ମଧୁମେହ ରୋଗରୁ ଘରୋଇ ଉପଚାର ମାଧ୍ୟମରେ ସଂପୂର୍ଣ୍ଣ ମୁକ୍ତ ହେବାର ସହଜ ଉପାୟ ।
ଘରୋଇ ଉପଚାର ମାଧ୍ୟମରେ ମଧୁମେହ ବା diabetes ରୋଗରୁ ସଂପୂର୍ଣ୍ଣ ଭାବରେ ମୁକ୍ତ ହେବାର ସହଜ ଉପାୟ।
ଆଜିର ସମୟରେ ୮୦ ପ୍ରତିଶତ ଲୋକ ମଧୁମେହ ବା diabetes ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହି ରୋଗ ହେଲେ ସାଧାରଣତ ଲୋକମାନେ ଔଷଧ ଖାଇବାକୁ ଭାବି ଥାଆନ୍ତି। ଏହି ରୋଗରେ ଥରେ ଔଷଧ ଖାଇଲେ ମଣିଷ ଜୀବନର ଶେଷ ପର୍ଯ୍ୟନ୍ତ ଔଷଧ ଖାଇବାକୁ ପଡ଼ିଥାଏ।
ଏଲୋପାଥି ଔଷଧ ଖାଇବା ଦ୍ବାରା ବିଭିନ୍ୟ side effect ଦେଖା ଦେବା ସହ ସଂପୂର୍ଣ୍ଣ ଭାବରେ ରୋଗମୁକ୍ତ ହୋଇନଥାଏ।
କିନ୍ତୁ ଘରୋଇ ଉପଚାର ମାଧ୍ୟମରେ ଯଦି ଔଷଧ ପ୍ରସ୍ତୁତ କରି ଖାଇବେ ଏଥିରେ କୌଣସି side effect ନଥାଏ ବରଂ ଏହି ଔଷଧ ସଂପୂର୍ଣ୍ଣ ଭାବରେ ରୋଗମୁକ୍ତ କରିବା ସହିତ ଶରୀର ର ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ।
ମଧୁମେହ ରୋଗର ଲକ୍ଷଣ:
ବାରମ୍ବାର ପରିସ୍ରା ଲାଗିଥାଏ।
ଅଧିକ ଦୁର୍ବଳ ଅନୁଭବ କରିବେ।
ଓଜନ ବୃଦ୍ଧି ଓ ହ୍ରାସ ରେ ଅନିୟମିତତା ଦେଖାଯିବ।
ଚୁଟି ଝଡ଼ିବା, ମୁଣ୍ଡ ବୁଲେଇବା, ଭୋକ ନଲଗିବା ଇତ୍ୟାଦି ଲକ୍ଷଣ ଦେଖାଯାଏ।
ମଧୁମେହ ରୋଗର କାରଣ:
ଅତ୍ୟଧିକ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଏହି ରୋଗ ହୋଇଥାଏ।
ଅତ୍ୟଧିକ ମାତ୍ରାରେ non-veg ଖାଇବା ଦ୍ବାରା ।
ଠିକ୍ ସମୟରେ ନଖାଇବା ଦ୍ବାରା।
ପ୍ରେସର୍ କୁକୁର ରେ ଖାଦ୍ୟ ପ୍ରସ୍ତତି ଦ୍ବାରା ଖାଦ୍ୟ ରେ ଥିବା ପୋଷକ ପଦାର୍ଥ ୮୦-୮୫ ପ୍ରତିଶତ ନଷ୍ଟ ହୋଇଥାଏ। ଯାହାଦ୍ଵାରା ଏହି ଖାଦ୍ୟ ସେତେ ଶରୀର ପାଇଁ ଉପଯୁକ୍ତ ହୋଇନଥାଏ। ଏହି ଖାଦ୍ୟ ଖାଇବା ଦ୍ବାରା ମଧ୍ୟ ମଧୁମେହ ରୋଗ ହେବାର ସମ୍ଭାବନା ରହିଥାଏ।
ଆଉ ମଧ୍ୟ ଶ୍ୱେତସାର ଜାତୀୟ ଖାଦ୍ୟ ଅଧିକ ଖାଇବା ଦ୍ବାରା ଏହି ରୋଗ ହେଇଥାଏ।
ଏହା ମଧ୍ୟ ଗୋଟିଏ ବଂଶଗତ ରୋଗ କାରଣ ଆଗରୁ ନିଜ ବଂଶ ରେ ଯଦି କାହା ପାଖରେ ଏହି ରୋଗ ହୋଇଥାଏ ତେବେ କିଛି ମାତ୍ର ରେ ସମ୍ଭାବନା ଥାଏ ପର ପିଢ଼ି କୁ ବ୍ୟାପିବାରେ।
ମଧୁମେହ ରୋଗର ଉପଚାର:
ଏହି ରୋଗର ଉପଚାର ପାଇଁ ଆବଶ୍ୟକ ହେଉଥିବା ଜିନିଷ ଗୁଡ଼ିକ ସାଧାରଣତଃ ଆମର ରୋଷେଇ ଘର ଏବଂ ବାଡି ରେ ମିଳିଥାଏ।
*ମେଥି – ୧୦୦ ଗ୍ରାମ
*ତେଜପତ୍ର -୧୦୦ ଗ୍ରାମ
*ଜାମ୍ବୁକୋଳି- ୧୫୦ ଗ୍ରାମ
*ବେଲପତ୍ର- ୨୫୦ ଗ୍ରାମ
ଏହି ସବୁ କୁ ପ୍ରଥମେ ଭଲ ଭାବରେ ଶୁଖାଇ ଗ୍ରାଏଣ୍ଡିଂ କରିନେବେ ଯେପରି ଏହା ଭଲ ଭାବରେ ଗୁଣ୍ଡ ହେଇ ଯିବ। ଏହାପରେ ଏହି ସବୁ ଗୁଣ୍ଡକୁ ଭଲ ଭାବରେ ମିଶାଇ ଦେବେ।
ପ୍ରତିଦିନ ସକାଳୁ ଏବଂ ସନ୍ଧ୍ୟାରେ ଖାଲି ପେଟରେ ଏକ ଚାମଚ ଲେଖାଏଁ ପାଣି ସହ ଖାଇବେ। ଖାଇବାର ଏକ ଘଣ୍ଟା ପରେ ଖାଦ୍ୟ ଖାଇବେ। ଏହିପରି ଭାବରେ ଏକ ମାସ ଖାଇବେ। ଏକ ମାସ ପରେ ଡାକ୍ତରଖାନା କୁ ଯାଇ ଚେକ୍ କରିବେ ଦେଖିବେ diabetes ର ପରିମାଣ ଠିକ୍ ଥିବ। ଏହା ମଧୁମେହ ରୋଗକୁ ସଂପୂର୍ଣ୍ଣ ଭଲ କରିବାରେ ନିଶ୍ଚୟ ସାହାଯ୍ୟ କରିବ।
ଦିଆଯାଇଥିବା ପରିମାଣ ଅନୁସାରେ ଯଦି ଆପଣ ଔଷଧ ପ୍ରସ୍ତୁତ କରିବେ ଏହା ୯୦ ଦିନ ପର୍ଯ୍ୟନ୍ତ ଯିବ।
ଏହା ସହିତ ଏକ ଘଣ୍ଟା ପ୍ରାଣାୟମ କରିବା ଉଚିତ୍। ଭସ୍ତ୍ରୀକା, ଅନୁଲମ ବିଲମ, କପାଳ ଭାଟି ପ୍ରାଣାୟମ କୁ ଦିନକୁ ଏକ ଘଣ୍ଟା କରିବା ଦ୍ଵାରା ମଧୁମେହ ରୋଗ ସମ୍ପୂର୍ଣ ଭାବରେ ମୁକ୍ତି ହେବା ସହ ଶରୀରରେ ରୋଗ ପ୍ରତିରେଧକ ଶକ୍ତି ବଢାଇ ଥାଏ। ଏହି ପରି ଭାବରେ ଏକ ମାସ କରନ୍ତୁ ଦେଖିବେ ସଫଳ ନିଶ୍ଚୟ ମିଳିବ।