IND VS ENG: ଇଂଲଣ୍ଡ ୨୦୫ ରନରେ ଅଲଆଉଟ, ଭାରତ ଗୋଟିଏ ୱିକେଟ ହରାଇ କରିଛି ଏତିକି ରନ।

ଅହମ୍ମଦାବାଦର ମୋଟେରାରେ ଖେଳାଯାଉଥିବା ଚତ୍ରୁର୍ଥ ଟେଷ୍ଟର ପ୍ରଥମ ଦିନ ଭାରତୀୟ ଦଳର ନାମରେ ରହିଛି। ଇଂଲଣ୍ଡର ବ୍ୟାଟ୍ସମ୍ୟାନ ପୁଣି ଖରାପ ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡର ପ୍ରଥମ ପାରି ମାତ୍ର ୨୦୫ ରନରେ ଅଟକିଯାଇଥିଲା। ଜବାବରେ ଭାରତ ୧ ୱିକେଟ ହରାଇ ୨୪ ରନ କରିଛି। ଭାରତ ଶୁଭମନ ଗିଲଙ୍କ ୱିକେଟ ହରାଇଲା ଯିଏକି ଖାତା ଖୋଲି ପାରିଲେ ନାହିଁ।ତାଙ୍କୁ ଜେମ୍ସ ଆଣ୍ଡରସନ ଆଉଟ କରିଛନ୍ତି। ଦିନର ଖେଳ ଶେଷ ସୁଧା ରୋହିତ ୮ ଓ ପୂଜାରା ୧୫ କରି ନଟଆଉଟ ଅଛନ୍ତି। ଇଂଲଣ୍ଡର କଥା କହିବାତ ବେନ ଷ୍ଟୋକ ସବୁଠୁ ଅଧିକ ୫୫ ରନ ଓ ଡେନ ଲୋରିଂସ ୪୬ ରନର ପାରି ଖେଳିଛନ୍ତି। ଓଲି ପୋପ ୨୯ ରନ ଓ ଜନି ବେୟରଷ୍ଟୋ ୨୮ ରନରେ ପାରି ଖେଳିଛନ୍ତି।

Google

ଭାରତ ପାଇଁ ପୁଣି ଅକ୍ଷର ପଟେଲ ସୁନ୍ଦର ଖେଳ ଜାରି ରଖିଛନ୍ତି। ବାମହାତୀ ଏହି ସ୍ପିନର ପ୍ରଥମ ପାରିରେ ୪ଟି ୱିକେଟ ଅକ୍ତିଆର କରିଛନ୍ତି। ମହମ୍ମଦ ସିରାଜ ବି ଜୋ ରୁଟ ଓ ଜନି ବେୟରଷ୍ଟୋଙ୍କ ୱିକେଟ ଅକ୍ତିଆର କରିଥିଲେ। ଅଶ୍ୱିନୀ ୩ ଟି ଓ ୱାସିଙ୍ଗଟନ ସୁନ୍ଦର ବେନ ଷ୍ଟୋକଙ୍କ ମହତ୍ତ୍ୱପୂର୍ଣ୍ଣ ୱିକେଟ ଅକ୍ତିଆର କରିଥିଲେ।

ଇଂଲଣ୍ଡ ଟର୍ଚ୍ଚ ଜିତିଲା ଓ ଭାରତୀୟ ବୋଲର ହୃଦୟ:

ଇଂଲଣ୍ଡର ଅଧିନାୟକ ଜୋ ରୁଟ ଟର୍ଚ୍ଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିର୍ଣ୍ଣୟ ନେଇଥିଲେ କିନ୍ତୁ ତାଙ୍କର ଏହି ନିର୍ଣ୍ଣୟ ଭାରତୀୟ ସ୍ପିନର ଭୁଲ ସାବ୍ୟସ୍ତ କରିଦେଇଛନ୍ତି। ଡୋମ ସିମ୍ବଲି ଓ ଜ୍ୟାକ କ୍ରୋଲେ ବ୍ୟାଟିଙ୍ଗ କରିବାକୁ ଆସିଲେ ଓ କୋହଲି ୬ ତମ ଓଭରରେ ହିଁ ଅକ୍ଷର ପଟେଲଙ୍କୁ ଆଟାକରେ ଲଗାଇଦେଲେ। ସେ ନିଜ ପ୍ରଥମ ଓଭରରେ ହିଁ ଡୋମ ସିମ୍ବଲେଙ୍କୁ ଆଉଟ କରିଦେଲେ। ସେ ବୋଲ୍ଡ ହୋଇଥିଲେ। ଏହା ପରେ ଜ୍ୟାକ କ୍ରୋଲେ ମଧ୍ୟ ଅକ୍ଷରଙ୍କ ଶିକାର ହେଲେ ସେ ମାତ୍ର ୯ ରନ କରି ମହମ୍ମଦ ସିରାଜଙ୍କ ହାତରେ କ୍ୟାଚ ହୋଇଗଲେ। ସ୍ପିନ ଫ୍ରେଣ୍ଡଲିଙ୍କ ଆକାରରେ ସବୁଠୁ ବଡ଼ ୱିକେଟକୁ ଭାରତ ପାଇଁ ମହମ୍ମଦ ସିରାଜ ଆଣିଲେ। ରୁଟକୁ ସିରାଜ ଏଲବିଡବ୍ଲୁ କରି ଆଉଟ କରିଦେଲେ।

Google

ଅଶୁଵିଧାରେ ଥିବା ଟିମ ଇଂଲଣ୍ଡର ପାରିକୁ ବେୟରଷ୍ଟୋ ଓ ଷ୍ଟୋକ ସମ୍ଭାଳିବାକୁ ଚେଷ୍ଟା କଲେ। ଦୁହେଁ ଚତ୍ରୁର୍ଥ ୱିକେଟ ପାଇଁ ୪୮ ରନର ପାର୍ଟନରସିପ କଲେ କିନ୍ତୁ ଲଞ୍ଚ ପରେ ମହମ୍ମଦ ସିରାଜ ଏହି ଯୋଡିକୁ ଭାଙ୍ଗିଦେଇଥିଲା। ସିରାଜ ବେୟରଷ୍ଟୋଙ୍କୁ ୨୮ରନରେ ଏଲବିଡବ୍ଲୁ କରି ଭାରତକୁ ଚତ୍ରୁର୍ଥ ୱିକେଟ ଦେଇଦେଇଥିଲେ। ଏହା ପରେ ବେନ ଷ୍ଟୋକସ ଓ ଓଲି ପୋପ ପାରି ସମ୍ଭାଳିଲେ। ଦୁହିଁଙ୍କ ଭିତରେ ୧୧୧ ବଲରେ ୪୩ ରନର ପାର୍ଟନରସିପ ହୋଇଥିଲା। ଷ୍ଟୋକସ ଏହି ପାଳିରେ ନିଜର ପ୍ରଥମ ଅର୍ଦ୍ଧଶତକ ମାରିଲେ। କିନ୍ତୁ ଅର୍ଦ୍ଧ ଶତକ ପରେ ତାଙ୍କ ଧ୍ୟାନ ଭଙ୍ଗ ହୋଇଗଲା ଓ ୱାସିଙ୍ଗଟନ ସୁନ୍ଦର ତାଙ୍କୁ ଆଉଟ କରିଦେଲେ।

Google
ଲୋରେଂସ କରିଲେ ଭଲ ବ୍ୟାଟିଙ୍ଗ:

ଏହା ପରେ ଡେନ ଲୋରେଂସ ପୋପଙ୍କ ସହ ୧୫ ଓଭର ପର୍ଯ୍ୟନ୍ତ ମ୍ୟାଚ ସମ୍ଭାଳିଲେ। ଲୋରେଂସ ଓ ପୋପ ସେଟ ଲାଗୁଥିଲେ କିନ୍ତୁ ଏହା ପରେ ଅଶ୍ୱିନୀ କମାଲ ଦେଖାଇଲେ ଓ ପୋପଙ୍କୁ ୨୯ ରନରେ ଆଉଟ କରିଦେଲେ। ବେନ ଫୋକ୍ସ ମଧ୍ୟ ଅଧିକ ସମୟ ପିଚରେ ରହିପାରିଲେ ନାହିଁ। ଅଶ୍ୱିନୀଙ୍କ ବଲରେ ୧ ରନ କରି ଆଉଟ ହୋଇଗଲେ। ଡୋମ ବେସ ମଧ୍ୟ ଅକ୍ଷରଙ୍କର ଶିକାର ହୋଇଗଲେ। ଶେଷରେ ଜ୍ୟାକ ଲିଚଙ୍କୁ ଆଉଟ କରି ଅଶ୍ୱିନୀ ଇଂଲଣ୍ଡର ପାରିକୁ ୨୦୫ରେ ଅଟକାଇଦେଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *