ପ୍ୟାଟରନିଟ ଲିବ ପରେ ବିରାଟ କୋହଲି ଚେନ୍ନାଇ ଟେଷ୍ଟରୁ ହିଁ ଅଧିନାୟକତ୍ୱ ସମ୍ଭାଳିଛନ୍ତି ଓ ତାଙ୍କ ଅଧିନାୟକତ୍ୱରେ ଫ୍ୟାନ୍ସ ନିରାଶ ଅଛନ୍ତି। ଚେନ୍ନାଇରେ ଖରାପ ବୋଲିଙ୍ଗ ସହିତ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ବି ଫ୍ୟାନ୍ସ ନିରାଶ ଅଛନ୍ତି। ସର୍ଵ ପ୍ରଥମେ ବିରାଟ କୋହଲିଙ୍କ ଚୂଡାନ୍ତ ଏକାଦଶ ବାଛିବା ଉପରେ ପ୍ରଶ୍ନ ଉଠିଥିଲା ଓ ଖେଳର ଦ୍ୱିତୀୟ ଦିନ ତାଙ୍କ ଡ଼ିଆରଏସ ନେବା ଫଇସଲା ମଧ୍ୟ ଲୋକଙ୍କୁ ପସନ୍ଦ ଆସିନଥିଲା।

ବିରାଟ କୋହଲି ଖେଳର ଦ୍ୱିତୀୟ ଦିନ ତୃତୀୟ ରିଭ୍ୟୁ ଖେଳାଳୀଙ୍କ ମନାକରିବା ପରେ ମଧ୍ୟ ନେଇଥିଲେ। ଇଂଲଣ୍ଡର ପାରିର ୧୩୯ ଓଭରରେ ଅଶ୍ୱିନୀଙ୍କ ଓଭରରେ ଓଲି ପୋପଙ୍କୁ ଆଉଟକୁ ନେଇ ଅପିଲ କରାଯାଇଥିଲା। ଟି ବ୍ରେକ ପୂର୍ବରୁ ପୋପ ଅଶ୍ୱିନୀଙ୍କ ବଲକୁ ସ୍ୱୀପ କରିଥିଲେ। ବଲ ତାଙ୍କ ହାତରେ ଲାଗି ଲେଗ ସ୍ଲିପକୁ ଯାଇଥିଲା। ଅମ୍ପାୟାର ତାଙ୍କୁ ନଟ ଆଉଟ ଦେଇଥିଲେ। ଯାହା ପରେ କୋହଲି ପନ୍ତ ଓ ରାହାଣେଙ୍କୁ ପଚାରିଥିଲେ ଓ ସେ ଦୁହେଁ ମନାକରିଥିଲେ।ଦୁହେଁ ମନାକରିବା ପରେ ମଧ୍ୟ କୋହଲି ରିଭ୍ୟୁ ନେଇଥିଲେ ଓ ଭାରତ ନିଜ ତୃତୀୟ ଡ଼ିଆରଏସ ହରାଇ ଦେଲା।

ବିରାଟ କୋହଲିଙ୍କ ଭୁଲ ଡ଼ିଆରଏସର ପାଇଁ କ୍ଷତି:
ବିରାଟ କୋହଲି ଡ଼ିଆରଏସ ୧୩୯ ଓଭରରେ ନଷ୍ଟ କରିଥିଲେ ଓ ଏହାର କ୍ଷତି ୧୬୫ ଓଭରରେ ନଜର ଆସିଥିଲା। ୱାସିଙ୍ଗଟନ ସୁନ୍ଦରଙ୍କ ବଲରେ ଜୋସ ବଟଲର ଚକମା ଖାଇଥିଲେ ଓ ବଲ ତାଙ୍କ ବ୍ୟାଟରେ ବାଜି ପନ୍ତଙ୍କ ହାତକୁ କ୍ୟାଚ ଯାଇଥିଲା। ଖେଳାଳିମାନେ ଅପିଲ କରିଥିଲେ କିନ୍ତୁ ଅମ୍ପାୟାର ନଟ ଆଉଟ କରିଥିଲେ। ଖେଳାଳି ବହୁତ ନିରାଶ ଥିଲେ କାରଣ ତାଙ୍କ ପାଖରେ ଡିଆରଏସ ନଥିଲା।ରିପ୍ଲାଏରେ ଦେଖାଗଲା କି ବଟଲର ଆଉଟ ଥିଲେ। ଏହି ଘଟଣା ପରେ ଫ୍ୟାନ୍ସ କୋହଲିଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। କହିରଖିବୁକି ଅଷ୍ଟ୍ରେଲିଆରେ ଅଧିନାୟକତ୍ୱ କରିବା ପରେ ଫ୍ୟାନ୍ସ ରାହାଣେଙ୍କ କ୍ୟାପ୍ଟେନ୍ସିକୁ ପସନ୍ଦ କରିଥିଲେ। କୋହଲିଙ୍କ କ୍ୟାପ୍ଟେନ୍ସି ଅନେକ ଲୋକଙ୍କୁ ପସନ୍ଦ ଆସୁନି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।