ପୂର୍ବତଟ ରେଳବାଇର ସେଣ୍ଟ୍ରାଲ ନିଯୁକ୍ତି ମେଡିକାଲ ପ୍ରାକ୍ଟିସନର ପଦବୀ ପାଇଁ ଓ୍ୱାକ୍ଇନ୍ ଇଣ୍ଟରଭ୍ୟୁ
ପୂର୍ବତଟ ରେଳବାଇର ସେଣ୍ଟ୍ରାଲ ହସ୍ପିଟାଲ ପାଇଁ ମେଡିକାଲ ପ୍ରାକ୍ଟିସନରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।ଭୁବନେଶ୍ୱର ପୂର୍ବତଟ ରେଳବାଇର ସେଣ୍ଟ୍ରାଲ ହସ୍ପିଟାଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି, ଏହି ନିଯୁକ୍ତି ୩ ମାସ ପାଇଁ ଚୁକ୍ତିଭିତ୍ତିକ। ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ମେ ୫ ତାରିଖ ପର୍ଯ୍ୟନ୍ତ ଓ୍ୱାକ୍ଇନ୍ ଇଣ୍ଟରଭ୍ୟୁ ରେ ଯୋଗ ଦେଇପାରିବେ। ଦେଶରେ କୋଭିଡ୍-୧୯ର ମୁକାବିଲା ପାଇଁ ଏହି ନିଯୁକ୍ତି ଦିଆଯିବ।
ପଦବୀ ର ନାମ:
ମେଡିକାଲ ପ୍ରାକ୍ଟିସନର
ସମୁଦାୟ ପଦବୀ ସଂଖ୍ୟା: ୧୨ଟି ପଦବୀ (୨ ଜଣ ଭେଣ୍ଟିଲେଟର ଚଲାଇବା ପାଇଁ ଆବଶ୍ୟକ)
ଇଣ୍ଟରଭ୍ୟୁ ସମୟ: ଆସନ୍ତା ମେ ୫ ତାରିଖ (୦୫.୦୫. ୨୦୨୦)
ଇଣ୍ଟରଭ୍ୟୁ ସ୍ଥାନ: ଅଫିସ୍ ଅଫ୍ ଦି ଚେୟାରମ୍ୟାନ୍/ଆର.ଆର.ସି, ୨ୟ ଫ୍ଲୋର୍, ସାଉଥ୍ ବ୍ଲକ୍, ରେଳ ସଦନ, ଭୁବନେଶ୍ୱର
ଦରମା: ୭୫,୦୦୦ ଟଙ୍କା
ବୟସ ସୀମା:
ଅବସରପ୍ରାପ୍ତ ରେଲଓ୍ୱେ ଡାକ୍ତର/ସରକାରୀ ହସ୍ପିଟାଲର ଡାକ୍ତର: ୬୫ ବର୍ଷ
ଅନ୍ୟ ଏମ୍.ବି.ବି.ଏସ୍ ଡାକ୍ତର: ୫୩ ବର୍ଷ
ନିଯୁକ୍ତି ସମ୍ବନ୍ଧୀୟ ଶିକ୍ଷାଗତ ଯୋଗ୍ୟତା ଏବଂ ଅଧିକ ସୂଚନା ପାଇବା ପାଇଁ www.OdishaNijukti.com କୁ ଭିଜିଟ କରନ୍ତୁ।