ଭାରତୀୟ ଟିମର କିମ୍ବଦନ୍ତୀ ପ୍ଲେୟର ତଥା ପୂର୍ବ ଓପନର ବିରେନ୍ଦ୍ର ସେହ୍ଵାଗ ନିଜର ଏତେ ସଫଳତାର ଶ୍ରେୟ ଭାରତୀୟ ଟିମର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଦେଇଛନ୍ତି। ସେ ବହୁତ ଥର ସାର୍ବଜନିକ କାର୍ଯ୍ୟକ୍ରମ ତଥା ଶୋ ମାନଙ୍କରେ ଏହା କହିଛନ୍ତି କି ଗାଙ୍ଗୁଲିଙ୍କ ପାଇଁ ହିଁ ସେ ଏତେ ରନ କରିପାରିଲେ। ଟେଷ୍ଟରେ ୨୩ଟି ତଥା ଦିନିକିଆରେ ୧୫ଟି ଶତକ ମାରିଥିବା ସେହ୍ଵାଗ ସେହି ଗାଙ୍ଗୁଲିଙ୍କ ଶୋରେ ହିଁ ଖୁଲାସା କଲେ କି ତାଙ୍କ ଓପନର ହେବା ପଛରେ ଜାହିର ଖାନଙ୍କର ହାତ ଥିଲା। ଏହା ଭିତରେ ଶୋରେ ଜାହିର, ଭିଭିଏସ ଲକ୍ଷ୍ମଣ , ହରଭଜନ ସିଂ ଆଉ ରବି ଅଶ୍ୱିନ ଥିଲେ।

ସୌରଭ ଗାଙ୍ଗୁଲିଙ୍କର ବଙ୍ଗାଳି ଶୋ ଦାଦାଗିରିରେ ସେହ୍ଵାଗ କହିଲେ,” ୧୯୯୯ ଆଉ ୨୦୦୦ ବର୍ଷରେ ମୁଁ ଘରୋଇ କ୍ରିକେଟରେ ରନ କରିଥିଲି ଯାହା ଦ୍ୱାରା ମୋତେ ଭାରତୀୟ ଟିମରେ ସ୍ଥାନ ମିଳିଥିଲା। ଏହାପରେ ଯେତେବେଳେ ମୁଁ ଭାରତୀୟ ଟିମକୁ ଫେରିଲି ସେତେବେଳେ ମୋର ଅଧିନାୟକ ଦାଦା ସୌରଭ ଗାଙ୍ଗୁଲି ଥିଲେ। ସେ ହିଁ ଜିମ୍ବାୱେ ବିପକ୍ଷରେ ମୋର ଚୟନ କରିଥିଲେ। ସେ ମୋତେ ବହୁତ ମୌକା ଦେଇଛନ୍ତି କାରଣ ପ୍ରଥମ ୧୫-୨୦ ମ୍ୟାଚ ମାନଙ୍କରେ ମୋର ରନ ହିଁ ହେଇ ନଥିଲା ତଥାପି ସେ ମୋତେ ଆଗକୁ ଆଣିଲେ ଆଉ ସେଥିପାଇଁ ଦାଦା ଙ୍କର ବହୁତ ଧନ୍ୟବାଦ। କାରଣ ସେ ଯଦି ଏତେ ସୁଯୋଗ ଦେଇନଥାନ୍ତେ ତାହେଲେ ମୁଁ ଏତେ ବଡ଼ ଖେଳାଳି କେବେ ହେଇ ପାରିନଥାନ୍ତି। ମୁଁ ଜଣେ ଓପନର ହେଇପାରିଲି ଏହାପାଇଁ ଜାହିର ଖାନଙ୍କର ବହୁତ ଧନ୍ୟବାଦ ଅଟେ।”
ସେହ୍ଵାଗ ଆଗକୁ କହିଲେ,” ଶ୍ରୀଲଂକାରେ ବହୁତ ଓପନର ଖେଳିଲେ ମାତ୍ର କେହି ବି ରନ କରି ପାରିଲେ ନାହିଁ। ଯୁବରାଜ ସିଂ, ହେମାଙ୍ଗ ବଦାନୀ ତଥା ଆମୟ ଖୁରାଶିଆ ଇତ୍ୟାଦି ଓପନିଙ୍ଗ କଲେ ମାତ୍ର ଅସଫଳ ରହିଲେ। ଏହାପରେ ଜାହିର ଖାନ କହିଲେ କି ସେହ୍ଵାଗଙ୍କ ଦ୍ଵାରା ପନିଙ୍ଗ କରାଯାଉ। ମୁଁ ଏହାପାଇ ଜାହିର ଖାନଙ୍କୁ ବହୁତ ଗାଳି ଦେଉ ଥଲି ମାତ୍ର ଆଜି ତାଙ୍କୁ ଧନ୍ୟବାଦ ଦେଉଛି କାରଣ ଯଦି ମୁଁ ଓପନିଙ୍ଗ ନ କରି ଥାଆନ୍ତି ତାହେଲେ ଏତେ ରନ କେବେ ବନେଇ ପାରି ନଥାନ୍ତି। ଦାଦା ମୋତେ ଟେଷ୍ଟ ମ୍ୟାଚ ମାନଙ୍କରେ ବି ଓପନିଙ୍ଗ କରିବା ପାଇଁ କହିଲେ ” ।

ବିରୁ ଆଗକୁ କହିଲେ,” ମୁଁ ଦିନିକିଆ କ୍ରିକେଟରେ ବହୁତ ଓପନିଙ୍ଗ କରି ସାରିଥିଲି ଆଉ ଏହାପରେ ଦାଦା ମୋତେ କହିଲେ କି ତୁମେ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେବ୍ୟୁରେ ହିଁ ଶତକ ମାରିଥିଲ। ଶ୍ରୀଲଂକାରେ ଓପନିଙ୍ଗ କରି ବହୁତ ରନ କରିଥିଲ। ଏଠାରେ ବି ମଧ୍ୟକ୍ରମରେ ଜାଗା ମିଳିବ ନାହିଁ କାରଣ ମଧ୍ୟକ୍ରମରେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାଭିଡ ଭିଭିଏସ ଲକ୍ଷ୍ମଣଙ୍କ ଭଳି ଖେଳାଳିଥିଲେ। ମୋତେ ବାହାରେ ବସିବାକୁ ବି ପଡି ପାରିଥାନ୍ତା। ସେ ମୋତେ କହିଲେ କି ଓପନିଙ୍ଗ କର। ତା ପରେ ମୁଁ ତାଙ୍କୁ କହିଲି କି ଆପଣ ବି ମଝିରେ ଅଛନ୍ତି ତ ଆପଣ ବି ଓପନିଙ୍ଗ କରନ୍ତୁ ତ ମୁଁ ମଝିରେ ଖେଲିଦେବି। ଏହାର ଜବାବରେ ଦାଦା କହିଲେ କି ମୁଁ କ୍ୟାପଟେନ ତ ମୋର ଯେଉଁଠି ମନ ହେବ ମୁଁ ସେଠି ଖେଳିବି।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।