ଗରିବୀରେ ଫସିଲେ ୨୦୦ କୋଟି ଲୋକ,ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ସବୁ ବଡ଼ ସଙ୍କଟ ନିଜ ସହ ପ୍ରବାସୀଙ୍କ ଏକ ଲମ୍ବା ଲାଇନ ନେଇକି ଆସିଥାଏ। କରୋନା ସଂକଟର ସବୁଠୁ ଦୁଃଖଦ ଅନୁଭବ ଦୁନିଆ ସାରା ଯେଉଁଭଳି ଭାବେ ଦେଖାଗଲା ସେଥିପାଇଁ ଆର୍ଥିକ ରୂପରେ ଅନେକ ବଡ଼ ଜନସଂଖ୍ୟା ଯେଉଁଭଳି ଭାବେ ପ୍ରଭାବିତ ହୋଇଛନ୍ତି ସେମାନେ ଏଥିରୁ ବାହାରିବା ବହୁତ କଷ୍ଟକର ହେବ।

Google

ବିଶ୍ୱ ବ୍ୟାଙ୍କ ନିଜ ଆକଳନରେ ସଫା ସଫା କହିଛିକି କରୋନା ମହାମାରି ଦୁନିଆର ଦୁଇ ଦଶକର ହୋଇଥିବା ଉନ୍ନତିକି ନଷ୍ଟ କରିଦେଲା। ଏକ ଅନୁମାନ ଅନୁସାରେ ଦୁନିଆର ମୋଟ ୨୦୦ କୋଟି ଲୋକଙ୍କ ଉପରେ ଗରିବର ସଙ୍କଟ ଦେଖାଯାଉଛି।

ଏହି ମହାମାରିର ସବୁଠୁ ଅଧିକ ପ୍ରଭାବ ଗରିବ ଲୋକଙ୍କ ଉପରେ ପଡିଛି। ବିଶ୍ୱ ବ୍ୟାଙ୍କ ଅନୁସାରେ ୧୯୮୮ ପରେ ପ୍ରଥମ ଥର ଗରିବ ସଂଖ୍ୟା ବଢିବାରେ ଦେଖାଯାଇଛି।ସେହିପରି ସଂଯୁକ୍ତ ରାଷ୍ଟ୍ର ଅନୁମାନ କରିଛିକି ଏହି ବର୍ଷର ଶେଷ ସୁଧା ଆଉ ୫୦ କୋଟି ଲୋକ ଗରିବ ହୋଇଯାଇପାରନ୍ତି। ଦୁନିଆର ୮% ଲୋକ ଦାରିଦ୍ର୍ୟର ସାମ୍ନା କରିପାରନ୍ତି।

ଏହି ମହାମାରିର ସବୁଠୁ ଅଧିକ ପ୍ରଭାବ ଉନ୍ନତି ଦେଶ ଉପରେ ପଡିଛି। ବିଶ୍ୱ ବ୍ୟାଙ୍କ ଅନୁସାରେ ଆଫ୍ରିକା ଦେଶ ୨୫ ବର୍ଷ ପୂର୍ବେ ଦେଇ ଗତିକରିବ। ସେହିପରି ଦକ୍ଷିଣ ଏସିଆ ଦେଶ ଗତ ୪୦ ବର୍ଷରେ ସବୁଠୁ ଆର୍ଥିକ ଖରାପ ପ୍ରଦର୍ଶନ କରିବ। ସବୁଠୁ ଅଧିକ ଅଶୁବିଧା ଅନିୟୋଜିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ଉପରେ ପଡିବ।

ଅର୍ଥ ଅଭାବରୁ ସ୍ୱାସ୍ଥ୍ୟ ଅବସ୍ଥା କଣ ହେବ ଏହି କଥାରୁ ଅନୁମାନ ଲଗାଯାଇପାରିବ କି ଦୁନିଆରେ ୨୦୦ କୋଟି ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସୁରକ୍ଷା ଭଳି କୌଣସି ସୁବିଧା ନାହିଁ।

Google

ଆମ ଦେଶର କଥା କହିବାତ କରୋନା ମହାମାରି ଦେଶରେ ବେରୋଜଗାର ସଂଖ୍ୟା କେଉଁଭଳି ବଢ଼ାଇଛି ଏହାର ଖବର ସର୍ବଦା ଆସୁଛି।”ସେଣ୍ଟର ଫୋର ମୋନିଟରିଙ୍ଗ ଇକୋନୋମି (ସିଏମଆଇଈ) କିଛି ମାସ ପୂର୍ବରୁ ଆସିଥିବା ନିଜ ରିପୋର୍ଟରେ ଜଣାଇଥିଲା କି ଜୁଲାଇରେ ୫୦ ଲକ୍ଷ ଲୋକଙ୍କ ଚାକିରୀ ଚାଲିଯିବ।

ପୂର୍ବ ବର୍ଷ ତୁଳନାରେ ଏହି ବର୍ଷ ୧ କୋଟି ୯୦ ଲକ୍ଷ ଲୋକଙ୍କୁ ନିଜ ଚାକିରୀରୁ ବାହାରିବାକୁ ପଡିଛି। ଏହା ପୁରା ସଫା ଅଟେ କି କରୋନା ଲୋକଙ୍କ ଆର୍ଥିକ ସ୍ଥିତିକୁ ଖରାପ ପ୍ରଭାବ ପକାଇଛି।

ପ୍ରକୃତରେ କରୋନାରେ ବଢୁଥିବା ମାମଲାର ପ୍ରଭାବ ଅର୍ଥ ବ୍ୟବସ୍ଥା ସୁଧାରର ଗତି ଉପରେ ପଡୁଛି। ଅନେକ ସେକ୍ଟର ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଛି ଯେପରି ଯାତ୍ରା, ପର୍ଜ୍ୟଟନ ଇତ୍ୟାଦି । ଏବେ ଯେବେ ଅବସ୍ଥା ଅଳ୍ପ ଭଲ ହେଇ ଆସୁଛି ତ ଆର୍ଥିକ ପରିସ୍ଥିତିକୁ ପୁଣି ସାମାନ୍ୟ କରିବା ଆଶା ବଢିଯାଇଛି।

Google

 

ଭାରତରେ ସେୟାର ବଜାର ଯେଉଁଭଳି ଭାବେ ଉଚ୍ଚତାରେ ପହଁଚିଛି ତାହାବି ଏକ ଭଲ ସଂକେତ ଅଟେ। ଆର୍ଥିକ ବିଶେଷଜ୍ଞଙ୍କ ଅନୁସାରେ ସବୁ ଯଦି ଆଶା ମୁତାବକ ଚାଲେ ତେବେ ୧ ବର୍ଷ ଏବଂ ୬ ମାସ ଲାଗିଯିବ ସବୁକିଛି ଠିକ କରିବା ପାଇଁ।

ଭାରତ ସହିତ ଦୁନିଆ ପାଇଁ କରୋନାକାଳ ଏଥିପାଇଁ ଖାସ ରହିଲା କାରଣ ଗରିବରୁ ବାହାରିବା ପାଇଁ ବିତିଥିବା କିଛି ବର୍ଷରୁ ଚେଷ୍ଟା କରାଯାଉଥିଲା। ସଂଯୁକ୍ତ ରାଷ୍ଟ୍ର ଅନୁସାରେ ଭାରତରେ ୨୦୦୬ରୁ ୨୦୧୬ ମଧ୍ୟରେ ୨୧ କୋଟି ଲୋକ ଗରିବରୁ ବାହାରିଥିଲେ।

କରୋନା ଏହି ସ୍ଥିତିକୁ ବଦଳାଇ ରଖିଦେଲା। ଦୁନିଆରେ ଅନେକ ଦେଶ ସହିତ ୨୦୩୦ ପର୍ଯ୍ୟନ୍ତ ସଂଯୁକ୍ତ ରାଷ୍ଟ୍ର ମଧ୍ୟ ଗରିବ ଓ ଭୋକ ହଟାଇ ସମସ୍ତଙ୍କୁ ଶିକ୍ଷାଦାନ ପ୍ରଦାନର ସ୍ୱପ୍ନ ଦେଖିଥିଲା ଯାହା ଏବେ ଏକ ସ୍ୱପ୍ନ ହୋଇ ରହିଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *