IND VS ENG:ମୋଟେରାରେ ଟିମ ଇଣ୍ଡିଆର ବିଜୟ ପକା! ଜାଣନ୍ତୁ ଏହାର ତିନୋଟି ମୁଖ୍ୟ କାରଣ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ୨୪ ଫେବୁଆରୀକୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଡେ ନାଇଟ ଟେଷ୍ଟ ପିଙ୍କ ବଲରେ ଖେଳାଯିବ। ପିଙ୍କ ବଲରେ ଦେଶରେ ଏବେ ପର୍ଯ୍ୟନ୍ତ ଗୋଟିଏ ଟେଷ୍ଟ ମ୍ୟାଚ ହୋଇଛି ଓ ଇଣ୍ଡିଆ ସେଥିରେ ବିଜୟ ହୋଇଛି। ସେଥିପାଇଁ ଟିମ ଇଣ୍ଡିଆ ଏହି ମ୍ୟାଚ ଜିତିବା ନିଶ୍ଚିନ୍ତ ମାନାଯାଉଛି। ଏହାର ତିନୋଟି ମୁଖ୍ୟ କାରଣ ରହିଛି। ଏବେ ଚାରିଟି ମ୍ୟାଚ ବିଶିଷ୍ଟ ସିରିଜ ୧-୧ରେ ବରାବର ଅଛି। ବିଶ୍ୱ ଟେଷ୍ଟ ଚାମ୍ପିୟାନସିପରେ ପହଁଚିବା ପାଇଁ ଟିମ ପାଇଁ ଶେଷ ଦୁଇଟି ଟେଷ୍ଟ ମହତ୍ତ୍ୱପୂର୍ଣ୍ଣ ଅଟେ।

Google

ପ୍ରଥମ କାରଣ: ଏବେ ପର୍ଯ୍ୟନ୍ତ ଛଅଟି ଟିମ ନିଜ ଘରେ ଡେ ନାଇଟ ଟେଷ୍ଟ ଖେଳିଛି। ଏଥିରେ ଟିମ ଇଣ୍ଡିଆ ଛଡା ଅଷ୍ଟ୍ରେଲିଆ, ଇଂଲଣ୍ଡ ,ନ୍ୟୁଜଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ। ୱେଷ୍ଟଇଣ୍ଡିଜକୁ ଛାଡି ସବୁ ଟିମ ଘରେ ସବୁ ଡେ ନାଇଟ ଟେଷ୍ଟ ଜିତିଛନ୍ତି। ୱେଷ୍ଟଇଣ୍ଡିଜ ଟିମ ଟେଷ୍ଟରେ କମଜୋର ମାନାଯାଇଥାଏ ଓ ତାର ବିଶ୍ୱ ରାଙ୍କିଙ୍ଗ ମଧ୍ୟ ୮ ଅଟେ। ମାନେ ଟପ ଟିମ ଘରେ ଡେ ନାଇଟ ଟେଷ୍ଟ ହାରିନାହିଁ। ଭାରତରେ ଟେଷ୍ଟ ଏସ ଜି ବଲରେ ଖେଳାଯାଉଥିବା ବେଳେ ଇଂଲଣ୍ଡରେ ଡ୍ୟୁକ ବଲରେ ଖେଳାଯାଇଥାଏ ଯାହାର ଫାଇଦା ଆମକୁ ମିଳିବ।

ଦ୍ୱିତୀୟ କାରଣ: ଇଂଲଣ୍ଡ ଟିମ ଭାରତକୁ ମୋଟେରା ଷ୍ଟାଡିୟମରେ କେବେବି ଟେଷ୍ଟରେ ହରାଇ ପାରିନାହିଁ। ଦୁହିଁଙ୍କ ଭିତରେ ଏହି ଷ୍ଟାଡିୟମରେ ଦୁଇଟି ଟେଷ୍ଟ ଖେଳାଯାଇଛି। ଟିମ ଇଣ୍ଡିଆ ଗୋଟିଏ ମ୍ୟାଚ ଜିତିଛି ଓ ଅନ୍ୟଟି ଡ୍ର ହୋଇଛି।ଟିମ ଇଣ୍ଡିଆ ମୋଟେରାରେ ପୂର୍ଵ ୧୩ ବର୍ଷ ହେବ ମ୍ୟାଚ ହାରିନାହିଁ। ଶେଷ ତିନୋଟି ମ୍ୟାଚରୁ ଗୋଟିଏରେ ବିଜୟ ହେବା ସହ ଦୁଇଟି ମ୍ୟାଚ ଡ୍ର ରହିଛି। ପିଚକୁ ସ୍ପିନ ବୋଲରଙ୍କ ହିସାବରେ ତିଆରି କରାଯାଉଛି। ସେଥିପାଇଁ ପୁଣିଥରେ ଆର ଅଶ୍ୱିନୀ ଓ ଅକ୍ଷର ପଟେଲ ଇଂଲଣ୍ଡ ଟିମ ଉପରେ ଭାରି ପଡିପାରନ୍ତି।

Google

ତୃତୀୟ କାରଣ: ଟିମ ଇଣ୍ଡିଆ ୯ ବର୍ଷ ହେବ ଘରେ କୌଣସି ଟେଷ୍ଟ ସିରିଜ ହାରିନାହିଁ। ଲଗାତର ୧୨ ଟି ସିରିଜ ଜିତଛି।ଏହି ସମୟରେ ଟିମ ବଙ୍ଗଳାଦେଶ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଆଫଗାନିସ୍ଥାନ, ଶ୍ରାଲଙ୍କା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜଲ୍ୟାଣ୍ଡକୁ ହରାଇଛି। ମାନେ ୮ ଟି ଟିମ ଆମକୁ ପୂର୍ବ ୧୨ ବର୍ଷରେ ଘରେ ଟେଷ୍ଟ ସିରିଜରେ ହରାଇପାରିନାହିଁ। ଏହା ଛଡା ଇଣ୍ଡିଆ ଇଂଲଣ୍ଡ ସହ ପୂର୍ବ ଘରେ ଖେଳିଥିବା ଟେଷ୍ଟ ସିରିଜରେ ୪-୦ରେ ହରାଇଥିଲା। ପାଞ୍ଚଟି ମ୍ୟାଚ ବିଶିଷ୍ଟ ସେହି ସିରିଜରେ ଗୋଟେ ମ୍ୟାଚ ଡ୍ର ରହିଥିଲା। ଦୁଇଟି ମ୍ୟାଚ ଆମେ ଗୋଟେ ପାରିରେ ବିଜୟ ପ୍ରାପ୍ତ କରିଥିଲୁ।

ଅଶ୍ୱିନୀ ଓ କୋହଲି ବିଜୟର ହିରୋ ରହିଥିଲେ:

ନଭେମ୍ବର-ଡିସେମ୍ବର ୨୦୧୬ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜରେ ଭାରତର ବିଜୟର ହିରୋ ଆର ଅଶ୍ୱିନୀ ଓ ବିରାଟ କୋହଲି ଭାବେ ଉଭା ହୋଇଥିଲେ। କୋହଲି ୫ ଟି ମ୍ୟାଚର ୮ ଟି ପାରିରେ ୧୦୯ ଔସତ ସହ ସବୁଠୁ ଅଧିକ ୬୫୫ ରନ ବନେଇଥିଲେ। ସେ ଦୁଇଟି ଶତକ ଓ ଦୁଇଟି ଅର୍ଦ୍ଧଶତକ ନିଜ ବ୍ୟାଟରୁ ବାହାର କରିଥିଲେ। ସେହିପରି ଅଫ ସ୍ପିନର ଅଶ୍ୱିନୀ ସବୁଠୁ ଅଧିକ ୨୮ ଟି ୱିକେଟ ଅକ୍ତିଆର କରିଥିଲେ। ତିନିଥର ୫ ୱିକେଟ ଓ ଥରେ ୧୦ ୱିକେଟ ନେବାର କାରନାମା କରିଥିଲେ। ଏବେର ସିରିଜରେ ମଧ୍ୟ ଅଶ୍ୱିନୀ ଦୁଇଟି ମ୍ୟାଚରେ ୧୭ ୱିକେଟ ନେଇସାରିଲେଣି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.