି ୮ ସେପ୍ଟେମ୍ବରରେ ଗିରଫ କରିଥିଲା। ରିୟାଙ୍କ ଉପରେ ସୁଶାନ୍ତଙ୍କ ଡ୍ରଗ୍ସ କିଣି ଦେଉଥିବା ଅଭିଯୋଗ ଥିଲା।
ରିୟାଙ୍କ ବେଲ ଉପରେ କଣ କହିଲେ ତାଙ୍କ ଓକିଲ:-
ରିୟାଙ୍କୁ ବେଲ ମିଳିବା ପରେ ତାଙ୍କ ଓକିଲ ସତୀସ ମାନାସିନ୍ଦ କହିଲେ ଯେ ବମ୍ବେ ହାଇକୋର୍ଟ ଦ୍ବାରା ରିୟାଙ୍କୁ ବେଲ ମିଳିବା କଥାରେ ଆମେ ଖୁସି। ସତ୍ୟ ଏବଂ ନ୍ୟାୟର ବିଜୟ ହୋଇଛି। ଶେଷରେ ଜଜ ସାଂରଙ୍ଗ କୋଟୱାଲା କାନୁନକୁ ମାନିଲେ। ରିୟାଙ୍କ ଗିରଫ ଅନୁଚିତ ଅଟେ। ସିବିଆଇ, ଇଡି ଏବଂ ଏନସିବି ଏବେ ନିଜ ନିଷ୍ପତ୍ତିରେ ଆସିବାର ଠିକ ସମୟ। ଆମେ ସତ୍ୟ ପାଇଁ ପ୍ରତିବନ୍ଧ।ସତ୍ୟମେବ ଜୟତେ।

ଆଗକୁ ଆସିଲା ରିୟାଙ୍କ ଡ୍ରଗ୍ସ ଚାଟ:-
ରିୟା ଏବଂ ତାଙ୍କ ଭାଇ ସୌଭିକ କେତେକ ଡ୍ରଗ୍ସ ପ୍ୟାଡେଲରଙ୍କ ସହିତ କଥା ହୋଇଥିବାର ଚାଟ ସାମ୍ନାକୁ ଆସିଥିଲା। ସାମୁଏଲ ମିରଣ୍ଡାର ସହିତ ରିୟାଙ୍କ ଡ୍ରଗ୍ସ ଚାଟର ଖୁଲାସା ହେଲା। ଏହି ସବୁ ଚାଟ ଆଗକୁ ଆସିବା ପରେ ହିଁ ରିୟା ,ସାମୁଏଲ ,ସୌଭିକ ଉପରେ ଏନସିବି ନିଜର କଡା ନଜର ରଖିଥିଲା। ରିୟା ଏବଂ ସୌଭିକ ବାବଦରେ ଗମ୍ଭୀର ପ୍ରମାଣ ମିଳିବା ପରେ ଏନସିବି ଦୁଇଜଣଙ୍କୁ ଗିରଫ କରିଥିଲା। ଯାହା ପରେ ରିୟାଙ୍କୁ ମୁମ୍ବାଇ ଭାୟଖଲା ଜେଲରେ ବନ୍ଦୀ କରାଯାଇଥିଲା।
ରିୟା ଲେଖିଲେ ସାରା ଓ ରାକୁଲଙ୍କ ନାମ:-
ଏନସିବିର ପଚରାଉଚରା ପରେ ରିୟା ବହୁତ ଡ୍ରଗ୍ସ ମାମଲା କଥା ଓ ବଲିଉଡର ଡ୍ରଗ୍ସ ପାର୍ଟି ଉପରେ ଖୁଲାସା କରିଥିଲେ।ରିୟାହିଁ ଡ୍ରଗ୍ସ ମାମଲାରେ ସାରା ଅଲ୍ଲୀ ଖାନ ଓ ରକୁଲ ପ୍ରୀତଙ୍କ ନାମ ନେଇଥିଲେ।ଏହି ଆଧାରରେ ଏନସିବି ସାରା ଓ ରାକୁଲଙ୍କୁ ପଚରାଉଚରା ପାଇଁ ଡକାଇଥିଲା।ହେଲେ ଏହି ଦୁଇ ଜଣ ଡ୍ରଗ୍ସ ନିଅନ୍ତି ନାହିଁ ବୋଲି ମନା କରିଥିଲେ।ରାକୁଲ ଡ୍ରଗ୍ସର ପୁରା ଦୋଷ ରିୟାଙ୍କ ଉପରେ ଲଗାଇଥିଲେ।କହିଥିଲେ କି ତାଙ୍କ ଘରେ ରିୟା ଡ୍ରଗ୍ସ ରଖିଥିଲେ ଓ ଚାର୍ଟ ଜରିଆରେ ତାକୁ ମାଗିଥିଲେ।

ସୁଶାନ୍ତଙ୍କ କେସରେ ଆସିଥିଲା ରିୟାଙ୍କ ନାମ:-ଯଦି ସୁଶାନ୍ତଙ୍କ ପରିବାରଲୋକେ ରିୟାଙ୍କ ବିରୁଦ୍ଧରେ କେସ କରି ନଥାନ୍ତେ ତେବେ ରିୟା ଡ୍ରଗ୍ସ ମାମଲାରେ ଫସି ନଥାନ୍ତେ।ସୁଶାନ୍ତଙ୍କ ବାପା ତାଙ୍କ ପୁଅର ମୃତ୍ୟୁର କାରଣ ରିୟା ବୋଲି କହିଛନ୍ତି।ସୁଶାନ୍ତଙ୍କ ପିତା ରିୟାଙ୍କ ଉପରେ ଆକ୍ଟରଙ୍କୁ ବିଷ ପିଆଇବା ଓ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇବାର ଦୋଷ ଦେଇଛନ୍ତି।ରିୟାଙ୍କ ୱାରେ ସୁଶାନ୍ତଙ୍କ ପଇସାରେ ମଜା ମସ୍ତି କରିବାର ଆରୋପ ମଧ୍ୟ ରହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।