ଇଂଲଣ୍ଡ ଭାରତକୁ ପ୍ରଥମ ଟେଷ୍ଟରେ ୨୨୭ ରନରେ ହରାଇ ଦେଇଛି। ସେ ଏବେ ଚାରିଟି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ଇଂଲଣ୍ଡ ଏହି ବିଜୟ ସହ ଅନେକ ରେକର୍ଡ ନିଜ ନାମରେ କରିଦେଇଛି। ଇଂଲଣ୍ଡ ଭାରତକୁ ଚେନ୍ନାଇରେ ସବୁଠୁ ଅଧିକ ରନରେ ହରାଇବାର ରେକର୍ଡ କରିଦେଇଛି। ୮୭ ବର୍ଷରୁ ଏହି ପୁରୁଣା ରେକର୍ଡ ଇଂଲଣ୍ଡ ନାମରେ ନାମିତ ଥିଲା। ସେ ୧୯୩୪ରେ ୧୦ରୁ ୧୪ ଫେବୁଆରୀ ପର୍ଯ୍ୟନ୍ତ ଖେଳାଯାଇଥିବା ଟେଷ୍ଟରେ ଭାରତକୁ ୨୦୨ ରନରେ ହରାଇଥିଲା।

ଭାରତ ଓ ଇଂଲଣ୍ଡ ମଝିରେ ଚେନ୍ନାଇରେ ୫ ଫେବୁଆରୀରୁ ୯ ଫେବୁଆରୀ ପର୍ଯ୍ୟନ୍ତ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା।ଇଂଲଣ୍ଡ ପ୍ରଥମ ପାରିରେ ୫୭୮ ଓ ଦ୍ୱିତୀୟ ପାରିରେ ୧୭୮ ରନ କରିଥିଲା। ଭାରତୀୟ ଟିମ ଦୁଇଟିଯାକ ପାରିରେ ଆଶାଅନୁସାରେ ବ୍ୟାଟିଙ୍ଗ କରିପାରିନଥିଲା ଓ ୨୨୭ ରନରେ ହାରିଯାଇଥିଲା। ଭାରତ ନିଜର ପ୍ରଥମ ପାରିରେ ୩୩୭ ଓ ଦ୍ୱିତୀୟ ପାରିରେ ୧୯୨ ରନ କରିଥିଲା। ଏହି ମ୍ୟାଚରେ ସବୁଠୁ ଅଧିକ ସ୍କୋର ଇଂଲଣ୍ଡର ଅଧିନାୟକ ଜୋ ରୁଟ (୨୧୮) ବନେଇଥିଲେ। ଜ୍ୟାକ ଲିଚ ଇଂଲଣ୍ଡ ପାଇଁ ସବୁଠୁ ଅଧିକ ୱିକେଟ ଅକ୍ତିଆର କରିଥିଲେ।
ଚେନ୍ନାଇର ଏମଏ ଚିଦବରମ ଷ୍ଟାଡିୟମରେ ଏବେ ପର୍ଯ୍ୟନ୍ତ ୩୩ଟି ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହୋଇଛି। ଭାରତ ଏଥିରୁ ୧୪ ଟି ଜିତିଛି ଓ ୭ଟିରେ ହାରର ସାମ୍ନା କରିବାକୁ ପଡିଛି। ଭାରତ ଯେଉଁ ୭ଟି ମ୍ୟାଚ ଏଠି ହାରିଛି ସେଥିରୁ ୪ ଟି ମ୍ୟାଚ ଇଂଲଣ୍ଡ ସହ ଥିଲା। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ମଧ୍ୟ ଏଠାରେ ଭାରତକୁ ଗୋଟେ ଲେଖା ମ୍ୟାଚ ହରାଇଛନ୍ତି।

ଚେନ୍ନାଇରେ ପ୍ରଥମ ଟେଷ୍ଟ ୧୯୩୪ କୁ ଭାରତ ଓ ଇଂଲଣ୍ଡ ମଝିରେ ହୋଇଥିଲା। ଇଂଲଣ୍ଡ ଏହି ମ୍ୟାଚ ୨୦୨ ରନରେ ଜିତିଥିଲା। ଏହା ୮ ଫେବୁଆରୀ ୨୦୨୧ ପର୍ଯ୍ୟନ୍ତ କୌଣସି ବିଦେଶୀ ଟିମର ଚେନ୍ନାଇରେ ସବୁଠୁ ବଡ଼ ଜିତ ଭାବେ ପରିଚିତ ଥିଲା। ଇଂଲଣ୍ଡ ଏବେ ନିଜର ହିଁ ରେକର୍ଡକୁ ବଦଳାଇ ଦେଇଛି। ଏବେ ଚେନ୍ନାଇରେ ଭାରତର ସବୁଠୁ ବଡ ହାରର ଅନ୍ତର ୨୨୭ ରନ ହୋଇଯାଇଛି।

କିନ୍ତୁ ଟେଷ୍ଟରେ ଚେନ୍ନାଇରେ ସବୁଠୁ ଅଧିକ ରନ (୨୫୫) ,ଓ ସବୁଠୁ ଅଧିକ ୱିକେଟ(୧୦) ବିଜୟର ରେକର୍ଡ ଭାରତ ନାମରେ ଅଛି। ଭାରତ ୧୯୮୮ରେ ୱେଷ୍ଟଇଣ୍ଡିଜକୁ ୨୫୫ ରନରେ ଓ ୧୯୮୦ରେ ପାକିସ୍ତାନକୁ ୧୦ ୱିକେଟରେ ହରାଇଥିଲା। ଏହି ଗ୍ରାଉଣ୍ଡରେ ଚାରିଟି ଟେଷ୍ଟ ମ୍ୟାଚର ଅନ୍ତରରେ ବି ବିଜୟ ପ୍ରାପ୍ତ କରିଛି। ଏଥିରେ ତିନୋଟି ବିଜୟ ଭାରତ ନାମରେ ଓ ଗୋଟେ ବିଜୟ ୱେଷ୍ଟଇଣ୍ଡିଜ ନାମରେ ଅଛି। ୧୯୪୯ରେ ୱେଷ୍ଟଇଣ୍ଡିଜ ଭାରତକୁ ଗୋଟେ ପାରି ଓ ୧୪୯ ରନରେ ହରାଇଛି। ଯାହାକି ଏହି ଷ୍ଟାଡିୟମରେ ସବୁଠୁ ବଡ଼ ଜିତ ବୋଲି ଜଣା ଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।