କେରଳର କଁନୁରରେ ଜଣେ ଯୁବକ ନିଜର ହିଁ ପଡୋଶୀଙ୍କ ଦୋକାନ ଉପରେ ଜେସିବି ଚଢାଇ ଦେଇଛି। କୁହାଯାଇଛି କି ପଡୋଶୀ ଜଣଙ୍କ ଯୁବକଙ୍କ ବିବାହରେ ବାଧା ସୃଷ୍ଟି କରୁଥିଲେ। ଯୁବକ ଜଣଙ୍କ ଏହା ଦ୍ଵାରା ଦୁଃଖୀ ଥିଲେ ଓ ଏହି ଘଟଣା ସୋମବାରର ଅଟେ।

କଣ ଥିଲା ପୁରା ମାମଲା:-
କେରଳର କଁନୁର ରେ ରହୁଥିବା ୩୦ ବର୍ଷୀୟ ଅଲବୀନ ମୈଥୁ ଙ୍କର ଅଭିଯୋଗ କି ତାଙ୍କ ପଡୋଶୀ ସୋଜି ତାଙ୍କ ପାଇଁ ଆସୁଥିବା ବିବାହରେ ବାଧା ସୃଷ୍ଟି କରୁଛନ୍ତି ।ଏଥିପାଇଁ ତାଙ୍କ ବିବାହ ହୋଇପାରୁନାହିଁ। ତାଙ୍କ ଅନୁସାରେ ସେ ପଡୋଶୀ ସୋଜିଙ୍କ ଦୋକାନକୁ ନେଇ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ କିନ୍ତୁ କେହି ଏହା ଉପରେ ଆକ୍ସନ ନନେବାରୁ ଅଲବିନ ନିଜେ ସଜା ଦେବାକୁ ଚାହିଁଲେ। ଏହା ପାଇଁ ସେ ଫିଲ୍ମ ଭଳି ଜେସିବି ନେଇ ଦୋକାନ ପାଖରେ ପହଁଚିଲେ ଓ ଦୋକାନକୁ ପୁରା ଭାଙ୍ଗିଦେଲେ। ନିକଟରେ ଥିବା ଲୋକଙ୍କ ଅନୁସାରେ ଦୁହେଁ ପଡୋସି କିନ୍ତୁ ସେମାନଙ୍କ ଭିତରେ ସର୍ବଦା ଝଗଡା ହୋଇଥାଏ। ଦୁହିଁଙ୍କ ଭିତରେ ଭଲ ସଂପର୍କ ନଥିଲା କିନ୍ତୁ ସୋଜି ନିଜ ଉପରେ ଲାଗିଥିବା ଅଭିଯୋଗକୁ ମିଛ ବୋଲି କହିଛନ୍ତି।
ନିଜେ ସେୟାର କଲେ ଭିଡ଼ିଓ:-
ସୋସିଆଲ ମିଡିଆରେ ନିଜେ ଆଲବିନ ଏକ ଭିଡ଼ିଓ ସେୟାର କରିଛନ୍ତି। ସେ କହିଛନ୍ତି କି ସୋଜି ଙ୍କ ଦୋକାନରେ ବେଆଇନ ଗତିବିଧି କାମ କରାଯାଇଥିଲା। ଭିଡ଼ିଓରେ ସେ କହିଛନ୍ତି ଏହି ଦୋକାନରେ ଜୁଆ ଓ ମଦ କାରବାର ଚାଲିଥିଲା। ଏହି ସ୍ଥାନର ଯୁବକମାନେ ଏହା ଦ୍ଵାରା ଚିନ୍ତିତ ଅଛନ୍ତି। ନା ପୋଲିସ ନା ହିଁ ଗ୍ରାମର ଅଧିକାରୀ ତାହା ଉପରେ ଧ୍ୟାନ ଦେଉଛନ୍ତି। ସେଥିପାଇଁ ସେ ନିଜେ ଏହା ପାଇଁ ସାମଧାନ କରିବାକୁ ସ୍ଥିର କଲେ।

ନିଜେ ହେଲେ ସାମଧାନ କାରୀ:-
ମୈଥୁ ନିଜ ସେୟାର ଭିଡ଼ିଓରେ ପୋଲିସକୁ ମଧ୍ୟ ଦୋଷ ଦେଇଛନ୍ତି। ସେ କହିଛନ୍ତି ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି ପ୍ରକାର ପଦକ୍ଷେପ ନେଇନଥିଲା।ଯାହା ପରେ ସେ ଚିନ୍ତିତ ଥିଲେ। ମୈଥୁ କହିଛନ୍ତି,”ଆମକୁ ପୋଲିସ ଓ ଗ୍ରାମର ଅଧିକାରୀଙ୍କ ଠୁ କୌଣସି ସକାରାତ୍ମକ ପ୍ରତିକ୍ରିୟା ମିଳିଲା ନାହିଁ ,ସେଥିପାଇଁ ମୁଁ ଦୋକାନକୁ ଭାଙ୍ଗିବା ପାଇଁ ଯାଉଅଛି”।
ଲୋକ ଏହି ଘଟଣାର ତୁଳନା ମଲାୟାଲମ ଫିଲ୍ମ “ଅୟ୍ୟପନମ କୋଶିୟୁମ”ର ଏକ ସିନ ସହିତ କରୁଛନ୍ତି।ଯେଉଁଥି ରେ ପୃଥୀରାଜ ଓ ବିଜୁ ମେନନ ମୁଖ୍ୟ ଭୂମିକାରେ ଥିଲେ। ତଥାପି ମୈଥୁ ବେଆଇନ କାମ କରିଛନ୍ତି ଓ ପରେ ତାଙ୍କୁ ପୋଲିସ ଦୋକାନ ଭାଙ୍ଗିବା ପାଇଁ ତାଙ୍କୁ ଗିରଫ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।