୧୯୬୨ ଯୁଦ୍ଧ କାରଣରୁ ଅଧୁରା ରହିଯାଇଥିଲା ରତନ ଟାଟାଙ୍କ ପ୍ରେମ କାହାଣୀ। ଜାଣନ୍ତୁ କଣ ଥିଲା ଘଟଣା।

ରତନ ଟାଟା ପ୍ରସିଦ୍ଧ ଉଦ୍ୟୋଗପତିଙ୍କ ମଧ୍ୟରୁ ଏକ ଅଟନ୍ତି।ତାଙ୍କର ବ୍ୟାପାର ଦୁନିଆସାରା ପ୍ରଚଳିତ ହୋଇଅଛି। ରତନ ଟାଟାଙ୍କ ଉପଲବ୍ଧିର ସୂଚନା ସମସ୍ତଙ୍କୁ ଜଣାଅଛି କିନ୍ତୁ ବହୁତ କମ ଲୋକଙ୍କୁ ରତନ ଟାଟାଙ୍କ ପ୍ରେମ କାହାଣୀ ବିଷୟରେ ଜଣାଅଛି। ପ୍ରକୃତରେ ରତନ ଟାଟା ବିବାହିତ ନୁହନ୍ତି କିନ୍ତୁ ତାଙ୍କୁ ନିଜ ଜୀବନରେ ୪ଥର ପ୍ରେମ ହୋଇଥିଲା। ରତନ ଟାଟାଙ୍କ ଅନୁସାରେ ତାଙ୍କ ଜୀବନରେ ୪ଥର ଏପରି ମୌକା ଆସିଲା,ଯେତେବେଳେ ତାଙ୍କ ବିବାହ ହେବାର ଥିଲା କିନ୍ତୁ ସବୁଥର ତାଙ୍କ ବିବାହ ହେଉ ହେଉ ରହିଗଲା। ତାଙ୍କୁ ପ୍ରଥମ ଥର ଏକ ଆମେରିକା ଝିଅ ସହ ପ୍ରେମ ହୋଇଥିଲା। ସେହି ସମୟରେ ଆମେରିକାରେ ଚାକିରି କରୁଥିଲେ।

Google

ନିଜର ଜୀବନ ବିଷୟରେ ଖୁଲାସା କରୁଥିବା ରତନ ଟାଟା ଗୋଟେ ଥର କହିଥିଲେ କି ଲସ ଏଞ୍ଜଲସରେ କାର୍ଯ୍ୟରତ ବେଳେ ପ୍ରଥମ ଥର ଲଭ ହୋଇଥିଲା ଏବଂ ମୋର ସେହି ଝିଅ ସହ ବିବାହ କରିବାର ଥିଲା କିନ୍ତୁ ଦାଦୀଙ୍କ ଦେହ ଖରାପ ହେବା କାରଣରୁ ମତେ ଭାରତ ପୁଣିଥରେ ଆସିବାକୁ ପଡିଲା।

ରତନ ଟାଟାଙ୍କୁ ଏହା ଲାଗିଲା କି ଯେଉଁ ଝିଅକୁ ସେ ଭଲ ପାଉଛନ୍ତି ସେ ବି ତାଙ୍କ ସହିତ ଭାରତ ଯିବ କିନ୍ତୁ ୧୯୬୨ର ଭାରତ-ଚୀନ ଯୁଦ୍ଧ ଚାଲୁଥିବା ଯୋଗୁ ଝିଅର ବାପା ମାଆ ତାଙ୍କୁ ଭାରତ ପଠାଇବା ପାଇଁ ବାରଣ କଲେ ଯାହା ଫଳରେ ତାଙ୍କ ପ୍ରେମ ଅଧୁରା ରହିଗଲା।

ଭାରତ ଆସିବା ପରେ ରତନ ଟାଟାଙ୍କ ଦାଦୀ ବି ତାଙ୍କ ପାଇଁ ଏକ ଝିଅ ପସନ୍ଦ କରିଥିଲେ କିନ୍ତୁ ତା ସହିତ ବି ହୋଇପାରିଲା ନାହିଁ। ନିଜର ଦାଦିଙ୍କ ବିଷୟରେ ରତନ ଟାଟା କୁହନ୍ତି କି ତାହା ଏକ ସମୟ ଥିଲା ଯାହା ସରିଗଲା।ତାଙ୍କ ଜୀବନରେ ଯେଉଁ ବି ଝିଅ ଆସିଲା ସେ ପୂରା ସଚ୍ଚୋଟ ଭାବରେ ନିଜ ସମ୍ପର୍କ ଲିଭାଇବାକୁ ଚେଷ୍ଟା କଲେ କିନ୍ତୁ ସର୍ବଦା କିଛି ନା କିଛି ଏପରି ହୋଇଯାଉଥିଲା କି ବିବାହ ପର୍ଯ୍ୟନ୍ତ କଥା ଯାଇପାରୁନଥିଲା।

Google

ରତନ ଟାଟା ଯଦିଓ ନିଜର ପ୍ରେମିକାମାନଙ୍କ ବିଷୟରେ କଥା ହୋଇଛନ୍ତି କିନ୍ତୁ ସେ କେବେବି ନିଜର କୌଣସି ପ୍ରେମିକାଙ୍କ ନାମ ଉଚ୍ଚାରଣ କରିନାହାନ୍ତି। ତାଙ୍କ କହିବା କଥା ଥିଲା କି ତାଙ୍କୁ ଏପରି କରିବା ଦ୍ୱାରା ତାଙ୍କ ବ୍ୟକ୍ତିଗତ ଜୀବନ ଖରାପ ହୋଇପାରେ। ସେହିପରି ବିବାହ ନ ହେବା ଦ୍ୱାରା ରତନ ଟାଟା କୁହନ୍ତି କି ଯାହା ବି ହେଲା ଭଲ ହିଁ ହେଲା। ଯଦି ଆଜି ସେ ସମ୍ପର୍କରେ ଜଡିତ ଥାନ୍ତେ,ତେବେ ନିଜ ବ୍ୟାପାରକୁ ଏତେ ସମୟ ଦେଇପାରିନଥାନ୍ତେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *