ଆଇପିଏଲ ୨୦୨୧ ନିଲାମୀରେ ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଦିଲ୍ଲୀ କ୍ୟାପିଟଲ୍ସ ୨.୨ କୋଟିରେ କିଣିଥିଲା। ସେ ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସର କ୍ୟାପଟେନ ରହି ଆସୁଥିଲେ। ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ମାଇକଲ କ୍ଳାର୍କଙ୍କୁ ଏପରି ଲାଗୁଛିକି ସ୍ମିଥ ଏହି ଟି-୨୦ ଲିଗ ଖେଳିପାରିବେନାହିଁ। ତାଙ୍କର ମାନିବା ଅଟକି ସ୍ମିଥ ବାହାନାକରି ଏହି ଲିଗ ଖେଳିବେ ନାହିଁ। କ୍ଲାର୍କ ଆଶ୍ଚର୍ଯ୍ୟ ଥିଲେକି ସ୍ମିଥଙ୍କ ଭଳି ପ୍ରତିଭାଶାଳୀ ଖେଳାଳିଙ୍କୁ ଦିଲ୍ଲୀ କ୍ୟାପିଟଲ୍ସ ଏତେ କମ ଦାମରେ କିଣିଲା।

କ୍ଲାର୍କଙ୍କ ମାନିବା ଅଟେକି ସେ,”ହାଲକା ହ୍ୟାମଷ୍ଟ୍ରିଙ୍ଗ ଆଘତ” କାରଣରୁ ଲିଗ ନଖେଳି ପାରନ୍ତି। କ୍ଲାର୍କ ବୀଗ ସ୍ପୋର୍ଟସ ବ୍ରେକଫାଷ୍ଟ ପୋଡ଼କାଷ୍ଟ ରେ କହିଲେ, ,”ମୁଁ ଜାଣିଛିକି ତାଙ୍କ ଟି-୨୦ରେ ପ୍ରଦର୍ଶନ ଭଲ ନାହିଁ ଓ ପୂର୍ବ ବର୍ଷ ଆଇପିଏଲ ମଧ୍ୟ ଭଲ ଯାଇନଥିଲା। ମୁଁ ତାଙ୍କ ଏତିକି ରାସିରେ ବିକ୍ରିହେବା ନେଇ ଆଶ୍ଚର୍ଯ୍ୟ ଥିଲି ଯାହା ୪ ହଜାର ଡ଼ଲାରରୁ କମ। ଯଦି ଆପଣ ଦେଖିବେ କି ପୂର୍ବ ବର୍ଷ ରାଜସ୍ଥାନର କ୍ୟାପଟେନ ସମୟରେ ତାଙ୍କୁ କେତେ ଟଙ୍କା ମିଳିଥିଲା”।
କ୍ଲାର୍କ କହିଲେ କି,”ଚକିତ ହେବେ ନାହଁ ଯଦି ଭାରତ ପାଇଁ ବାହାରିବା ଦିନ ତାଙ୍କ ହ୍ୟାମଷ୍ଟ୍ରିଙ୍ଗରେ ଆଘାତ ଆସେ।୮ ସପ୍ତାହର ମ୍ୟାଚ ଓ କ୍ବାରେଣ୍ଟାଇନକୁ ଦେଖି ୧୧ ସପ୍ତାହକୁ ଦେଖି ମତେ ଲାଗୁନାହିଁ ସେ ୩୮୦,୦୦୦ ଡ଼ଲାର ପାଇଁ ନିଜ ପରିବାର ଓ ପତ୍ନୀଙ୍କ ଠୁ ୧୧ ସପ୍ତାହ ଦୂରରେ ରହିବେ”।ରାଜସ୍ଥାନ ରୟାଲ୍ସ ୨୦୧୮ରେ ସ୍ମିଥଙ୍କୁ ୧୨.୫ କୋଟିରେ ରିଟେନ କରିଥିଲା।

ସ୍ମିଥ ଆଇପିଏଲରେ ୯୫ ମ୍ୟାଚରେ ୩୫.୩୪ ଔସତରେ ୨୩୩୩ ରନ ବନେଇଛନ୍ତି। ୧୦୧ ରନ ତାଙ୍କର ସବୁଠୁ ଅଧିକ ରନ ଅଟେ। ସ୍ମିଥ ଗୋଟେ ଶତକ ମାରିବା ସହ ୧୧ ଟି ଅର୍ଦ୍ଧଶତକ ମାରିଛନ୍ତି। ୧୨୯.୨୫ ତାଙ୍କର ଷ୍ଟାଇକ ରେଟ ଅଟେ। ପୂର୍ବ ଆଇପିଏଲ ପ୍ରଦର୍ଶନ କଥା କହିବା ତ ସେ ୧୪ ମ୍ୟାଚରେ ୨୫.୯୨ ଔସତରେ ୩୧୧ ରନ ବନେଇଥିଲେ। ଏହି ସମୟରେ ସେ ମାତ୍ର ତିନୋଟି ଅର୍ଦ୍ଧଶତକ ମାରିଥିଲେ। ସ୍ମିଥ ରାଜସ୍ଥାନ ଛଡା ପୁନେ ସୁପରଯାଏଣ୍ଟର୍ସରେ ମଧ୍ୟ କ୍ୟାପଟେନ ଦାୟିତ୍ୱ ତୁଲାଇ ସାରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।