ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏହା ସାବ୍ୟସ୍ତ କରିଦେଲେ କି କିଛି ଦିନ ଖରାପ ହେବା ପରେ କେଉଁ ବ୍ୟାଟ୍ସମ୍ୟାନର କ୍ୟାରିୟର ସମାପ୍ତ ହେଇନଥାଏ। ପନ୍ତଙ୍କ ପାଇଁ ପୂର୍ବ ବର୍ଷ କିଛି ଖାସ ନଥିଲା। ତାଙ୍କ ବଦଳରେ କେଏଲ ରାହୁଲ ସଭିଙ୍କୁ ପ୍ରଥମ ଚଏସ ଭାବେ ନଜର ଆସୁଥିଲେ। ମାତ୍ର ଅଷ୍ଟ୍ରେଲିଆ ଦୋହରାରେ ପନ୍ତ ଯାହା କଲେ ତାହା ଦେଖିବା ପରେ ସମସ୍ତଙ୍କ ମନରେ ଏହି ସନ୍ଦେହ ଦୂର ହେଇଗଲା କି ଟିମର ସନ୍ତୁଳନ ପାଇଁ ତାଙ୍କର ରହିବା କେତେ ଜରୁରୀ ଅଟେ। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳା ଯାଇଥିବା ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ସେ ୫ଟି ଇନିଂସରେ ୨୭୪ ରନ ବନେଇଲେ।

ଏହା ଭିତରେ ତାଙ୍କର ସର୍ବଶ୍ରେଷ୍ଠ ଇନିଂସ ଥିଲା ୯୭ ରନର। ସେ ଦୁଇଟି ଅର୍ଧଶତକ ଯୋଡିଲେ ଆଉ ଗାବା ଟେଷ୍ଟ ମ୍ୟାଚର ଚତୁର୍ଥ ଇନିଂସରେ ୮୯ ରନର ଇନିଂସ ଖେଳି ସେ ଭାରତକୁ ଜୀତ ଦେଲେ। ମାତ୍ର ପନ୍ତ ଫିଲଡ଼ ଭିତରେ ଯେତେ ଆକ୍ରମକ ନଜର ଆସନ୍ତି ନିଜର ବାସ୍ତବିକ ଜୀବନରେ ସେ ସେତିକି ଆକ୍ରମକ ନୁହନ୍ତି। ସେ ବହୁତ ଇମୋସ୍ନାଲ ଆଉ ନରମ ହୃଦୟ ବିଶିଷ୍ଟ ବ୍ୟକ୍ତି ଅଟନ୍ତି। ଏହା ହିଁ କାରଣ କି ସେ ସବୁ ମ୍ୟାଚ ପରେ ନିଜର କୀଟ ବ୍ୟାଗ ଜୁନିଅର ପ୍ଲେୟର ମାନଙ୍କୁ ଦେଇ ଦିଅନ୍ତି।
ଏବେ ସାହାଯ୍ୟ କରିବା ସ୍ଥିତିରେ ଅଛନ୍ତି:
ଇଣ୍ଡିଆ ଟୁଡେ କୁ ଦେଇଥିବା ଇଣ୍ଟରଭିଉରେ ପନ୍ତ କହିଲେ କି ବିସିସିଆଇ ଠାରୁ ମିଳିଥିବା କଣ୍ଟ୍ରାକ୍ଟ ପରେ ହିଁ ସେ ଏପରି କରୁଛନ୍ତି। ତାଙ୍କ ଅନୁସାରେ ତାରକ ସାର ତାଙ୍କୁ ସମସ୍ତ ଜିନିଷ ଦେଉଥିଲେ। ତାଙ୍କୁ ବ୍ୟାଟିଂ ତଥା କିପିଂ ସହ ଯୋଡ଼ା ସମସ୍ତ ଜିନିଷ ଦେଉଥିଲେ। ଆଉ ତା ପରେ କହିଲେ କି ଆଶିଷ ନେହେରା ବି ତାଙ୍କୁ କ୍ଲବ ମାନଙ୍କରେ ବହୁତ ଜିନିଷ ଦେଉଥିଲେ। ଏହାପରେ ସେ କହିଲେ କି ସେ ଯେତେବେଳେ ଛୋଟ ଥିଲେ ତାଙ୍କୁ ବହୁତ ସାରା ଜିନିଷ ସିନିଆର ପ୍ଲେୟର ମାନଙ୍କ ଠାରୁ ମିଳୁଥିଲା ଆଉ ସେ ଏବେ ଏମିତି ସ୍ଥିତିରେ ଅଛନ୍ତି ଯେତେବେଳେ କି ସେ ସଭିଙ୍କୁ ଜିନିଷ ଦାନ କରି ପାରିବେ।

ପନ୍ତ ଅଷ୍ଟ୍ରେଲିଆରେ ବହୁତ ଭଲ ପ୍ରଦର୍ଶନ କଲେ। ଏହା ପୂର୍ବରୁ ବି ତାଙ୍କ ପାଖରୁ ଭରତୀୟ ଟିମକୁ ବହୁତ ଅପେକ୍ଷା ରହିଥିଲା। ମାତ୍ର ସେଥିରେ ସେ ପ୍ରଦର୍ଶନ କରିବାକୁ ଅସଫଳ ରହିଲେ। ଏହା ଉପରେ ପନ୍ତ କହିଲେ କି ସେ ସର୍ବଦା ଚାପରେ ଥିଲେ। ଏହା ତାଙ୍କ ଗେମର ଏକ ଭାଗ ଅଟେ। ଜଣେ ବ୍ୟକ୍ତି ଭାବେ ଆପଣଙ୍କୁ ନିଜ ଉପରେ ଭରସା ହେବା ଦରକାର। ତାଙ୍କର କହିବା କଥା କି ଯଦି ଆପଣ ଆଗକୁ ବଢ଼ୁଛନ୍ତି ତାହେଲେ ଆପଣ ସୁଧାର କରୁଛନ୍ତି। ଏହି ମୁସ୍କିଲ ସମୟ ମାନଙ୍କରେ ସେ ଏଇଆ ଶିଖିଛନ୍ତି। ଆପଣ ନିଜ ଖେଳ ଉପରେ ଏପରି ଧ୍ୟାନ କେନ୍ଦ୍ରିତ କରନ୍ତୁ ଯାହାଦ୍ୱାରା କି ଆପଣଙ୍କୁ ଆଉ କିଛି ନଜର ନ ଆସୁ। ସୋସିଆଲ ମିଡିଆ ଦ୍ୱାରା ଏହା କରିବା ବହୁତ ସମୟରେ କଷ୍ଟ ଦାୟକ ହେଇଥାଏ ମାତ୍ର ସେ ନିଜକୁ ଏହା ଠାରୁ ଅଲଗା କରିନେଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।