ଏହି କାରଣ ପାଇଁ ଅଜିତ ଅଗରକର ହୋଇପାରିଲେ ନାହିଁ ଭାରତୀୟ ଟିମର ଚୟନକର୍ତ୍ତା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଗୁରୁବାରକୁ ବିସିସିଆଇ ଭାରତୀୟ ଦଳ ପାଇଁ ତିନିଜଣ ଚୟନକର୍ତା ଘୋଷଣା କରିଛନ୍ତି। ଚେତନ ଶର୍ମାଙ୍କୁ ଟିମ ଇଣ୍ଡିଆର ଚିଫ ସିଲେକ୍ଟର ବଛାଯାଇଛି। ଯେଉଁଥିରେ ବିସିସିଆଇ ଅଜିତ ଅଗରକରଙ୍କ ଜାଗାରେ ଅଭୟ କୁରବିଲାଙ୍କୁ ତିନିଜଣିଆ ଚୟନକର୍ତା ଭାବରେ ଚୟନ କରିଛନ୍ତି।

Google

ଏହି ଖବର ଅଗରକରଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଛି। ଏବେ ଚର୍ଚ୍ଚାର ବିଷୟ ଏହାକି ଅନେକ ଦିନ ହେବ ମହାନ ଭାରତୀୟ ବୋଲର ଅଜିତ ଅଗରକର ଭାରତୀୟ ଦଳର ସିଲେକ୍ଟର ହେବେ ବୋଲି କୁହାଯାଉଥିଲା କିନ୍ତୁ ଏପରି ହେଲାନାହିଁ।

ତେବେ ଆସନ୍ତୁ ଜାଣିବା କେଉଁ କାରଣ ପାଇଁ ବିସିସିଆଇ ଅଜିତ ଅଗରକରଙ୍କୁ ଚୟନ କରିନାହିଁ।

ଅଜିତଙ୍କୁ ଏହି କାରଣ ପାଇଁ କଲେ ନାହିଁ ସାମିଲ:

କହିରଖିବୁକି ଅଜିତ ଅଗରକର ମୁମ୍ବାଇ କ୍ରିକେଟ ଏସୋସିଏସନର ରାଜନୀତିର ଶିକାର ହୋଇଛନ୍ତି।ବିତିଯାଇଥିବା ଗୁରୁବାରକୁ ସିଏସିର ବୈଠକ ହୋଇଥିଲା।ଯେଉଁଥିରେ ଅଜିତ ଅଗରକର ଓ ଅଭୟ କୁରବିଲାଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ଓ ଶେଷରେ ଅଭୟ କୁରବିଲାଙ୍କୁ ଚୟନ କରାଗଲା। ଯେବେକି ଅଜିତଙ୍କ କ୍ରିକେଟ ଅନୁଭବ ଅଭୟଙ୍କ ଠୁ ବହୁତ ବେଶି ଅଟେ। କହିରଖିବୁ ସେ ୧୯୧ ଏକଦିବସିୟ ଓ ୨୬ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଅଗରକର ଏକ ମାତ୍ର ଏପରି ଖେଳାଳୀ ଅଟନ୍ତି ଯିଏକି ସବୁଠୁ ଅଧିକ ୨୦୦ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଖେଳିଛନ୍ତି।

Google

ଏହା ପରେ ଏକ ସିନିୟର କହିଛନ୍ତି,”ଅଗରକରଙ୍କୁ ମୁମ୍ବାଇ କ୍ରିକେଟ ସଂଘର ସମର୍ଥନ କେବେ ମଧ୍ୟ ମିଳିନଥିଲା। ଏପରି ଅଭିଯୋଗ ଥିଲାକି ମୁମ୍ବାଇର ମୁଖ୍ୟ ଚୟନକର୍ତ୍ତା ରୂପରେ ସେ ମ୍ୟାଚ ଦେଖିନଥିଲେ। ଅଭୟ କୁରବିଲାଙ୍କୁ ମୁମ୍ବାଇର ପ୍ରତିଭାଶାଳୀ ଲୋକଙ୍କ ସମର୍ଥନ ମିଳିଥିଲା। ଅଜିତ ଅଗରକର ନିଜର କ୍ରିକେଟ ରେକର୍ଡ ପରେ ମଧ୍ୟ ଅଭୟ କୁରବିଲାଙ୍କୁ ମାତ ଦେଇପାରିଲେ ନାହିଁ”।

ଚେତନ ଶର୍ମା ହେଲେ ମୁଖ୍ୟ ଚୟନକର୍ତା:

ବିସିସିଆଇ ନିଜର ୮୮ ତମ ବାର୍ଷିକ ବୈଠକରେ ଇଣ୍ଡିଆର ପୂର୍ବ ବୋଲର ଚେତନ ଶର୍ମାଙ୍କୁ ସିନିୟର ରାଷ୍ଟ୍ରୀୟ ପ୍ୟାନେଲର ଅଧକ୍ଷ କରିଦିଆଯାଇଛି। ଯେଉଁଠି ଅଷ୍ଟ୍ରେଲିଆ ଓ ଭାରତ ଟେଷ୍ଟ ସିରିଜକୁ ଧ୍ୟାନରେ ରଖି ଖାସ ଚର୍ଚ୍ଚା କରାଯାଇଛି। ନୂଆ ପ୍ୟାନେଲର ନିର୍ମାଣରେ ଚେତନ ଶର୍ମା ଉତ୍ତର କ୍ଷେତ୍ରରେ ମନିନ୍ଦର ସିଂହ ଓ ବିଜୟ ଦହିଆଙ୍କୁ ପଛରେ ଛାଡିଦେଇଛି।

Google

୫୪ ବର୍ଷୀୟ ଚେତନ ଶର୍ମା ନିଜ ବଛା ଯିବା ପରେ ଖୁସିରେ ପିଟିଆଇକୁ କହିଛନ୍ତି,”ଭାରତୀୟ କ୍ରିକେଟ ଟିମର ପୁଣି ଥରେ ସେବା କରିବାର ମୌକା ମିଳିବା ନିଶ୍ଚିତ ମୋ ପାଇଁ ଏକ ସମ୍ମାନର କଥା। ମୁଁ ଅଧିକ କଥା କହିନଥାଏ କାରଣ ମୋ କାମ କହିଥାଏ। ମୁଁ ଏହି ମୌକା ପାଇଁ ବିସିସିଆଇକୁ କେବଳ ଧନ୍ୟବାଦ ଦେବାକୁ ଚାହୁଁଛି”।

ସେହିପରି ବିସିସିଆଇ ସଚିବ ଜୟ ସାହା ପ୍ରେସ କନ୍ଫରେନ୍ସରେ କହିଛନ୍ତି,”ସମିତି ବରିଷ୍ଟତା ଟେଷ୍ଟର ମୋଟ ସଂଖ୍ୟାର ଆଧାରରେ ସିନିୟର ପୁରୁଷ ଚୟନ ସମିତିର ମୁଖ୍ୟ ଚୟନକର୍ତ୍ତା ପାଇଁ ଚେତନ ଶର୍ମାଙ୍କୁ ବଛାଯାଇଛି”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *