IPL ୨୦୨୧କୁ ଅଭିନନ୍ଦନ ଜଣାଇ ଟ୍ରୋଲ ହେଲେ ମାଇକଲ ବୋନ, ଲୋକଙ୍କ ରାଗିବାର କାରଣ ବନିଲେ। ଜାଣନ୍ତୁ ସମ୍ପୂର୍ଣ୍ଣ ଖବର ।

ଇଂଲଣ୍ଡର ପୂର୍ଵ ଅଧିନାୟକ ମାଇକଲ ବୋନ ଆଇପିଏଲର ୧୪ ତମ ସଂସ୍କରଣ ଆରମ୍ଭ ହେବାର ସ୍ୱାଗତ ଜ୍ଞାପନ କରିଛନ୍ତି। ଏହା ସହିତ ସେ ଆଇପିଏଲ ୨୦୨୧ର ବିଜେତାର ନାମ ମଧ୍ୟ ଘୋଷଣା କରିଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ଲୋକଙ୍କୁ ଏହି ଅନ୍ଦାଜ ପସନ୍ଦ ଆସି ନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ଦୂରରେ ରହିବା ପାଇଁ ମଧ୍ୟ ଲୋକମାନର ତାଙ୍କୁ ଚେତାବନୀ ଦେଇଛନ୍ତି ବୋଲି ଜଣା ଯାଇଛି।

Google

ଇଂଲଣ୍ଡର ପୂର୍ଵ ଅଧିନାୟକ ମାଇକଲ ବୋନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି। ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ସିରିଜରେ ତାଙ୍କ ଟ୍ୱିଟର ବହୁତ ଚର୍ଚାକୁ ଆସିଥିଲା। ସେ ଟ୍ୱିଟରରେ କୌଣସି ବିଜେତାଙ୍କ ନାମ ଘୋଷଣା କରିଥିଲେ। ଏହା ସହ ଷ୍ଟାଡିୟମର ପିଚକୁ ଖରାପ କହିଥିଲେ। ଗୋଟେ ଟ୍ୱିଟରେ ସେ ହଳ ଚଳାଉଥିବା କୃଷକଙ୍କ ଫଟୋସେୟାର କରି ନରେନ୍ଦ୍ର ମୋଦି ଷ୍ଟାଡିୟମର ମଜାକ ଉଡାଇଥିଲେ। ଆଉଥରେ ସେ କାଦୁଅରେ ପିଚ ରିପୋଟିଙ୍ଗ କରୁଥିବା ଭିଡ଼ିଓ ସେୟାର କରିବାର ନଜର ଆସିଥିଲେ।

ମାଇକଲ ବୋନ ଆଇପିଏଲ ୨୦୨୧କୁ ନେଇ ଟ୍ୱିଟ କରିଛନ୍ତି,”ଲୋକ ଏହାକୁ ପସନ୍ଦ କରନ୍ତୁ ନା ନାହିଁ ,ଗୋଟେ ଦେଶର ସବୁଠୁ ବଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ ୨୦୨୧କୁ ଧମାକାଦାର ହେବା କଥା ପୁଣି କହିବା ପାଇଁ ଚାହିଁବି ମୁମ୍ବାଇ ଇଣ୍ଡିଆନ୍ସ ହିଁ ଏଥର ଚମ୍ପିୟାନ ହେବ। ଏହା ସହିତ ଜଡିତ ସବୁ ଲୋକଙ୍କୁ ଧନ୍ୟବାଦ”। ସେ ନିଜ ଟ୍ୱିଟ ପୋଷ୍ଟରେ ଇଣ୍ଡିଆକୁ ଟ୍ୟାଗ କରିବାର ନଜର ଆସିଛନ୍ତି। ତାଙ୍କର ଏହି ପୋଷ୍ଟରେ ଲୋକ ଅନେକ କମେଣ୍ଟସ କରିଛନ୍ତି।

@ihitman55 ଲେଖିଛନ୍ତି ,”ମାଇକଲ ସାର ନମସ୍କାର ।ମୁଁ ଆପଣଙ୍କୁ ଏକ ବହୁତ ମହତ୍ତ୍ୱପୂର୍ଣ୍ଣ କାମ ଦେଉଛି। ମୁଁ ଆପଣଙ୍କୁ ନିବେଦନ କରୁଛି ଆପଣ ସେହି କାମ କରନ୍ତୁ।ଦୟାକରି ଆପଣଙ୍କ ଜିତିବା ଟିମକୁ ମୁହଁକୁ ଆଣନ୍ତୁନି ଓ ମୁମ୍ବାଇ ଇଣ୍ଡିଆନ୍ସ ଠୁ ଦୂରରେ ହିଁ ରୁହନ୍ତୁ”।

ଲୋକ ଏଥିପାଇଁ ଏହି ସବୁ କହୁଛନ୍ତି କାରଣ ମାଇକଲ ବୋନ ଅଳ୍ପ ଦିନ ତଳେ ଭବିଷ୍ୟତବାଣୀ କରିଥିଲେ ଓ ତାହା ଭୁଲ ସାବ୍ୟସ୍ତ ହୋଇଛି। ଏହା ପୂର୍ବରୁ ମଧ୍ୟ ସେ ଆଇପିଏଲକୁ ନେଇ ପୂର୍ବାନୁମାନ କରିଛନ୍ତି ଯାହା ଭୁଲ ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *