କରୋନା ମହାମାରୀ ମଧ୍ୟରେ ସାଧାରଣ ଲୋକଙ୍କୁ ଦରବୃଦ୍ଧିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଦୈନନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀର ଦାମ୍ ହ୍ରାସ ପାଇଛି । ମନିକଣ୍ଟ୍ରୋଲର ଖବର ଅନୁସାରେ ଗତ ୧ ମାସରେ ଜରୁରୀ କମୋଡିଟି ଯଥା ଚାଉଳ, ଅଟା, ଡାଲି, ଆଳୁ, ପିଆଜର ଦାମରେ ହ୍ରାସ ଦେଖିବାକୁ ମିଳିଛି । କଞ୍ଜ୍ୟୁମର ଅଫେୟର ମନ୍ତ୍ରାଳୟ ପ୍ରାଇସ୍ ମନିଟରିଂ ସେଲ୍ ଆକଳନ ଅନୁସାରେ ୧୧୪ ଟଙ୍କା ପ୍ରତି କିଲୋ ମିଳୁଥିବା ବିରି ଦାମ୍ ୧୦୮ ଟଙ୍କା ପ୍ରତି କିଲୋ ପହଞ୍ଚି ଯାଇଛି । ସେହିଭଳି ମୁଗ ଡାଲି ଦାମ୍ ଗତ ୧ ମାସରେ ୫ ଟଙ୍କା ପ୍ରତି କିଲୋ ହ୍ରାସ ଦେଖିବାକୁ ମିଳିଛି । ୩୧ ଟଙ୍କା ପ୍ରତି କିଲୋ ମିଳୁଥିବା ଟମାଟୋ ଦାମ୍ ମଧ୍ୟ ୧୨ ଟଙ୍କା ହ୍ରାସ ପାଇଛି ।
ଶସ୍ତା ହେଲା ପରିବା, ଡାଲି ଓ ଅଟା
କରୋନା ସଙ୍କଟ ମଧ୍ୟରେ ଖାଇବା ପିଇବାର ଜରୁରୀ ସାମଗ୍ରୀର ଦାମରେ ହ୍ରାସ ପାଇବା ଜାରି ରହିଛି ।

କଞ୍ଜ୍ୟୁମର ଅଫେୟର ମନ୍ତ୍ରାଳୟ ପ୍ରାଇସ୍ ମନିଟରିଂ ସେଲ୍ ଆକଳନ ଅନୁସାରେ ଗତ ୧ ମାସରେ ଦାମରେ ହ୍ରାସ ଦେଖିବାକୁ ମିଳିଛି ।ଅଟା, ଡାଲି, ଚାଉଳ, ଖାଇବା ତେଲ, ଆଳୁ, ପିଆଜ, ଟମାଟୋ ଶସ୍ତା ହୋଇଛି । ୨୯ ଟଙ୍କା ପ୍ରତି କିଲୋ ଥିବା ଚାଉଳ ୧ ମାସରେ ୨ ଟଙ୍କା ଶସ୍ତା ହୋଇ ୨୭ ଟଙ୍କା ପ୍ରତି କିଲୋ ହୋଇଯାଇଛି । ଯଦିଓ ୨୮ ଟଙ୍କା ପ୍ରତି କିଲୋ ଅଟା ଦାମ୍ ୧ ମାସରେ ହ୍ରାସ ପାଇ ୨୭ ଟଙ୍କାକୁ ଆସିଯାଇଛି । ସେହିଭଳି ୧୦୬ ଟଙ୍କା ପ୍ରତି କିଲୋ ଦାମରେ ମିଳୁଥିବା ହରଡ ଡାଲି ଦାମ୍ ମଧ୍ୟ ଗୋଟିଏ ମାସରେ ହ୍ରାସ ପାଇ ୧୦୧ ଟଙ୍କା ପ୍ରତି କିଲୋକୁ ଆସିଯାଇଛି ।
କାହିଁକି ହେଲା ଶସ୍ତା
ଚଳିତ ବର୍ଷ ଫସଲ ଭଲ ଉତ୍ପାଦନ ହୋଇଛି । କରୋନା ସଙ୍କଟ ଯୋଗୁଁ ଅର୍ଥବ୍ୟବସ୍ଥାରେ ଆସିଥିବା ମାନ୍ଦାବସ୍ଥା ଯୋଗୁଁ ଚାହିଦାରେ ହ୍ରାସ ଦେଖିବାକୁ ମିଳିଛି । ଅନ୍ୟପଟେ ଫସଲର ଏକ୍ସପୋର୍ଟ ବନ୍ଦ ହେବା ଯୋଗୁଁ ମଧ୍ୟ ଦାମରେ ହ୍ରାସ ଦେଖାଦେଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।