ଏହି କାରଣରୁ ଟିଏନସିଏ ବିଜୟ ହଜାରେ ଟ୍ରଫିରୁ ଟି ନଟରାଜନଙ୍କୁ କରିଲା ବାଦ। ସମସ୍ତେ ଆଶ୍ଚର୍ଯ୍ୟ।

ଭାରତର ନୂଆ ଦ୍ରୁତ ବୋଲର ଟି ନଟରାଜନଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇର ଅନୁରୋଧ ପରେ ବିଜୟ ହଜାରେ ଟ୍ରଫି ଏକ ଦିବସିୟ ଟୁର୍ଣ୍ଣାମେଣ୍ଟରୁ ତାମିଲନାଡୁ ଟିମରୁ ବାହାର କରିଦିଆଯାଇଛି। ଯାହା ଦ୍ୱାରା ଯେପରି ସେ ଇଂଲଣ୍ଡ ସହ ଆଗାମୀ ହେବାକୁ ଥିବା ଏକଦିବସିୟ ସିରିଜ ପାଇଁ ଉପସ୍ଥିତ ରହିପାରିବେ।ଟିଏନସିଏର ସଚିବ ଆର ଏସ ରାମାସାମୀ କହିଛନ୍ତି,”ବିସିସିଆଇ ଓ ଭାରତୀୟ ଟିମ ପ୍ରବନ୍ଧନ ଚାହୁଁଛନ୍ତିକି ଇଂଲଣ୍ଡ ସହ ଏକଦିବସିୟ ସିରିଜ ପୂର୍ବରୁ ନଟରାଜନ ପୁରା ଫିଟ ରୁହନ୍ତୁ। ଭାରତୀୟ ଟିମର ଭଲ ପାଇଁ ଆମେ ମଧ୍ୟ ହଁ କହିଦେଇଛୁ”।

Google

ତାମିଲନାଡୁର ଟିମରେ ଟି ନଟରାଜନଙ୍କ ଜାଗା ଆରଏସ ଜଗନାଥ ଶ୍ରୀନିବାସ ନେଇଛନ୍ତି। ଟିମ ୧୩ ଫେବୁଆରୀକି ଇନଦୋର ଯିବ। ଇଂଲଣ୍ଡ ବିରୁଦ୍ଧରେ ଭାରତ ପ୍ରଥମ ଟି-୨୦ ୧୨ ମାର୍ଚ୍ଚକୁ ଅହମ୍ମଦାବାଦରେ ଖେଳିବ। ଯେବେକି ପ୍ରଥମ ଏକଦିବସିୟ ୨୩ ମାର୍ଚ୍ଚକୁ ପୁନେରେ ହେବ। କହିରଖିବୁକି ଭାରତୀୟ ଦ୍ରୁତ ବୋଲର ଟି ନଟରାଜନ ଅଷ୍ଟ୍ରେଲିଆ ଗ୍ରସ୍ତରେ ଏକଦିବସିୟ, ଟି-୨୦ ଓ ଶେଷରେ ଟେଷ୍ଟ ସିରିଜରେ ଡେଭ୍ୟୁ କରିବାର ନଜର ଆସିଥିଲେ ଓ ସୁନ୍ଦର ପ୍ରଦର୍ଶନ ଦ୍ଵାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ।

ନଟରାଜନ ଅଷ୍ଟ୍ରେଲିଆରେ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜର ଶେଷ ମ୍ୟାଚରେ ଡେଭ୍ୟୁ କରିଥିଲେ।ନଟରାଜନ ନିଜ ଡେଭ୍ୟୁ ଏକଦିବସିୟରେ ୭.୦ ଇକୋନୋମିରେ ରନ ଦେଇ ଦୁଇଟି ୱିକେଟ ଅକ୍ତିଆର କରିଥିଲେ। ନସେହି ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ହରାଇଥିଲା। ଯେବେକି ନଟରାଜନ ଏବେ ପର୍ଯ୍ୟନ୍ତ ଖେଳିଥିବା ତିନୋଟି ଟି-୨୦ରେ ୬.୯୨ର ଇକୋନୋମି ରନ ରେଟରେ ୬ଟି ୱିକେଟ ଅକ୍ତିଆର କରିଛନ୍ତି। ସେହିପରି ନଟରାଜନ ଗୋଟେ ମ୍ୟାଚରେ ୩.୧୦ର ଇକୋନୋମିରେ ୩ଟି ୱିକେଟ ଅକ୍ତିଆର କରିଛନ୍ତି।

Google

ସେହିପରି ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରିଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଆରମ୍ଭ ହୋଇସାରିଛି। ପ୍ରଥମ ଟେଷ୍ଟ ମ୍ୟାଚ ଚେନ୍ନାଇରେ ଖେଳାଯାଇଥିଲା ଯେଉଁଥିରେ ଇଂଲଣ୍ଡ ଭାରତକୁ ୨୨୭ ରନରେ ହରାଇଥିଲା। ଦ୍ୱିତୀୟ ଟେଷ୍ଟ ମ୍ୟାଚବି ଚେନ୍ନାଇରେ ଅନୁଷ୍ଠିତ ହେବ। ଯାହାକି ୧୩ ଫେବୁଆରୀକୁ ଖେଳାଯିବ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜ:

୧୨ ମାର୍ଚ୍ଚ ପ୍ରଥମ ଟି-୨୦-ଅହମ୍ମଦାବାଦ
୧୪ ମାର୍ଚ୍ଚ ୨ୟ ଟି-୨୦-ଅହମ୍ମଦାବାଦ
୧୬ ମାର୍ଚ୍ଚ ୩ୟ ଟି-୨୦-ଅହମ୍ମଦାବାଦ
୧୮ ମାର୍ଚ୍ଚ ଚତ୍ରୁର୍ଥ ଟି-୨୦-ଅହମ୍ମଦାବାଦ
୨୦ ମାର୍ଚ୍ଚ ୫ମ ଟି-୨୦-ଅହମ୍ମଦାବାଦ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକଦିବସିୟ ସିରିଜ:

୨୩ ମାର୍ଚ୍ଚ ପ୍ରଥମ ଏକଦିବସିୟ-ପୁନେ
୨୬ ମାର୍ଚ୍ଚ ଦ୍ୱିତୀୟ ଏକଦିବସିୟ-ପୁନେ
୨୮ ମାର୍ଚ୍ଚ ତୃତୀୟ ଏକଦିବସିୟ-ପୁନେ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *