ୟସସ୍ୱୀ ଜୟସୱାଲ ଏବଂ ଅର୍ଜୁନ ତେନ୍ଦୁଲକର ଖେଳିଲେ ଏମିତି ପାରି ଯାହାକୁ ଦେଖି ସବୁ ଏକ୍ସପର୍ଟ ଚକିତ।

ୟସସ୍ୱୀ ଜୟସୱାଲ ସୈୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନିଜ ବ୍ୟାଟିଙ୍ଗର ଆକର୍ଷକ ଜଲବା ଦେଖାଇ ମାତ୍ର ୪୯ଟି ବଲ ଖେଳି ୧୦୩ ରନ କରିଛନ୍ତି।

Google

ସୈୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରୁ ଜାନୁଆରୀରେ କରୋନା ପରେ ବିସିସିଆଇର ଘରୋଇ ସିଜନ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାଖାପାଖି ସବୁ ରାଜ୍ୟର ଏସୋସିଏସନ ନିଜର ସମ୍ଭାବିତ ପ୍ଲେୟାର ଲିଷ୍ଟ ଜାରି କରିଦେଇଛନ୍ତି। ଏବେ ପ୍ରସ୍ତୁତି ଭି ଆରମ୍ଭ କରିଦେଇଛି।ଟୁର୍ଣ୍ଣାମେଣ୍ଟ ପୂର୍ବରୁ ମୁମ୍ବାଇ ଟିମ ନିଜର ଅଭ୍ୟାସ ମ୍ୟାଚର ପ୍ରଥମ ଦିନ ନିଜର ବ୍ୟାଟିଙ୍ଗ ଓ ଵୋଲିଙ୍ଗର ଜଲବା ଦେଖାଇଛି।

ଅଭ୍ୟାସ ମ୍ୟାଚର ପ୍ରଥମ ଦିନ ମୁମ୍ବାଇର ଷ୍ଟାର ବ୍ୟାଟ୍ସମ୍ୟାନ ୟସସ୍ୱୀ ଜୟସୱାଲ ନିଜ ବ୍ୟାଟିଙ୍ଗର ଜଲବା ଦେଖାଇ ଏକ ସୁନ୍ଦର ଶତକ ହାସଲ କରିଛନ୍ତି। ସେ ମାତ୍ର ୪୯ ବଲରେ ୧୦୩ ରନ କରିଛନ୍ତି। ଯେବେକି ସୂର୍ଯ୍ୟ କୁମାର ଯାଦବ ୩୧ବଲରେ ନଟଆଉଟ ରହି ୫୯ ରନ କରିଛନ୍ତି। ଶିବମ ଦୁବେ ୨୩ ବଲରେ ୪୯ ରନ କରିଛନ୍ତି ଓ ସରଫରାଜ ଖାନ ୩୧ ରନରେ ୪୦ ରନର ପାରି ଖେଳିବାର ନଜର ଆସିଛନ୍ତି।

ଏହା ସହିତ ମୁମ୍ବାଇର ବୋଲର ମଧ୍ୟ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଅର୍ଜୁନ ତେନ୍ଦୁଲକର ୪ ଓଭରରେ ୨୨ ରନ ଦେଇ ଦୁଇଟି ୱିକେଟ ନେଇଛନ୍ତି। ଯେବେକି ତୁଷାର ଦେଶପାଣ୍ଡେ ୩୫ ରନ ଦେଇ ୩ଟି ୱିକେଟ ନେଇଛନ୍ତି।

Google

ବିସିଆଇଆଇ ନିଜ ଘରୋଇ ସିଜନ ଆରମ୍ଭ ସୈୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରୁ କରିବାକୁ ଯାଉଛି। ଯାହାର ମ୍ୟାଚ ୧୦ରୁ ୩୦ ଜାନୁଆରୀ ମଝିରେ ୬ ରାଜ୍ୟ ମଝିରେ ଖେଳାଯିବ। ଯେଉଁଠି ଭଲ ବାତାବରଣ ପ୍ରସ୍ତୁତି କରାଯିବ। ଏଥିରେ ଭାଗ ନେବାକୁ ଥିବା ଟିମକୁ ନିଜର ସୁରକ୍ଷିତ ବାତାବରଣରେ ୨ ଜାନୁଆରୀ ପୂର୍ବରୁ ପହଁଚିବାକୁ ହେବ।

ମୁସ୍ତାକ ଅଲ୍ଲୀର ଗ୍ରୁପ ଚରଣର ମ୍ୟାଚ ପୁରା ହେବା ପରେ ରଣଜୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫି ଉପରର ଫଇସଲା ନିଆଯିବ ବୋଲି ଜଣା ଯାଇଛି। ଏଥିରେ ସଦସ୍ୟଙ୍କ ମତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି। ଖବର ଅନୁସାରେ ସୈହଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଆୟୋଜନ ଏଥିପାଇଁ କରାଯାଉଛି କାରଣ ବିସିସିଆଇ ଫେବୃଆରୀରୁ ଆଇପିଏଲ ପାଇଁ ଖେଳାଳି ନିଲାମୀ କରିବାକୁ ଚାହୁଁଛି,ସେଥିପାଇଁ ଏହାର ଆୟୋଜନ ଜଲଦି ହେବ ବୋଲି ଆଶା କରାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *