ଇଂଲଣ୍ଡର ଦଳ କାହିଁକି ଦୁନିଆର ଏକ ନମ୍ବର ଟି୨୦ ଦଳ ଅଟେ। ଏହା ସେମାନେ ଅହମ୍ମଦାବାଦରେ ଖେଳା ଯାଇଥିବା ତୃତୀୟ ମ୍ୟାଚରେ ପୁଣିଥରେ ପ୍ରମାଣ କରିଦେଲେ। ତୃତୀୟ ମୁକାବିଲାରେ ଇଂଲଣ୍ଡ ୮ ୱିକେଟରେ ବିଜୟ ହାସଲ କଲା।ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୬ ରନ କଲା। କିନ୍ତୁ ଇଂଲଣ୍ଡ ପାଇଁ ଏହି ଲକ୍ଷ୍ୟ ବହୁତ ଛୋଟ ଥିଲା। ଇଂଲଣ୍ଡ ପାଇଁ ୱିକେଟ କିପର ଯଶ ବଟଲର ଅର୍ଦ୍ଧଶତକର ଚମତ୍କାର ପାରି ଖେଳିଲେ।

ଯଶ ବଟଲର ଅପରାଜିତ ୮୩ ଓ ବେୟାରଷ୍ଟ୍ରୋ ଅପରାଜିତ ୪୦ ରନ କଲେ। ଇଂଲଣ୍ଡ ଏହି ଦୁହିଁଙ୍କର ଭଲ ଭାଗିଦାରୀ ବଳରେ ୧୮.୨ ଓଭରରେ ହିଁ ଲକ୍ଷ୍ୟ ହାସିଲ କରିନେଲା।ଭାରତ ପାଇଁ ସୁନ୍ଦର ଓ ଚହଲ ୧-୧ ୱିକେଟ ଅକ୍ତିଆର କରିଥିଲେ।
ଟସ ବାଜି ଲାଗିଲା ଇଂଲଣ୍ଡର ହାତରେ: ଇଂଲଣ୍ଡର ଅଧିନାୟକ ଇୟନ ମର୍ଗାନ ଟସ ଜିତି ପ୍ରଥମେ ବୋଲିଂ କରିବାର ନିର୍ଣ୍ଣୟ ନେଲେ। ଜୋଫ୍ରା ଆର୍ଚରଙ୍କ ଦ୍ୱିତୀୟ ଓଭରରେ ପ୍ରଥମ ବଲରେ ରୋହିତ ଶର୍ମା ଭାଗ୍ୟଶାଳି ରହିଲେ ଯେବେ ଏହି ଫାଷ୍ଟ ବୋଲର ନିଜ ବଲରେ ତାଙ୍କ କ୍ୟାଚ ଧରିଥିଲେ। ପ୍ରଥମ ଦୁଇଟି ମ୍ୟାଚରେ କେବଳ ଏକ ରନ କରିଥିବା କେ ଏଲ ରାହୁଲ ପୁଣିଥରେ ଅସଫଳ ରହିଲେ ଓ ଖାତା ଖୋଲିବା ବିନା ହିଁ ଉଡ଼ଙ୍କ ବଲରେ ବୋଲଡ଼ ହୋଇଗଲେ।
ପାଳିର ପ୍ରଥନ ଚୌକା ପ୍ରଥମ ଓଭରରେ ଲାଗିଲା ଯେବେ ଆର୍ଚରଙ୍କ ବଲ ରୋହିତଙ୍କ ବ୍ୟାଟର ଧାରରେ ଲାଗି ୪ ରନ ପାଇଁ ଚାଲିଗଲା। ରୋହିତ ଉଡ଼ଙ୍କ ପରବର୍ତ୍ତୀ ଓଭରରେ ଚୌକା ମଧ୍ୟ ମାରିଲେ। କିନ୍ତୁ ଏହି ଦୃତ ବୋଲରଙ୍କ ବଲରେ ଶର୍ଟ ଫାଇନ ଲେଗରେ ଆର୍ଚରଙ୍କୁ ସହଜ କ୍ୟାଚ ଦେଇ ବସିଲେ। ସେ ୧୫ ରନ କଲେ। କୋହଲି ଉଡ଼ଙ୍କର ଚୌକା ସହିତ ଖାତା ଖୋଲିଲେ। କିନ୍ତୁ ଗତ ମ୍ୟାଚରେ ଅର୍ଦ୍ଧଶତକ ମାରି ଦଳର ବିଜୟରେ ମୁଖ୍ୟ ଭୂମିକା ତୁଲାଇ ଥିବା ଇଶାନ କିଷାନ ୪ରନ କରିବା ପରେ ଯୋରଡାନଙ୍କ ବଲକୁ ଉପରେ ଲହରାଇ ଦେଲେ ଓ ୱିକେଟ କପର ଯଶ ବଟଲର କ୍ୟାଚ ଧରି ଇଶାନଙ୍କୁ ପାଭିଲିୟନ ପଠାଇଲେ।

ପାୱାରପ୍ଲେରେ ଭାରତର ଖରାପ ପ୍ରଦର୍ଶନ: ଭାରତୀୟ ଦଳ ପାୱାରପ୍ଲେରେ ୩ ୱେକେଟରେ ୨୪ ରନ ହିଁ କରିପାରିଲା।ରିଷବ ପନ୍ତ ବେନ ଷ୍ଟ୍ରୋକସଙ୍କ ଉପରେ ଚୌକା ସହିତ ଖାତା ଖୋଲିଲେ ଓ ପୁଣି ଆଦିଲ ରସିଦଙ୍କୁ ଲଗାତାର ଦୁଇଟି ଚୌକା ସହିତ ୧୦ ଓଭରରେ ଦଳର ସ୍କୋର ୫୦ ରନର ପାର ପହଞ୍ଚାଇଲେ। ପନ୍ତ ଯଦିଓ ଅଧିନାୟକ କୋହଲିଙ୍କ କହିବା ଦ୍ୱାରା ସାମ କରନଙ୍କ ବଲରେ ତୃତୀୟ ରନ ନେବାର ପ୍ରୟାସରେ ଆଉଟ ହୋଇଗଲେ। ସେ ୨୦ ବଲରେ ୨୫ ରନ କଲେ।
ଶ୍ରେୟସ ଅୟର(୯) ଆସି ହିଁ କରନଙ୍କ ଉପରେ ଚୌକାରେ ଖାତା ଖୋଲିଲେ କିନ୍ତୁ ଉଡ଼ଙ୍କ ବଲରେ ବାଉନଡ଼ରି ଉପରେ ଡେଭିଡ ମଲାନଙ୍କୁ କ୍ୟାଚ ଦେଇ ବସିଲେ ଯାହାଦ୍ଵାରା ୧୫ତମ ଓଭରରେ ଦଳର ସ୍କୋର ୫ ୱିକେଟରେ ୮୬ ରନ ହେଲା। କୋହଲି ୧୬ତମ ଓଭରରେ ଆର୍ଚରଙ୍କ ଉପରେ ଚୌକା ଓ ଛକା ସହିତ ରନ ରେଟରେ ବୁଦ୍ଧି କରିବାର ପ୍ରୟାସ କଲେ। ଏହି ଓଭରରେ ଭାରତର ରନର ଶତକ ପୁରା ହେଲା। କୋହଲି ପରବର୍ତ୍ତୀ ଓଭରରେ ଯୋଡ଼ାନଙ୍କୁ ଛକା ଓ ଚୌକା ସହିତ ୩୭ଟି ବଲରେ ୨୭ତମ ଅର୍ଦ୍ଧଶତକ ପୁରା କଲେ ଓ ପୁଣି ଉଡ଼ଙ୍କୁ ଲକ୍ଷ୍ୟ ବନାଇ ଲଗାତାର ୨ଟି ଛକା ଓ ୧ ଚୌକା ମାରିଲେ। ପାଣ୍ଡ୍ୟା ମଧ୍ୟ ପରବର୍ତ୍ତୀ ଓଭରରେ ଛକା ମାରିଲେ ଯେବେ ମଧ୍ୟ କୋହଲି ବଲକୁ ବାଉଁଡରିର ଦର୍ଶନ କରାଇଲେ। ମାର୍କ ଉଡ଼(୩୧ରନରେ ତିନି ୱିକେଟ)ଓ କ୍ରିଷ ଜୋରଡାନ (୩୫ରନରେ ୨ୱିକେଟ)ର ଭଲ ବୋଲିଂର ସାମ୍ନାରେ ଭାରତ ୧୫ଓଭରରେ ୮୭ରନରେ ୫ୱିକେଟ ହରାଇବା ପରେ ମୁସ୍କିଲରେ ଥିଲା ହେଲେ ବିରାଟ କୋହଲି(ଅପରାଜିତ ୭୭)ଓ ହାର୍ଦ୍ଦିକ ପାଣ୍ଡ୍ୟା (୧୭)ର ପାଳିର ସାହାଯ୍ୟରେ ଅନ୍ତିମ ୫ଓଭରରେ ୬୯ରନ ଯୋଡି ସଫଳ ରହିଲା। ରିଷବ ପନ୍ତ ମଧ୍ୟ ୨୫ରନର ଯୋଗଦାନ ଦେଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।