IPL ୨୦୨୧: KKR VS SRH: ଏହି ଦୁଇ ବ୍ୟାଟ୍ସମାନଙ୍କ ଧୂଆଁଧାର ଅର୍ଦ୍ଧଶତକ ଯୋଗୁଁ ହାଇଦ୍ରାବାଦକୁ ୧୦ ରନରେ ହରାଇଲା କୋଲକତା।

ଆଇପିଏଲର ଚତୁର୍ଥ ମ୍ୟାଚରେ ହାଇଦ୍ରାବାଦ ବିପକ୍ଷରେ କୋଲକତା ୧୦ ରନରେ ବିଜୟ ଲାଭ କରିଛି। କୋଲକତା ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୧୮୭ ରନର ବିଶାଳ ରନ କରିଥିଲା। ଏହି ମ୍ୟାଚରେ କୋଲକତା ପକ୍ଷରୁ ହିରୋ ସାଜିଥିଲେ ନୀତିଶ ରାଣା ଯେ କି ୫୬ ବଲରେ ୪ଟି ଚଉକା ଏବଂ ୯ଟି ଛକା ସହ ୮୦ ରନ କରିଥିଲେ। ତାଙ୍କ ଛଡା ରାହୁଲ ତ୍ରିପାଠୀ ଆକର୍ଷଣୀୟ ପାଳି ଖେଳିଥିଲେ । ସେ ମାତ୍ର ୨୯ ଟି ବଲରେ ୨ଟି ଛକା ଏବଂ ୫ଟି ଚଉକା ସହ ୫୩ ରନ କରିଥିଲେ।

Google

ହେଲେ ୱିକେଟ ପରେ ୱିକେଟ ଗଲିପଡିବାରୁ କେକେଆର କିଛି ସମୟ ପାଇଁ ଧିମା ଗତିରେ ଯାଉଥିଲା ମାତ୍ର ଶେଷ ବେଳକୁ ଦିନେଶ କାର୍ତ୍ତିକ ଚମତ୍କାର ପାଳି ଖେଳିଥିଲେ।
ସେ ମାତ୍ର ୯ ଟି ବଲର ସାମ୍ନା କରି ଗୋଟିଏ ଛକା ଏବଂ ୨ ଚଉକା ସହ ୨୨ ରନ କରି ନଟ ଆଉଟ ଥିଲେ। କୋଲକତା ପକ୍ଷରୁ ରସେଲ କିଛି ଖାସ କରିପାରିନଥିଲେ ସେ ମାତ୍ର ୫ ଟି ବଲରେ ଗୋଟିଏ ଚଉକା ସହ ୫ ରନ କରି ଆଉଟ ହୋଇଯାଇଥିଲେ।

ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର ୪ ଓଭରରେ ୪୫ ରନ ଦେଇ ଗୋଟିଏ ୱିକେଟ ଏବଂ ନଟରାଜନ ୪ଓଭରରେ ୩୭ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ। ଏହା ଛଡା ରସିଦ ଖାନ ଏବଂ ମହମ୍ମଦ ନବୀ ଚମତ୍କାର ବୋଲିଂ କରିଥିଲେ। ରସିଦ ଖାନ ୪ ଓଭରରେ ୨୪ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ ଯେବେକି ନବୀ ୪ ଓଭରରେ ୩୨ ରନ ଦେଇ ଦୁଇଟି ୱିକେଟ ନିଜ ନାମରେ କରିଥିଲେ।

Google

ହାଇଦ୍ରାବାଦର ଆରମ୍ଭ ଭଲ ନଥିଲା। କ୍ୟାପଟେନ ୱାରନର ମାତ୍ର ୩ ରନ କରି ପ୍ରସିଧ କ୍ରିଶନାଙ୍କ ବଲରେ ଆଉଟ ହୋଇଥିଲେ ଏବଂ ଶାହା ୫ ବଲରେ ୭ କରି ସାକୀବଙ୍କ ବଲରେ ବୋଲଡ଼ ହୋଇଯାଇଥିଲେ।

ତାପରେ ଦଳର ରନ ଗତିକୁ ମନିଶ ପାଣ୍ଡେ ଏବଂ ଜନି ବେୟାରଷ୍ଟ୍ରୋ ବଢ଼ାଇଥିଲେ। ବେୟାରଷ୍ଟ୍ରୋ ୪୦ ବଲରେ ୩ଟି ଛକା ଏବଂ ୫ଟି ଚଉକା ସହ ୫୫ ରନ କରି ଆଉଟ ହୋଇଯାଇଥିଲେ। ଏହା ଛଡା ମନୀଷ ପାଣ୍ଡେ ୪୪ ବଲରେ ୩ଟି ଛକା ଏବଂ ୨ଟି ଚଉକା ସହ ୬୧ ରନ କରିଥିଲେ। ହେଲେ ଦଳକୁ ବିଜୟ ଦେବାରେ ବିଫଳ ହୋଇଥିଲେ। ଯୁବ ଖେଳାଳି ଅବଦୁଲ ସମଦ ୮ ବଲରେ ୨ଟି ଛକା ସହ ୧୯ ରନ କରିଥିଲେ।

Google

କେକେଆର ପକ୍ଷରୁ ପ୍ରସିଧ କ୍ରିଶନା ୨ଟି ୱିକେଟ,ରାକିବ,କମିନ୍ସ ଏବଂ ରସେଲ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *