ଇତିହାସ ରଚିଲେ ଭାରତୀୟ ମହିଳା ପାଇଲଟ। ପଢନ୍ତୁ ଆମର ସ୍ପେଶାଲ ରିପୋର୍ଟ।

ଏୟାର ଇଣ୍ଡିଆର ମହିଳା ପାଇଲଟ ମାନଙ୍କର ଟିମ ପୁଣି ଥରେ ଇତିହାସ ରଚିବାକୁ ଯାଉଛି। ଏହି ମହିଳା ପାଇଲଟଙ୍କର ଟିମ ଉତ୍ତରୀ ଧ୍ରୁବ ବା ନର୍ଥ ପୋଲ ଉପରୁ ଦୁନିଆର ସବୁଠୁ ବଡ଼ ହାୱା ମାର୍ଗରେ ଉଡି ସାରିଛନ୍ତି। ଏହି ଭାରତୀୟ ମହିଳା ମାନେ ଆମେରିକାର ସାନ ଫ୍ରାଂସିସ୍କୋରୁ ପ୍ରାୟ ୧୬୦୦୦କିମି ଦୂରତା ତୟ କରି କରି ୯ ଜାନୁଆରୀକୁ ବାଙ୍ଗାଲୋର ପହଂଚି ସାରିଛନ୍ତି। ୧୬ ହଜାର କିମିର ଏହି ହଵାଈ ଯାତ୍ରା କରୁଥିବା ଟିମକୁ ମହିଳା କ୍ୟାପଟେନ ଜୋୟା ଅଗ୍ରୱାଲ ଲିଡ଼ କରୁଥିଲେ।

Google

ଏୟାର ଇଣ୍ଡିଆ ତରଫରୁ ଜାରି କରାଯାଇଥିବା ଆଧିକାରୀକ ବୟାନରେ କୁହାଯାଇଛି କି ପାଇଲଟ କ୍ୟାପଟେନ ଜୋୟା ଆଉ ତାଙ୍କର ଟିମକୁ ଏହି କାମ ଦିଆଯାଇଥିଲା। ଜୋୟା ସେହି ପାଇଲଟ ଅଟନ୍ତି ଯିଏ କି ୨୦୧୩ରେ ବୋୟା-୭୭୭ ବିମାନ ଉଡେଇ ଥିଲେ। ସେହି ସମୟରେ ଏହି ବିମାନ ଉଡାଇ ଥିବା ସେ ସବୁଠୁ ଯୁବ ମହିଳା ଥିଲେ। ଏହି କାରଣରୁ ହିଁ ତାଙ୍କୁ ଏଥର ଏତେ ବଡ଼ ଦାୟିତ୍ତ୍ୱ ଦିଆଯାଇଛି।

ମୋ ପାଇଁ ଏକ ସୁବର୍ଣ ସୁଯୋଗ:

କ୍ୟାପଟେନ ଜୋୟା କହିଲେ କି ଜୀବନ ସାରା ବହୁତ ଲୋକ ନର୍ଥ ପୋଲ ଅଥବା ଏହାର ନକ୍ସା ବି ଦେଖି ପାରିବେନି। ମୁଁ ସତରେ ନିଜକୁ ଗର୍ବିତ ମନେ କରୁଛି କି ନାଗରିକ ଉଡୟନ ବିଭାଗ ତଥା ଆମ ଫ୍ଲାଗ ହୋଏସ୍ଟିଙ୍ଗ କମିଟି ଆମକୁ ଯୋଗ୍ୟ ମନେ କରିକି ଏହି ଦାୟିତ୍ୱ ଦେଲେ। ନର୍ଥ ପୋଲ ଉପରୁ ଆମେରିକାର ସ୍ୟାନ ଫ୍ରାଂସିସ୍କୋରୁ ବାଙ୍ଗାଲୋର ଯାଏ ଦୁନିଆର ସବୁଠୁ ବଡ଼ ହଵାଈ ମାର୍ଗ ଉପରେ ଯାତ୍ରା ତଥା ବୋଇଂ-୭୭୭ ର ପ୍ରଥମ ଉଡାଣ ଭରିବା ବହୁତ ହି ଉଚ୍ଚ କୋଟିର ଅନୁଭବ ଥିଲା।

Google
ପାଇଲଟ ମାନଙ୍କର ସ୍ୱପ୍ନ ଥାଏ ଏହି ରୁଟ:

ଏହା ପ୍ରଥମ ଥର ହେଉଛି ଯେବେ କି ଜଣେ ମହିଳା ପାଇଲଟ ଏପରି ଯାତ୍ରା ତୟ କରିଛି। ଏହି ଯାତ୍ରାରେ ନର୍ଥ ପୋଲରୁ ଯିବା ଯାତ୍ରାର ସବୁଠୁ ରୋମାଂଚକର ସମୟ ହେଇ ଥାଏ। କାରଣ ନର୍ଥ ପୋଲର ଦେଖାଯିବା ତଥା ସେହି ବାଟ ଦେଇକି ବାହାରିବା ବହୁତ ସାରା ପ୍ରଫେସନାଲ ପାଇଲଟ ମାନଙ୍କର ସ୍ୱପ୍ନ ହେଇଥାଏ। କେହି ବି ଏୟାର ଲାଇନ ଏହି ରୁଟରେ ନିଜର ସବୁଠୁ ଅନୁଭବୀ ପାଇଲଟ ମାନଙ୍କୁ ପଠେଇ ଥାଏ। ଏହି ସ୍ୱପ୍ନକୁ ଏବେ ଏହି ୧୯ ମହିଳା ପାଇଲଟ ପୁରା କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *