ପୃଥିବୀରେ ପ୍ରଳୟର କଥା ଭାବି ହିଁ ଲୋକ ଡରିଯାଆନ୍ତି।ଚଳଚ୍ଚିତ୍ର ଓ କାହାଣୀରେ ଆମେ ପ୍ରଳୟ ବିଷୟରେ ବହୁତ କିଛି ଶୁଣିଛୁ ଓ ଦେଖିଛୁ କିନ୍ତୁ ଯଦି ଏହା ସତରେ ହେବ ତେବେ କଣ ହେବ! ବୈଜ୍ଞାନିକମାନଙ୍କର ଧାରଣ ଅଟେ କି ବିଜ୍ଞାନ ଆଧାରରେ ପ୍ରଳୟର ସମୟର ମପା କରାଯାଇପାରିବ।

ସାଧାରଣ ଅଟେ ପୃଥିବୀର ପ୍ରଳୟ: ଏକ୍ସପର୍ଟମାନଙ୍କ ଅନୁସାରେ, ପୃଥିବୀରେ ପ୍ରତି ୨.୭କୋଟି ବର୍ଷ ପରେ ବିଶ୍ୱସ୍ତରରେ ଭୀଷଣ ବିନାଶକାରୀ ଘଟଣା ହୁଏ। ଶେଷ ଥର ଏପରି ଘଟଣା ୬.୬କୋଟି ବର୍ଷ ପୂର୍ବରୁ ହୋଇଥିଲା,ଯେବେ ବୋଧହୁଏ ଗୋଟିଏ ଏଷ୍ଟରଏଡ଼ ବା ଧୂମକେତୁର ପଡିବା ଦ୍ୱାରା ଡାଇନସୋର ଲୁପ୍ତ ହୋଇଯାଇଥିଲେ।
ପୃଥିବୀରେ ହେବ ଏସିଡ ଓ ନିଆଁର ବର୍ଷା: ବର୍ତ୍ତମାନ କୁହାଯାଉଅଛି କି ପ୍ରଳୟ ଅତି କମରେ ୩କୋଟି ବର୍ଷ ପଛରେ ଅଛି। ନୂଆ ପରିସଂଖ୍ୟାନ ବିଶ୍ଳେଷଣ ଅନୁସାରେ ଆମେରିକାର ଗବେଷକ ପାଇଛନ୍ତି କି ପୂରା ଜୀବନକୁ ଶେଷ କରିଦେବା ଭଳି ଧୂମକେତୁଗୁଡିକର ବର୍ଷା ପ୍ରତି ୨.୬ରୁ ୩କୋଟି ବର୍ଷରେ ହୁଏ,ଯେବେ ସେ ନକ୍ଷତ୍ରପୁଞ୍ଜ ଦେଇ ଗତି କରନ୍ତି।
ଯଦି ଏହି ଧୂମକେତୁ ପୃଥିବୀ ସହ ଧକ୍କା ହୁଅନ୍ତି ତେବେ ସାରାଦୁନିଆରେ ଅନ୍ଧାର ଓ ଥଣ୍ଡା,ଜଙ୍ଗଲରେ ନିଆଁ, ଏସିଡର ବର୍ଷା ହେବ ଓ ଓଜନ ସ୍ତର ଶେଷ ହୋଇଯିବ। ସ୍ଥଳରେ ରହୁଥିବା ଜୀବଙ୍କ ସହ ଜଳରେ ରହୁଥିବା ଜୀବ ମଧ୍ୟ ନଷ୍ଟ ହୋଇଯିବାର ସମ୍ଭାବନା ଅଛି।

ଧୂମକେତୁର ଧକ୍କାରେ ଡାଇନୋସର ହେଲେ ଅଦୃଶ୍ୟ।ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି କି ଏ ପର୍ଯ୍ୟନ୍ତ ସ୍ଥଳ ଓ ଜଳରେ ଏକା ସହିତ ବିନାଶ ସେବେ ହୋଇଥିଲା,ଯେବେ ପୃଥିବୀ ଭିତରୁ ଲାଭା ବାହାରି ଆସିଥିଲା। ଏକ୍ସପର୍ଟଙ୍କର କହିବା କଥା କି ଆକାଶ ଗଙ୍ଗାରେ ଯେଉଁ ପରି ଭାବରେ ଆମ ଗ୍ରହ ଘୁରିବୁଲେ,ତା ଦ୍ୱାରା ବିପଦ ମଧ୍ୟ ନିଶ୍ଚିତ ହୋଇପାରେ।
ନିୟୁର୍କ ୟୁନିଭରସିଟିର ପ୍ରଫେସର ଓ ଷ୍ଟଡିର ଲେଖକ ମାଇକେଲ ରେମ୍ପିନୋଙ୍କର କହିବା କଥା କି ,’ଏପରି ଲାଗୁଛି କି ବଡ଼ ବସ୍ତୁ ଓ ପୃଥିବୀ ଭିତରେ ହେଉଥିବା ପ୍ରଚଳନ (ଯାହାଦ୍ଵାରା ଲାଭା ବାହାରି ପାରେ),ଏହା ୨.୭କୋଟି ବର୍ଷର ଅନ୍ତରରେ ବିନାଶକାରୀ ଘଟଣାଗୁଡିକ ସହିତ ହୋଇପାରେ।
ସେ ଏପରି ଘଟଣାର ଉଲ୍ଲେଖ କରି କହିଲେ କି ପୂର୍ବରୁ ମଧ୍ୟ ତିନୋଟି ଏପରି ବିନାଶକାରୀ ଘଟଣା ହୋଇସାରିଛି। ଏହା ସମଗ୍ର ବିଶ୍ୱସ୍ତରରେ ବିପଦ ଓ ସାମୂହିକ ବିନାଶର କାରଣ ହେବାର କ୍ଷମତା ରଖିଥିଲା। କୁହାଯାଏ କି ଧୂମକେତୁର ଧକ୍କାରେ ହିଁ ଡାଇନସୋରର ସମ୍ପୂର୍ଣ୍ଣ ପ୍ରଜାତି ଲୁପ୍ତ ହୋଇଯାଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।