କ୍ରିକେଟ ଭିତରେ ବହୁତ ସାରା ଅନ୍ଧ ବିଶ୍ୱାସ ଅଥବା ଲକି ଚାର୍ମ ଭଳି ଜିନିଷ ମାନିବା ଉପରେ ଦେଖା ଯାଇଛି। ତେଣିକି ସେ ପୂର୍ବ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ ଓ ଙ୍କର ପକେଟରେ ଲାଲ ରୁମାଲ ରଖିକି ବ୍ୟାଟିଂ କରିବା ହେଉ ଅଥବା ଅନ୍ୟ ବ୍ୟାଟ୍ସମ୍ୟାନଙ୍କର ଅନ୍ୟ ଜିନିଷ ରଖିକି ବ୍ୟାଟିଂ କରିବା।

ଏପରି ହିଁ କିଛି ଭାରତ ଆଉ ଅଷ୍ଟ୍ରେଲିଆ ବିପକ୍ଷରେ ଏବେ ହିଁ ସମାପ୍ତ ହେଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଦେଖିବାକୁ ମିଳିଲା। ପ୍ରକୃତରେ ବହୁତ ଥର କିଛି କ୍ରିକେଟର ବହୁତ କିଛି ଜିନିଷ ତାଙ୍କ ସହ ରଖି ଜବରଦସ୍ତ ପ୍ରଦର୍ଶନ କରି ଯାଆନ୍ତି ଆଉ ସେ ସେହି ଜିନିଷକୁ ସର୍ବଦା ନିଜ ସହିତ ରଖିବାକୁ ଚେଷ୍ଟା କରନ୍ତି। ଏହା ହିଁ ଏହି ସିରିଜରେ ଭାରତୀୟ ଯୁବ କ୍ରିକେଟର ଶୁଭମାନ ଗିଲ କଲେ।
ଗିଲ କହିଲେ ପକେଟରେ ଲାଲ ରୁମାଲ ରଖିବାର ରାଜ:
ଭାରତ ଆଉ ଅଷ୍ଟ୍ରେଲିଆ ଭିତରେ ମେଲବର୍ଣ କ୍ରିକେଟ ଗ୍ରାଉଣ୍ଡରେ ହେଉଥିବା ବକ୍ସିଙ୍ଗ ଡେ ଟେଷ୍ଟରେ ନିଜର ଡେବ୍ୟୁ କରିଥିବା ଗିଲ ତାଙ୍କ ପକେଟରେ ସର୍ବଦା ଏକ ଲାଲ ରୁମାଲ ରଖନ୍ତି। ଏହା ହିଁ କିଛି ବର୍ଷ ଆଗରୁ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ ୱ କରୁଥିଲେ ଆଉ ତାଙ୍କର ମାନିବାର ଥିଲା କି ସେ ଲାଲ ରୁମାଲ ଦ୍ୱାରା ବହୁତ ଭଲ ବ୍ୟାଟିଂ କରନ୍ତି।

୨୦୧୯ରେ ପାକିସ୍ତାନ ବିପକ୍ଷରେ ଲାଲ ରୁମାଲ ରଖିକି ବ୍ୟାଟିଂ କରିବା ଉପରେ ଗିଲ କହିଲେ ,
“ମୁଁ ନିଜ ପକେଟରେ ଲାଲ ରୁମାଲ ରଖୁଛି। ଏହି ରୁମାଲ ପ୍ରଥମେ ଧଳା ହେଉଥିଲା ମାତ୍ର ଯେବେ ପ୍ରଥମ ଥର ପାଇଁ ମୁଁ ଲାଲ ରୁମାଲ ରଖିକି ଏକ ଜୁନିଅର କ୍ରିକେଟ ଟିମ ପାଇଁ ଖେଳୁଥିଲି ତ ତା ଦ୍ୱାରା ମୁଁ ଶତକ ମାରିଥିଲି ଆଉ ଯେତେବେଳେ ମୁଁ ଶତକ ମାରିଥିଲି ମୁ ଅଣ୍ଡର ୧୬ ଖେଳୁଥିଲି। ସେବେଠୁ ମୁଁ ସବୁବେଳେ ଏହି ଲାଲ ରୁମାଲ ମୋ ସହ ରଖେ। ”
ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ପ୍ରଦର୍ଶନ:
ଅଷ୍ଟ୍ରେଲିଆ ବିପକ୍ଷରେ ମେଲବର୍ଣରେ ନିଜର ଟେଷ୍ଟ ଡେବ୍ୟୁ କରିଥିବା ଶୁଭମାନ ଗିଲ ବହୁତ ଚମତ୍କାର ପ୍ରଦର୍ଶନ କରୁ କରୁ ପ୍ରାୟ ୩ଟି ମ୍ୟାଚର ୬ଟି ଇନିଂସ ରେ ୫୧.୬୦ ହାରରେ ୨୫୯ ରନ ବନେଇଲେ।
ଏହି ଭିତରେ ସେ ୨ଟି ଅର୍ଦ୍ଧଶତକୀୟ ପାରି ଖେଳିଲେ ଆଉ ତାହା ଭିତରେ ଗୋଟେ ୯୧ ରନର ଇନିଂସ ବି ଥିଲା ଯାହା ସେ ବ୍ରିସବେନ ଟେଷ୍ଟ ମ୍ୟାଚର ନିର୍ଣ୍ଣାୟକ ଦିନରେ ଖେଳିକି ଭାରତକୁ ଐତିହାସିକ ସିରିଜ ଜୀତ ଦେଲେ। ଏହା ଆଗରୁ ଘରୋଇ କ୍ରିକେଟରେ ତାଙ୍କର ହାର ୬୮ର ଥିଲା।

ଭାରତର ଓପନିଙ୍ଗ ଯୋଡିର ସମସ୍ୟା ସମାଧାନ କରି ପାରନ୍ତି:
ଶୁଭମାନ ଗିଲ ଯେବେଠୁ ଓପନିଙ୍ଗ କରିବା ପାଇଁ ଭାରତକୁ ଆସିଛନ୍ତି ସେବେଠୁ କେଉଁଠି ନା କେଉଁଠି ଏହା ଲାଗୁଛି କି ସେ ଭାରତର ସମସ୍ୟାର ସମାଧାନ କରି ପାରିବେ। ସିନିଆର ବ୍ୟାଟ୍ସମ୍ୟାନ ରୋହିତ ଆଉ ଏହି ଯୁବ ବ୍ୟାଟ୍ସମ୍ୟାନ ଯଦି ଭଲ ଭାବରେ ବ୍ୟାଟିଂ କଲେ ତ ଏହି ସମସ୍ୟା ନିଶ୍ଚୟ ସମାଧାନ ହେଇ ପାରିବ।
ଏବେ ବାସ ଦେଖିବାକୁ ହେବ କି ଗିଲ କେତେ ଯାଏ ନିଜର ଏହି ଇଚ୍ଚ କୋଟିର ପ୍ରଦର୍ଶନ ଜାରି ରଖି ପାରିବେ। କାରଣ ଭାରତୀୟ ଟିମରେ ରହିବାକୁ ହେଲେ ନିରନ୍ତରତା ବଜାୟୀ ରଖିବାକୁ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।