IND VS AUS: ଟିମ ଇଣ୍ଡିଆ ପାଇଁ ଏହି ୫ଟି ଖେଳାଳି ସାଝିଲେ ମୁଣ୍ଡବିନ୍ଧାର କାରଣ,ଅଧିନାୟକ କୋହଲି ମଧ୍ୟ ଚିନ୍ତାରେ, କଣ ହେବ ଏବେ??

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୨୦ର ସବୁଠାରୁ ବଡ ମୁକାବିଲା ଏବେ କେବଳ ୧ ଦିନ ଦୂରରେ। ଦୁଇ ଟିମ ୧୭ ଡିସେମ୍ବରରେ ଏଡିଲେଡ଼ରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ଖେଳିବ। ଏହି ଟେଷ୍ଟ ମ୍ୟାଚ ଡେ ଓ ନାଇଟ ଖେଳାଯିବା ସହିତ ଏଥିରେ ପିଙ୍କ ବଲ ବ୍ୟବହାର କରାଯିବ।ଭାରତୀୟ ଟିମ ପ୍ରଥମ ଥର ବିଦେଶରେ ପିଙ୍କ ବଲରେ ମ୍ୟାଚ ଖେଳିବ। ଅଷ୍ଟ୍ରେଲିଆ ୭ ଥର ପିଙ୍କ ବଲରେ ଖେଳିଛି ଓ ସବୁଥିରେ ଜିତିଛି। ଏହି ମ୍ୟାଚରେ ଭାରତୀୟ ବ୍ୟାଟିଂର ପରୀକ୍ଷା ହେବ। ବ୍ୟାଟିଂରେ ମଧ୍ୟ ସବୁଠାରୁ ଦମଦାର ଓପ୍ନର ଉପରେ ରହିବ, ଯାହାର ଗଣତି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ମୁଣ୍ଡବିନ୍ଧା ଠାରୁ କମ ହେବ ନାହିଁ।

Google

ବିସିସିଆଇ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ୧୮ ଜଣ ଖେଳାଳିଙ୍କୁ ବାଛିଛି। ଏଥିରୁ ୫ ଜଣ ଏମିତି ଅଛନ୍ତି ଯିଏ ଓପନିଂ କରନ୍ତି। ଏହି ଖେଳାଳି ପୃଥ୍ଵୀ ସ,ହନୁମାନ ବିହାରୀ,କେ ଏଲ ରାହୁଲ,ମୟଙ୍କ ଅଗ୍ରୱାଲ ଓ ଶୁଭମାନ ଗିଲ ଅଟନ୍ତି। ମୁଖ୍ୟ କଥା ଏହା ଯେ କୁହାଯାଇପାରିବ ନାହିଁ ଏମାନଙ୍କ ମଧ୍ୟରୁ କେହି ଫର୍ମରେ ନାହାନ୍ତି କିମ୍ବା ଆଉଟ ଫର୍ମରେ ମଧ୍ୟ ନାହାନ୍ତି। ଖେଳରେ ଏକ ଶବ୍ଦ ବ୍ୟବହାର ହୁଏ,”ଗୁଡ଼ ହେଡେକ” ମାନେ ଭଲ ମୁଣ୍ଡବ୍ୟଥା। ବିରାଟଙ୍କୁ ଏହି ମ୍ୟାଚ ପୂର୍ବରୁ ଏହି ମୁଣ୍ଡବ୍ୟଥା ଦେଇ ଯିବାକୁ ହେବ।

ମୟଙ୍କ ଅଗ୍ରୱାଲଙ୍କ ଖେଳିବା ପକ୍କା:

ଏହି ୫ ଖେଳାଳିଙ୍କ ମଧ୍ୟରୁ ମୟଙ୍କ ଅଗ୍ରୱାଲଙ୍କ ଖେଳିବା ପକ୍କା ଭଳି ଲାଗୁଛି। ସେ ଦିନିକିଆ ଓ ଟି ୨୦ ରେ ମଧ୍ୟ ସାମିଲ ଥିଲେ। ସେ ପ୍ରଥମ ଦୁଇ ଦିନିକିଆ ଖେଳିଲେ ଓ ଭଲ ଆରମ୍ଭ ମଧ୍ୟ କଲେ।ହେଲେ ସେ ଲମ୍ବା ଖେଳିପାରିଲେ ନାହିଁ।ଦ୍ଵିତୀୟ ଅଭ୍ୟାସ ମ୍ୟାଚରେ ସେ ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି।ଏମିତିରେ ଓପନିଂ ସେ କରିବା ସୁନିଶ୍ଚିତ ବୋଲି ମନେ ହେଉଛି।

Google
ପୃଥ୍ଵୀ ସଙ୍କ ମଧ୍ୟରେ ଅତି ଆକ୍ରାମକତା:

ପୃଥ୍ଵୀ ସଙ୍କୁ ବିରେନ୍ଦ୍ର ସେହେବାଗଙ୍କ ଭଳି ଆକ୍ରମକ ମନାଯାଏ। ହେଲେ ଦେଖିବାକୁ ମିଳିଛି କି ସେ ସେଟ ହୋଇ ମଧ୍ୟ ନିଜର ୱିକେଟ ଦେଇ ଆସନ୍ତି। ସୁନିଲ ଗାଭାସ୍କର କହନ୍ତି କି ସେ ଆରମ୍ଭରୁ ସର୍ଟ ଖେଳନ୍ତି ଓ ଏହା ତାଙ୍କର ୱିକେଟ ଯିବାର ମୁଖ୍ୟ କାରଣ ଅଟେ।

ଦ୍ଵିତୀୟ ଓପ୍ନର ପାଇଁ ୩ ଖେଳାଳି:

ଦ୍ଵିତୀୟ ଓପନିଂ ପାଇଁ କେ ଏଲ ରାହୁଲ,ହନୁମା ବିହାରୀ ଓ ଶୁଭମାନ ଗିଲ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଗିଲଙ୍କ ଖେଳିବା ଚାନ୍ସ ଅଧିକ। ସେ ଭଲ ଲୟରେ ନଜର ଆସୁଛନ୍ତି।ଅଷ୍ଟ୍ରେଲିଆ ବିପକ୍ଷ ତାଙ୍କର ୫ ମ୍ୟାଚ ସ୍କୋର ୩୩,୦,୨୯,୪୩ ଓ ୬୫ ଅଟେ। ଏଲନ ବାର୍ଡର ମଧ୍ୟ ଗିଲଙ୍କ ଖେଳିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ସୁନିଲ ଗାଭାସ୍କର ମଧ୍ୟ କହିଛନ୍ତି କି ପ୍ରଥମ ଟେଷ୍ଟରେ ମୟଙ୍କ ଓ ଗିଲଙ୍କୁ ଓପନିଂ ଦିଆଯାଉ ବୋଲି।

Google
କେ ଏଲ ଓ ହନୁମାଙ୍କ ଖେଳିବା ଦାବି କମ:

କେ ଏଲ ରାହୁଲ ଓ ହନୁମା ବିହାରୀ ମଧ୍ୟ ଅନ୍ୟ ଦୁଇ ବିକଳ୍ପ ଅଟନ୍ତି। ହେଲେ ଟିମ ମ୍ୟାନେଜମେଣ୍ଟ ଏମାନଙ୍କୁ ମଧ୍ୟକ୍ରମରେ ଓହ୍ଲାଇପାରିବ। ଏହି କାରଣ ପାଇଁ ବୋଧେ ଅଭ୍ୟାସ ମ୍ୟାଚରେ କେ ଏଲ ରାହୁଲ ଖେଳିନଥିଲେ। ବିହାରୀ ପୂର୍ଵ ଅଷ୍ଟ୍ରେଲିଆ ଗସ୍ତରେ ଓପନିଂ କରିଥିଲେ। ସେ ଉପଯୋଗୀ ଅଫସ୍ପିନ ବୋଲିଂ ମଧ୍ୟ କରିପାରିବେ। ଏମିତିରେ ଏହା ସମ୍ଭବ ଯେ ତାଙ୍କୁ ୬ ନମ୍ବରରେ ବ୍ୟାଟିଂ କରିବାକୁ ମିଳିପାରେ।ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ଘରେ ଡେ ନାଇଟ ଟେଷ୍ଟରେ ଭାରତୀୟ ଟିମ ବିହାରୀ ସାଙ୍ଗରେ ଅଧିକ ପ୍ରୟୋଗ କରିବାକୁ ଚାହିଁବ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *