ଡ୍ରଗ୍ସ ମାମଲା: ଏନସିବି ଜାଲରେ ଫସିଲେ ଭାରତୀ ସିଂହ, ଜାଣନ୍ତୁ କଣ ଅଟେ ପୁରା ମାମଲା ।

Drugs case: Bharti Singh came on the radar of NCB know what is the whole matter, Comedian Bharti Singh, Nitidina

ବଲିଉଡ଼ର ଡ୍ରଗ୍ସ କେସ ଯାଞ୍ଚ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ହାତ ଏବେ ବଲିଉଡ଼ର କମେଡିଆନ ଭାରତୀ ସିଂହ ପର୍ଯ୍ୟନ୍ତ ଗଲାଣି। ଏଜେନ୍ସି ଏବେ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ଵାଚିୟାଙ୍କ ମୁମ୍ବାଇ ସ୍ଥିତ ଘରେ ରେଡ଼ କରିଛି। ଏଜେନ୍ସି ଅନ୍ଧେରି, ଲୋଖଣ୍ଡଵାଲା ଓ ବସୋବା ସହିତ ଅନ୍ୟ ଅଞ୍ଚଳରେ ମଧ୍ୟ ରେଡ଼ ମାରିଛି।

Bharti Singh and her husband Haarsh Limbachiyaa leave for NCB office for questioning in drugs case; PHOTOS - Modern Breeze
Google

 

ବଲିଉଡ଼ର ଡ୍ରଗ୍ସ କେସ ଯାଞ୍ଚ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ହାତ ଏବେ ବଲିଉଡ଼ର କମେଡିଆନ ଭାରତୀ ସିଂହ ପର୍ଯ୍ୟନ୍ତ ଗଲାଣି। ଏଜେନ୍ସି ଏବେ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ଵାଚିୟାଙ୍କ ମୁମ୍ବାଇ ସ୍ଥିତ ଘରେ ରେଡ଼ କରିଛି। କୁହାଯାଉଛିକି ଏଜେନ୍ସି ତାଙ୍କ ଘରୁ ଗଞ୍ଜେଇ ଜବତ କରିଛି। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ମୁମ୍ବାଇର ଯୋନଲ ୟୁନିଟ କମେଡିଆନ ଘରେ ରେଡ଼ କରିଛନ୍ତି । ଏହ ଛଡା ଏଜେନ୍ସି ଅନ୍ଧେରି, ଲୋଖଣ୍ଡଵାଲା ଓ ବସୋବା ଅଞ୍ଚଳରେ ରେଡ଼ ମାରିଛି।

କଣ ଅଟେ ମାମଲା:

ମିଡିଆ ରିପୋର୍ଟ ମୁତାବକ ,ବଲିଉଡ଼ରେ ଡ୍ରଗ୍ସ କେସ ଯାଞ୍ଚ କରୁଥିବା ଏଜେନ୍ସି ହାତରେ ଲାଗିଥିବା ଡ୍ରଗ୍ସ ପେଣ୍ଡଲର ଠୁ ମିଳିଥିବା ତଥ୍ୟ ଅନୁସାରେ ଏଜେନ୍ସି ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ଵାଚିୟାଙ୍କ ଘରେ ରେଡ଼ କରିଛି।

ଭାରତୀ ସିଂହଙ୍କ ଘରୁ ଗଞ୍ଜେଇ ଜବତ କରାଯାଇଛି କିନ୍ତୁ ଏବେ ପର୍ଯ୍ୟନ୍ତ ଏହାର କୌଣସି ସୂଚନା ମିଳିନାହିଁ କି କମେଡିଆନଙ୍କ ଘରୁ କେତେ ମାତ୍ରାରେ ଗଞ୍ଜେଇ ଜବତ କରାଯାଇଛି କିନ୍ତୁ ଏନସିବି ଅଭିନେତ୍ରୀଙ୍କୁ ନୋଟିସ ଜାରିକରିଛନ୍ତି।

କୁହାଯାଉଛିକି ଯେଉଁ ସମୟରେ ଏନସିବି ଭାରତୀ ସିଂହଙ୍କ ଘରେ ପହଞ୍ଚିଥିଲା ସେହି ସମୟରେ କମେଡିଆନ ଓ ତାଙ୍କ ସ୍ୱାମୀ ଦୁହେଁ ଘରେ ଉପସ୍ଥିତ ଥିଲେ। କହିରଖିବୁକି ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ମାମଲା ପରେ ଏନସିବି ବଲିଉଡର ଅନେକ ବଡ଼ ଷ୍ଟାର ମାନଙ୍କୁ କବ୍ଜାକୁ ନେଇସାରିଲାଣି।

BREAKING: 'Bas puchtach k liye laye hai,' says Bharti Singh as Haarsh Limbachiyaa and she arrive at NCB for questioning in Drugs Case; both detained
Google

ଶୁକ୍ରବାରକୁ ଅର୍ଜୁନ ରାମପାଲ ଏନସିବି ଅଫିସ ପହଁଚିଥିଲେ।ଯେଉଁଠି ତାଙ୍କୁ ଅନେକ ସମୟ ଧରି ପଚରାଉଚୁରା କରାଯାଇଥିଲା। ସେହିପରି ତାଙ୍କ ପୂର୍ବରୁ ତାଙ୍କ ଲିଭଇନ ପାର୍ଟନର ଗୈବ୍ରିଏଲା ଡ୍ରେମେଟ୍ରିଅଡ଼ସଙ୍କୁ ମଧ୍ୟ ଏନସିବି ଦୁଇଦିନ ପର୍ଯ୍ୟନ୍ତ ପଚରାଉଚୁରା କରିଥିଲା। ଗୈବ୍ରିଏଲାଙ୍କ ସହିତ ତାଙ୍କ ଭାଇଙ୍କୁ ମଧ୍ୟ ଏନସିବି ପଚରାଉଚୁରା କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶ ବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟ ରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗ ସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟ ରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *