ସଚିନ ସେହ୍ଵାଗଙ୍କୁ ମ୍ୟାଚରେ ଦେଇଥିଲେ ଧମକ । ପୁରା କଥା ଜାଣିଲେ ଉଡିଯିବ ହୋସ!

କ୍ରିକେଟରେ ସାଧାରଣତଃ ଯିଏ ଚୌକା ଛକା ମାରିଥାଏ ତାକୁ ପ୍ରଶଂସା ଶୁଣିବାକୁ ମିଳିଥାଏ। ମାତ୍ର କଣ ଆପଣ କେବେ କେହି ବ୍ୟାଟ୍ସମ୍ୟାନକୁ ଛକା ମାରିବାକୁ ତାର ସାଥି ବ୍ୟାଟ୍ସମ୍ୟାନ ମନା କରୁଥିବାର ଦେଖିଛନ୍ତି। ଏହା ହିଁ ନୁହଁ ଛକା ମାରିବାରୁ ତାର ସାଥି ବ୍ୟାଟ୍ସମ୍ୟାନ ବ୍ୟାଟରେ ପିଟିବାର ଧମକାଣି ଦେଇଥିବାର ଶୁଣିଛନ୍ତି କି। ହୁଏତ ନା ମାତ୍ର ବିରେନ୍ଦ୍ର ସେହ୍ଵାଗଙ୍କ ସହ ଏହା ହେଇଥିଲା ଆଉ ବ୍ୟାଟରେ ପିଟିବାର ଧମକୀ ଦେଇଥିଲେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର।

Google

ସେହ୍ଵାଗ ଏକ ବଙ୍ଗଳା ଶୋରେ ଏହାର ଖୁଲାସା କଲେ ଆଉ ସେହି ଶୋରେ ଆଂକରିଙ୍ଗ କରୁଥିଲେ ସୌରଭ ଗାଙ୍ଗୁଲି ଆଉ ସେଠାରେ ଜାହିର ଖାନ, ରବି ଅଶ୍ୱିନ, ହରଭଜନ ସିଂ ତଥା ଭିଭିଏସ ଲକ୍ଷ୍ମଣ ମହଜୁଦ ଥିଲେ। ସେଥିରେ ଗାଙ୍ଗୁଲି ପଚାରିଲେ,” ଯେବେ ଆପଣ ମୁଲତାନରେ ପାକିସ୍ତାନ ବିପକ୍ଷରେ ତ୍ରିଶତକ ମାରିଥିଲେ ତ ୯୫ରୁ ୧୦୦ ଛକା ମାରି ପହଂଚିଲେ, ତା ପରେ ୧୯୫ରୁ ୨୦୦ ଛକା ମାରି ପହଁଚିଲେ ଆଉ ତା ପରେ ୨୯୫ରୁ ୩୦୦ ବି ଛକା ମାରି ପହଁଚିଲେ। ସକଲେନ ମୁସ୍ତାକ ବୋଲିଂ କରୁଥିଲେ ଆଉ ମିଡ ଅଫ ତଥା ମିଡ ଅନରେ ଫିଲ୍ଡର ଥିଲେ। ଏପରି କାହିଁକି କଲେ? ସିଙ୍ଗିଲ ନେଇକି ତ୍ରିଶତକ କାହିଁକି ପୁରା କରି ନଥିଲେ?”

Google

ଏହାର ଜବାବରେ ବିରୁ କହିଲେ ,” ଦାଦା ଯଦି ସିଙ୍ଗିଲ ନେଇକି ରନ କରି ଥାଆନ୍ତି ତାହେଲେ ମୋତେ ଛ ଟି ବଲ ଖେଳିବାକୁ ପଡି ଥାନ୍ତା ଆଉ ଏତିକି ବଲରେ ୬ ଥର ଆଉଟ ହେବାର ଚାନ୍ସ ଥିଲା। ଏପରି ସ୍ଥଳରେ ଆପଣ ଯଦି ଗୋଟେ ଛକା ମାରନ୍ତି ତ ଆପଣଙ୍କୁ ଗୋଟେ ବଲରେ ହିଁ ଛ ରନ ମିଳିଯାଇଥାଏ ଆଉ ଆପଣ ଆଉଟ ହେବାର ଚାନ୍ସ ବି କମ କରି ପାରନ୍ତି। ଏପରି ସ୍ଥଳରେ ଯେତେବେଳେ ଆପଣ ୨୯୫ ରନରେ ବ୍ୟାଟିଂ କରୁଥାନ୍ତି ତ ଆପଣଙ୍କୁ ୱିକେଟ ମାଲୁମ ଥାଏ ଆଉ ବୋଲର ମାଲୁମ ଥାଏ ତେଣୁ ଆପଣ ଯାହା ଚାହିଁବେ କରି ପାରିବେ ଆଉ ଆପଣଙ୍କ ପାଖରେ ନିଜ ଉପରେ ଭରସା ଅଧିକ ରହି ଯାଇଥାଏ।”

ଏହାପରେ ସେହ୍ଵାଗ କହିଲେ ,”ମୁଁ ୧୦୦-୧୨୦ ରନ ପର୍ଯ୍ୟନ୍ତ ପ୍ରାୟ ୬-୭ଟି ଛକା ମାରି ସାରି ଥିଲି ଆଉ ଏହାପରେ ମୋତେ ତେନ୍ଦୁଲକର ଆସି ବନ୍ଦ କରି ଦେଇଥିଲେ।” ଏହା ଶୁଣି ଦାଦା ପଚାରିଲେ,” ବନ୍ଦ କଣ ପାଇଁ କଲେ?” ତ ଏହାର ଜବାବରେ ବିରୁ କହିଲେ,” ତେନ୍ଦୁଲକର କହିଲେ, ଏହାପରେ ଯଦି ତୁ ଛକା ମାରିଲୁ ତାହେଲେ ମୁଁ ତୋତେ ବ୍ୟାଟରେ ମାରିବି।”

Google

ସେହ୍ଵାଗ କହିଲେ,” ଏହା ଆଗରୁ ଥରେ ଅଷ୍ଟ୍ରେଲିଆ ଦୋହରାରେ ମୁଁ ୧୯୫ ରନରେ ଖେଳୁଥିଲି ତ ଛକା ମାରିବା ଚକରରେ କ୍ୟାଚ ଆଉଟ ହେଇଯାଇଥିଲି।” ଏହା ଶୁଣି ଗାଙ୍ଗୁଲି କହିଲେ,” ମୁଁ ସେହି ମ୍ୟାଚରେ ନନ ଷ୍ଟ୍ରାଇକର ଏଣ୍ଡରେ ଥିଲି ଆଉ କହୁଥିଲି କି ତୁମର ୧୯୫ ରନ ହେଇ ଯାଇଛି ଆଉ ତୁମକୁ ସାଇମନ କ୍ୟାଟିଚ ଏକ ଫୁଲ ଟସ ପକାଇ ହିଁ ଦେବ। ତୁମେ ତାକୁ ତଳକୁ ମାରି ନିଜର ୨୦୦ ପୁରା କରି ନିଅ ମାତ୍ର ମହାଶୟଙ୍କୁ ଉଠେଇକି ମାରିବାର ଥିଲା , ଆଉ ଡିପ ମିଡ ୱିକେଟ ପାଖରେ କ୍ୟାଚ ହେଇଗଲେ।” ଏହା ଶୁଣି ଜାହିର କହିଲେ,” ଯେତେବେଳେ ସେ ଆଉଟ ହେଇକି ଡ୍ରେସିଂ ରୁମକୁ ଫେରୁଥିଲା ତ କହୁଥିଲେ କି ମୋର ଛକା ମିସ ହେଇଗଲା। ନା କି ୨୦୦ ମିସ ହେଇଗଲା।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *