ପୁଣି ବୃଦ୍ଧି ପାଇଲା ବିଜୁଳି ଦର: ୟୁନିଟ ପିଛା ବଢ଼ିଲା ଏତିକି, ବିଜେପି ବିକ୍ଷୋପ କରିବା ସ୍ଥିତିରେ

ବୃଦ୍ଧି ପାଇଲା ବିଜୁଳି ଦର। ୩୦ ପଇସା ୟୁନିଟ ପିଛା ବଢ଼ିଲା। ଓଆଇ ଆରସି ଠାରୁ ଟାଟା ନେବା ପରେ ସଂସ୍ଥା ବିଜୁଳି ଦର ନିୟମିତ ବୃଦ୍ଧି ପାଉଥିବାର ଦେଖା ଯାଉଅଛି। ବିଜେପି ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବା ପାଇଁ କହିଥିବା ବେଳେ କଂଗ୍ରେସ ସାମଗ୍ରିକ ଦାମ ବଢିବାକୁ ନେଇ ବିଜୁଳି ଦରକୁ ଯୋଡ଼ିଛି। କେନ୍ଦ୍ରକୁ ଦୋଷ ଦେଇଛି ବିଜେଡି।

Google

ବ୍ୟବହାରକରି ଏହାର ବୃଦ୍ଧିକୁ ନେଇ ସନ୍ତୋଷ ନାହାନ୍ତି। ଆଗ ଟାଟା ୨୦ ପଇସା ଏବଂ ଏବେ ୩୦ ପଇସା ବଢ଼ାଇଛି। ବିଜେପି ଆସନ୍ତା ୧୪ ରୁ ୨୦ ଆନ୍ଦୋଳନକୁ ଓହ୍ଲାଇବକୁ ନିଷ୍ପତ୍ତି ନେଇଛି ବୋଲି ଜଣା ଯାଇଛି। ଦଳ ସବୁ ବିଜୁଳି ଅଫିସ ଆଗରେ ବିକ୍ଷୋପ ପ୍ରଦର୍ଶନ କରିବେ ବୋଲି ଜଣା ଯାଇଛି।

ଏହି ମ-ହା-ମା-ରୀ ହେବା ଯୋଗୁଁ ଲୋକମାନେ ହଇରାଣ ହେଉଥିବା ବେଳେ ଏବେ ବିଜୁଳି ଦର ବଢ଼ାଇବା ଚିନ୍ତାର ବିଷୟ ପାଲଟିଛି। ବିଜେପି କହିଛି କ-ରୋ-ନା ସମୟରେ ୫୦ ପଇସା ଦର ବଢ଼ାଇବା କଷ୍ଟ ଦାୟକ। ବିଜେପି ଛଡା କଂଗ୍ରେସ ବି ଏହାର ପ୍ରତିବାଦ କରିଛି। କଂଗ୍ରେସ କହିଛି ପେଟ୍ରୋଲ,ଡିଜେଲ ବଢିବା ଏବଂ ଏହା ପରେ ବିଜୁଳି ଦର ବଢିବା ଚିନ୍ତାଦାୟକ।

Google

ଏହା ପରେ ବିଜେଡି କେନ୍ଦ୍ରକୁ ଦୋଷ ଦେଇଛି। ବିଜେଡି କହିଛି କି ଆବଶ୍ୟକତା ଥିବା ଜିନିଷର ଦରଦାମ ଉଚିତ ରଖିବାରେ ସରକାର ବିଫଳ ହୋଇଛନ୍ତି।

ସାରା ଦେଶରେ ଏଟିସି ଲସ ଓ ଟିଡିଟି ଲସ ୧୮ % ରହିଛି। ଓଡ଼ିଶାରେ ୨୯.୭% ଲସ ହେଉଅଛି। ଘୋଷଣା ନ କରି ବିଜୁଳି କାଟିବା ଫଳରେ ଲୋକମାନେ ହଇରାଣ ହେଉଅଛନ୍ତି। ଅନଲାଇନରେ ପାଠ ପଢିବା ବେଳେ ଛାତ୍ରଛାତ୍ରୀ ମାନେ ହଇରାଣ ହେଉଛନ୍ତି। ଏହାକୁ ନେଇ ରାଜନୀତି ଜୋର ଧରିଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *