ପୁଣି ଘାରିଲା ଚିନ୍ତା! ୮ ଦିନ ଯାଏ ଏହି ଜିଲ୍ଲା ସମ୍ପୂର୍ଣ୍ଣ ସର୍ଟ ଡାଉନ, ଅଧିକାଂଶ ଜିଲ୍ଲାରେ ଜାରି ରହିବ ଲକଡାଉନ

କରୋନାର ପ୍ରକୋପ ଧୀରେ ଧୀରେ କମିବା ପରିଲକ୍ଷିତ ହେଉଥିଲା। ଯାହା ଫଳରେ ଧୀରେ ଧୀରେ କଟକଣା କୋହଳ ବି କରାଯାଉଥିଲା। ମାତ୍ର ଡେ଼ଲ୍ଟା ଭାରିଏଣ୍ଟ ବଢ଼ାଇଲା ଚିନ୍ତା ଯାହାଫଳରେ ମହାରାଷ୍ଟ୍ରର ଉଧବ ସରକାର କଟକଣା କୋହଳ ପାଇଁ ଆଉଥରେ ଚିନ୍ତା କରିଥିଲେ ବୋଲି ଜଣା ଯାଇଛି। ଯାହାଫଳରେ ୩ଟି ପର୍ଯ୍ୟାୟରେ କଟକଣା କୋହଳ ହୋଇଛି ମାତ୍ର ଏହା ୫ ଟି ପର୍ଯ୍ୟାୟରେ ହେବାର ଥିଲା।

Google

ମହାରାଷ୍ଟ୍ରରେ ପୁଣି କରୋନା ସଂକ୍ରମଣ ବଢିଛି ବୋଲି ଜଣା ଯାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ସର୍ଟ ଡାଉନ ଘୋଷଣା କରିଛନ୍ତି ଏବଂ ଏହା ପୁରା ୮ ଦିନ ଯାଏ ଲାଗୁ ରହିବ। ସତରା ଜିଲ୍ଲାରେ ସର୍ଟଡାଉନ ଶନିବାର ଠାରୁ ଲାଗୁ ହୋଇଅଛି। ପୁନେ, ଥାଣେ, ମୁମ୍ବାଇ, ପିମ୍ପିର ଛିଞ୍ଚୱାଡ଼,ନାସିକ, କଲ୍ୟାଣ ଡୋମ୍ପିବୋଲି ଠାରେ ଶକ୍ତ କଟକଣା ଲାଗୁ ରହିବ ବୋଲି ଜଣା ଯାଇଅଛି।

ସତରା ଜିଲ୍ଲାରେ ସଂକ୍ରମଣ ବଢିବାର ପରିଲକ୍ଷିତ ହେବାରୁ ୪ ପର୍ଯ୍ୟାୟରେ କଟକଣା ଜିଲ୍ଲାପାଳ ଶେଖର ସିଂ ଲାଗୁ କରିଛନ୍ତି। ସୋମବାର ଠୁ ଶୁକ୍ରବାର ଯାଏ କଟକଣା ଜାରି ରହିବ ଏବଂ ଏହା ସମ୍ପୂର୍ଣ୍ଣ ସର୍ଟ ଡାଉନ ପରେ ଲାଗୁ ହେବ। କହିରଖୁଛୁ ଶନିବାର ଏବଂ ରବିବାର ଦିନ ଅଲଗା ନିୟମ କାର୍ଯ୍ୟକାରୀ କରାଯିବ। ଜରୁରୀ ଦୋକାନ ଏବଂ ସେବା ଜାରି ରହିବ। ସଂଗଲି ,ସତରା, କୋହ୍ଲପୁର,ଅହମ୍ମଦ ନଗର ଏବଂ ସୋଲାପୁର ଜିଲ୍ଲାରେ ସପ୍ତାହନ୍ତ ଲକ ଡାଉନ ଲାଗୁ ରହିବ ବୋଲି ଜଣା ଯାଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *