ପ୍ରଦୂଷଣର ବିପଦରୁ ବଞ୍ଚିବା ପାଇଁ ନିଜ ଡାଏଟରେ ସ୍ଵାସ୍ଥ୍ୟକର ଖାଦ୍ୟକୁ ନିଶ୍ଚୟ ସାମିଲ କରନ୍ତୁ, ଯାହାଦ୍ଵାରା ପ୍ରଦୂଷଣର ଘାତରୁ ହେଉଥିବା ସମସ୍ୟାଗୁଡିକରୁ ବଞ୍ଚାଯାଇ ପାରିବ।

ବଢୁଥିବା ପ୍ରଦୂଷଣ ଓ କୋରନା ଭାଇରସର ଆତଙ୍କ ଲୋକଙ୍କ ଜୀବନକୁ ବ୍ୟସ୍ତ କରି ରଖିଛି। ପ୍ରଦୂଷଣର ପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଛି ଯାହାଦ୍ଵାରା ସେମାନଙ୍କୁ ବହୁତ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡୁଛି।ଦିଲ୍ଲୀ-ଏନସିଆରରେ ବାୟୁର ଗୁଣ ଦିନକୁ ଦିନ ଖରାପ ହୋଇଯାଉଛି। ବାୟୁ ପ୍ରଦୂଷଣ କାରଣରୁ ଲୋକଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି,ସବୁଠୁ ଅଧିକ ପ୍ରଭାବ ଫୁସଫୁସ ଉପରେ ପଡୁଛି। ପ୍ରଦୂଷଣର ବିପଦରୁ ବଞ୍ଚିବା ପାଇଁ ନିଜ ଡାଏଟରେ ସ୍ଵାସ୍ଥ୍ୟକର ଖାଦ୍ୟକୁ ସାମିଲ କରନ୍ତୁ ଯାହାଦ୍ଵାରା ପ୍ରଦୂଷଣର ଘାତରୁ ହେଉଥିବା ସମସ୍ୟାଗୁଡିକରୁ ବଞ୍ଚାଯାଇ ପାରିବ। ବାୟୁ ପ୍ରଦୂଷଣ ଅଥବା ଏୟାର ପଲ୍ୟୁସନରୁ ନିଜକୁ ୧୦୦ ପ୍ରତିଶତ ତ ବଞ୍ଚେଇ ପାରିବେ ନାହିଁ, କିନ୍ତୁ ତଥାପି ନିଜ ସୁରକ୍ଷା ପାଇଁ କିଛି ପଦକ୍ଷେପ ଉଠାଇ ପାରିବେ। ତେବେ ଆସନ୍ତୁ ଜାଣିବା ଆଜି ଏପରି ଖାଦ୍ୟ ବିଷୟରେ ଯାହା ଆପଣଙ୍କୁ ବାୟୁ ପ୍ରଦୂଷଣରୁ ରକ୍ଷା କରିବାରେ ବହୁତ ସହାୟକ ହେବ।
ଅଁଳା:-ବଢୁଥିବା ପ୍ରଦୂଷଣରୁ ବଞ୍ଚିବା ପାଇଁ ନିଜ ଡାଏଟରେ ଅଁଳାକୁ ସାମିଲ କରିପାରନ୍ତି। ଅଁଳାକୁ ଭିଟାମିନ ସି ର ସବୁଠୁ ଭଲ ଉତ୍ସ ବୋଲି କୁହାଯାଏ। ଅଁଳାରେ ଆଣ୍ଟିଅକ୍ସିଡେଣ୍ଟ ମିଳିଥାଏ ଯାହାକି ଫ୍ରି ରେଡିକଲକୁ ସଫା କରିବାରେ ସାହାଯ୍ୟ କରିପାରେ।

ସବୁଜ ପତ୍ର ଥିବା ପନିପରିବା:- ସବୁଜ ପତ୍ର ଥିବା ପନିପରିବା କେବଳ ପ୍ରଦୂଷଣରୁ ବଞ୍ଚେଇବାର କାମ କରେ ନାହିଁ ବରଂ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ।ପନିପରିବା,ଚୌଲାଇ ଶାଗ, କୋବି ଓ ବିଟରେ ଭିଟାମିନର ତତ୍ତ୍ୱ ମିଳେ ଯାହା ଆପଣଙ୍କୁ କେତେକ ରୋଗରୁ ବଞ୍ଚେଇବାରେ ସହାୟକ ହେବ ।

ଗୋଲମରିଚ:- ଗୋଲମରିଚରେ ଭିଟାମିନ ଓ ମେନେରାଲସର ଗୁଣ ମିଳିଥାଏ। ଗୋଲମରିଚକୁ ଚାହାରେ ପକାଇ ବ୍ୟବହାର କରିପାରିବେ। ଗୋଲମରିଚ ଗୁଣ୍ଡ ଓ ମହୁକୁ ମିଶାଇ ସେବନ କରିବା ଦ୍ୱାରା ପ୍ରଦୂଷଣ କାରଣରୁ ଛାତିରେ ଜମା ହେଉଥିବା କଫରୁ ମୁକ୍ତି ପାଇପାରିବେ।
ଅଦା:- ଅଦାକୁ ଔଷଧୀୟ ଗୁଣର ଭଣ୍ଡାର ବୋଲି କୁହାଯାଇଥାଏ। ଅଦାକୁ ଖାଇବା ଦ୍ୱାରା ତାହା ଇମ୍ୟୁନି ସିଷ୍ଟମକୁ ମଜଭୂତ କରିଥାଏ। ଏହା ପ୍ରଦୂଷଣରୁ ବଞ୍ଚିବାରେ ସାହାଯ୍ୟ କରିଥାଏ । ଅଦାକୁ ଆପଣ ଚାହା କିମ୍ବା ମହୁ ସହ ବ୍ୟବହାର କରିପାରିବେ।

କମଳା:- କମଳାକୁ ଭିଟାମିନ ସି ର ବହୁତ ଭଲ ଉତ୍ସ ବୋଲି ଧରାଯାଏ ଯାହା ଆପାଣଙ୍କୁ ପ୍ରଦୂଷଣରୁ ବଞ୍ଚେଇବାରେ ସାହାଯ୍ୟ କରିପାରେ। କମଳା ସେବନ କଲେ ଇମ୍ୟୁନିଟିକୁ ମଜଭୂତ କରାଯାଇପାରେ। ଯାହା ପ୍ରଦୂଷଣରୁ ହେଉଥିବା ବିପଦରୁ ବଞ୍ଚେଇବାର ଅତି ମାତ୍ରାରେ ସହାୟକ ହେବ।
ଗୁଡ଼:- ଶୀତଦିନ ଗୁଡ଼ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଧରାଯାଏ କାରଣ ଗୁଡରେ ଥିବା ଆଇରନ ରକ୍ତରେ ଅମ୍ଳଜାନ ଯୋଗାଇବାରେ ସାହାଯ୍ୟ କରେ। ଯାହା ପ୍ରଦୂଷଣରୁ ବଞ୍ଚେଇବାର ସହାୟକ ହୋଇଥାଏ।
ନଟସ୍:- ନଟସ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ଧରାଯାଏ। ନଟସରେ ବାଦାମ, ପେସ୍ତା,ଅଖରାଟକୁ ନିଜ ଡାଏଟରେ ସାମିଲ କରନ୍ତୁ। ଏହା ଭିଟାମିନ-ଇ ର ଭଲ ଉତ୍ସ ବୋଲି ଧରାଯାଏ। ଭିଟାମିନ-ଇ ପ୍ରଦୂଷଣରୁ ବଞ୍ଚିବାରେ ଏହା ସାହାଯ୍ୟ କରେ।
ମନେ ରଖନ୍ତୁ ଏହାକୁ ବ୍ୟବହାର କରିବା ପୂର୍ବରୁ ନିଶ୍ଚିତ ଭାବେ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଡ଼ାକ୍ତରଙ୍କର ପରାମର୍ଶ ବିନା ଏହାକୁ ସେବନ କରନ୍ତୁ ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।