୧୫୦୦୦ ଟଙ୍କା ଓ ଏକ ଭାବନା ବଦଳେଇଦେଲା ଜୀବନ ଆଜି ଅଟନ୍ତି ୧୧୦୦ କୋଟିର ମାଲିକ,ଜାଣନ୍ତୁ କେମିତି ବନିଲେ ଏତେ କୋଟିର ମାଲିକ।

ନିଜ ପରିଶ୍ରମ ବଳରେ ସବୁଜିନିଷ ପାଇବାକୁ ତ ସମସ୍ତେ ଚାହାନ୍ତି କିନ୍ତୁ ସେହି ଲକ୍ଷ୍ୟକୁ ପାଇପାରନ୍ତି ନାହିଁ। ଆଜି ଆମେ ଆପଣଙ୍କୁ ଏପରି ଏକ ବ୍ୟକ୍ତିଙ୍କ ସଫଳତାର କାହାଣୀ କହିବାକୁ ଯାଉଅଛୁ, ଯାହାକୁ ଶୁଣି ଆପଣଙ୍କୁ ମଧ୍ୟ ନିଜ ଲକ୍ଷ୍ୟ ସାଧନ କରିବାରେ ସହଜ ହେବ। ଏହି କାହାଣୀ ହେଉଛି କେବିନ କେୟାରର ସିଇଓ ସି କେ ରଙ୍ଗନାଥନଙ୍କର,ଯିଏ ନିଜ ବଳରେ ଆଜି ଏହି ପଦ ହାସିଲ କରିଛନ୍ତି। ଆସନ୍ତୁ ଜାଣିବା ତାଙ୍କ କାହାଣୀ ବିଷୟରେ କିଛି ରୋଚକ ତଥ୍ୟ……

Google
ପିତାଙ୍କ ଠାରୁ ପ୍ରାପ୍ତ କରିଥିଲେ ପ୍ରାରମ୍ଭିକ ଶିକ୍ଷା:-

ସି କେ ରଙ୍ଗନାଥନଙ୍କର ଜନ୍ମ ତାମିଲନାଡୁର ଏକ ଛୋଟ ସହର “କଡଲୋର”ରେ ହୋଇଥିଲା, ତାଙ୍କର ବାପା ଏକ ଗରିବ କୃଷକ ଥିଲେ ଯାହାଙ୍କର ଆର୍ଥିକ ଅବସ୍ଥା ଅଧିକ ଭଲ ନଥିଲା । ସି କେ ରଙ୍ଗନାଥନଙ୍କୁ ପ୍ରାରମ୍ଭିକ ଶିକ୍ଷା ନିଜ ବାପାଙ୍କ ଠାରୁ ମିଳିଥିଲା, ସେ ଆରମ୍ଭରୁ ହିଁ ପଢ଼ାରେ ଦୁର୍ବଳ ଥିଲେ ଏହି କାରଣରୁ ତାଙ୍କ ବାପା ଚାହୁଁଥିଲେ କି ତାଙ୍କ ପୁଅ ତାଙ୍କ ପରି କୃଷି କରୁ କିମ୍ବା ନିଜର କୌଣସି ବ୍ୟବସାୟ ତାଙ୍କୁ କିଛି ଚାକିରୀ ମିଳିପାରିବ ନାହିଁ। ରଙ୍ଗନାଥନଙ୍କୁ ପଶୁ ଓ ପକ୍ଷୀ ପାଳିବାରେ ଏକ ଇଚ୍ଛା ନିଶ୍ଚୟ ଛୁଆବେଳୁ ଥିଲା,ଯେବେ ସେ ନିଜର ପ୍ରାଥମିକ ବିଦ୍ୟାଳୟରେ ଥିଲେ ସେତେବେଳେ ବି ତାଙ୍କ ପାଖରେ ପାଖାପାଖି ୫୦୦ ରୁ ଅଧିକ ଅଲଗା ଅଲଗା ପ୍ରକାରର ପାରା, ଛୋଟ-ବଡ଼ ମାଛ ଏବଂ ଆଉ ବି କେତେ ପ୍ରକାରର ବିଭିନ୍ନ ପକ୍ଷୀ ରହିଥିଲା।

ବାପାଙ୍କ ମୃତ୍ୟୁ ପରେ ଆରମ୍ଭ କଲେ ବ୍ୟବସାୟ:-

ଯେବେ ରଙ୍ଗନାଥନ କଲେଜରେ ଥିଲେ ସେହି ସମୟରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଗଲା,ଏବେ ସବୁ ଦାୟିତ୍ୱର ଭାର ତାଙ୍କ ଉପରକୁ ଆସିଗଲା ସେତେବେଳେ ସେ ନିଜର ସବୁ ପାଳିତ ପଶୁ ଓ ପକ୍ଷୀଙ୍କୁ ବିକିକରି ପ୍ରାପ୍ତ ହୋଇଥିବା ଟଙ୍କାରୁ ସାମ୍ପ ତିଆରି କରିବାର ବ୍ୟବସାୟ ଆରମ୍ଭ କରିଦେଲେ। ସେ ନିଜ ସାମ୍ପର ନୂଆ ବ୍ୟବସାୟ ତ ଆରମ୍ଭ କରିଦେଲେ, କିନ୍ତୁ ପୁଞ୍ଜି ନଥିବା କରଣରୁ ସେ ତାକୁ ଠିକ ଭାବରେ ଚଲେଇପାରିଲେ ନାହିଁ ଓ ପୁଣି ସେହି ଭାବନାକୁ ଛାଡି ନିଜ ଭାଇର “ଭେଲବେଟ ଇଣ୍ଟରନ୍ୟାଶନାଲ”ଓ “ଭେଲବେଟ ସାମ୍ପ”ର ବ୍ୟବସାୟରେ ଯୋଗ ଦେଲେ,ସେଠାରେ ମଧ୍ୟ ରଙ୍ଗନାଥନଙ୍କର ମନ ଲାଗିଲା ନାହିଁ ଓ ମନରେ ନିଜର କିଛି କରିବାର ଇଚ୍ଛା ଥିଲା ଏଥିପାଇଁ ପୁଣିଥରେ ନିଜ ସାମ୍ପର ବ୍ୟବସାୟକୁ ନୂଆ ଭାବରେ ଆରମ୍ଭ କରିବାର ନିଷ୍ପତ୍ତି ନେଲେ ଓ ‘ଚିକ ଇଣ୍ଡିଆ’ର ଆରମ୍ଭ କଲେ।

Google
କସମେଟିକ୍ସର ମଧ୍ୟ କଲେ ବ୍ୟବସାୟ:-

ନିଜର ଚିକ ଇଣ୍ଡିଆ ବ୍ୟବସାୟରେ ରଙ୍ଗନାଥନ ଗୁଣର ପୁରା ଦାୟିତ୍ୱ ରଖିଲେ, ଏହା ସହିତ ତାର ମୂଲ୍ୟରେ ମଧ୍ୟ ବହୁତ କମ ମାତ୍ର ଦୁଇ ଟଙ୍କା ରଖିଲେ,ଯାହାଦ୍ୱାରା ସେ ଅଧିକରୁ ଅଧିକ ଲୋକଙ୍କ ପର୍ଯ୍ୟନ୍ତ ନିଜ ଦ୍ରବ୍ୟକୁ ପହଞ୍ଚେଇ ପାରିବେ।ଏଥିପାଇଁ ସେ ନିଜେ ଗାଁ ଗାଁ ଯାଇ କିଣାବିକା କରୁଥିଲେ, ରଙ୍ଗନାଥନଙ୍କୁ ନିଜ ପରିଶ୍ରମର ପରିଣାମ ମିଳିଲା ଓ ବହୁତ ଜଲ୍ଦି ଲୋକମାନଙ୍କ ମଧ୍ୟରେ ଦ୍ରବ୍ୟ ପ୍ରସିଦ୍ଧ ହୋଇଗଲା।ଏହାପରେ ରଙ୍ଗନାଥନ ନିଜ କମ୍ପାନୀର ନାମ ବଦଳାଇ କେବିନ କେୟାର ରଖିଲେ,ଯାହାର ଅର୍ଥ “ପ୍ରାଚୀନ ସୌନ୍ଦର୍ଯ୍ୟତା ଓ ଚମକ” ଅଟେ।

Google

ଏହା ସହିତ ନିଜ ଦ୍ରବ୍ୟର ବିସ୍ତାରକୁ ମଧ୍ୟ ବଢ଼ାଇ ବିୟୁଟି ଓ କସମେଟିକରେ ନିଜ ହାତ ଆଗକୁ ବଢାଇଲେ। ରଙ୍ଗନାଥନ ବ୍ୟବସାୟ ଭାବନାକୁ ନିଜ ବାପାଙ୍କୁ ସମର୍ପିତ କଲେ,ଏହାପରେ ସେ ନୂଆ ଅଂଶ ଇତର ଆଡକୁ ବଢିଲେ ଯେଉଁଠାରେ ସେ ଗୋଲାପ ଓ ଚମେଲିର ସୁଗନ୍ଧରେ ପାଉଚକୁ ଲଞ୍ଚ କଲେ,ଯାହାର ମାତ୍ର କିଛି ଦିନରେ ହିଁ ବିକ୍ରି ପ୍ରତିଦିନ ୩୫ଲକ୍ଷ ପାଉଚ ପର୍ଯ୍ୟନ୍ତ ପହଞ୍ଚିଗଲା।

ସବୁ ସମୟରେ ରହିଲା ସଫଳତା ପାଇବାର ଭାବନା:-

ଏହାପରେ ରଙ୍ଗନାଥନ ପଛକୁ ନ ଅନାଇ ନୂଆ ନୂଆ ପରୀକ୍ଷଣ କରିଚାଲିଲେ ଓ ବର୍ତ୍ତମାନରେ ସେ ଏଫଏମସିଜି ସହିତ ଇତର,ଅଚାରର ପାଉଚ,ନାଇଲ ହରବାଲ ସାମ୍ପ,ମିରା ହେୟାର ୱାସ୍ ପାଉଡର, ଫରଏଭର କ୍ରିମ ଓ ଇଣ୍ଡିକା ହେୟାର କଲରିଂ ଏପରି ବହୁତସାରା ବ୍ରାଣ୍ଡ ବଜାରକୁ ଆଣିଲେ ଓ ସଫଳ ମଧ୍ୟ ହେଲେ। ଏତେ ସଫଳତା ସତ୍ତ୍ୱେ ରଙ୍ଗନାଥନ “ଟେକ୍ସ “ନାମକ ଟଏଲେଟ କ୍ଲିନର ଲଞ୍ଚ କଲେ ତାହା ମଧ୍ୟ ପାଉଚରେ। କେବିନ କେୟାର ହିଁ ଏପରି ଏକ ଗ୍ରୁପ ଅଟେ,ଯେଉଁଥିରେ ବହୁତ ଆଧୁନିକ ଉପାୟରେ ପ୍ୟାକେଜିଙ୍ଗ ହୋଇଥାଏ। ତାମିଲନାଡୁରେ ଟେକ୍ସ ଟଏଲେଟ କ୍ଲିନର ବହୁତ ପ୍ରସିଦ୍ଧ ହେଲା। ଏତେ ସବୁ କିଛି ଥିବା ସତ୍ତ୍ୱେ ସି କେ ରଙ୍ଗନାଥନ ଭୂମି ସହ ରହିତ ମାନବ ଅଟନ୍ତି।

Google

ଯିଏ ସବୁଦିନ ସକାଳୁ ଜଲ୍ଦି ଉଠିଯାଆନ୍ତି ଓ ନିଜର ନିତ୍ୟ ନିୟମ ପାଳନ କରନ୍ତି। ଏହା ସହିତ ଘର ପରିବାରର ମଧ୍ୟ ସମ୍ପୂର୍ଣ୍ଣ ଦାୟିତ୍ୱ ତୁଲାଇ କିଛି ସମୟ ନିଜ ନାତି ସହ ମଧ୍ୟ ବିତାଇବା ବେଳେ ପ୍ରେରଣା ଓ ବ୍ୟବସାୟର ମାଗାଜିନ ପଢ଼ନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *