ଟିମ ଇଣ୍ଡିଆର ଓପ୍ନର ପୃଥ୍ଵୀ ସ ନିଜ ଟେଷ୍ଟ କ୍ୟାରିୟରର ଆରମ୍ଭ ଅଲଗା ଭାବରେ କରିଛନ୍ତି। ସେ ୱେଷ୍ଟେଣ୍ଡିଜ ବିରୁଦ୍ଧରେ ନିଜର ଡେବ୍ୟୁରେ ଶତକ ମାରିଥିଲେ। ଯାହାପରେ ତାଙ୍କର ତୁଳନା ବିରେନ୍ଦ୍ର ସେହେବାଗ,ସଚିନ ତେନ୍ଦୁଲକର ଓ ବ୍ରାୟନ ଲାରାଙ୍କ ଭଳି ଦିଗଜ ଖେଳାଳିଙ୍କ ସହ ହୋଇଥିଲା। ହେଲେ ତାଙ୍କ କ୍ୟାରିୟର ବଢିବା ସହ ତାଙ୍କ ପ୍ରଦର୍ଶନ କମି କମି ଯାଉଛି। କ୍ରିଜ ଉପରେ ତାଙ୍କର ରହିବା କଷ୍ଟକର ହୋଇଗଲାଣି। ଏଡିଲେଡ଼ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ଆସ ଓ ପ୍ରଥମେ ଯାଅର ଫର୍ମୁଲା ଆପଣାଇଲେ। ସ କ୍ରିଜକୁ ପ୍ରଥମେ ଆସିଲେ ଓ ପାଳିର ୨ୟ ବଲରେ ହିଁ ଆଉଟ ହୋଇଗଲେ। ସେ ଖାତା ଖୋଲି ପାରିଲେ ନାହିଁ ଓ ସ୍ଟାର୍କଙ୍କ ଇନ ସ୍ୱିଙ୍ଗ ବଲରେ ଆଉଟ ହୋଇଗଲେ। ଖରାପ ପ୍ରଦର୍ଶନ ପରେ ସ ଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି।

ପୃଥ୍ଵୀ ସଙ୍କ ତୁଳନା ଆଫ୍ରିଦିଙ୍କ ସହ ହେଲା:
ଅଷ୍ଟ୍ରେଲିଆ ବିପକ୍ଷରେ ବ୍ୟାଟିଂ କରିବାକୁ ଆସିଥିବା ସ ୦ ରନରେ ଆଉଟ ହେଲେ ଓ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଲୋକ ତାଙ୍କର ତୁଳନା ପାକିସ୍ତାନର ପୂର୍ଵ ଅଧିନାୟକ ସାହିଦ ଆଫ୍ରିଦଙ୍କ କରୁଛନ୍ତି। ଯିଏ କ୍ରିଜରେ ଅଧିକ ରୁହନ୍ତି ନାହିଁ ଓ ପ୍ୟାଭିଲୀୟନରେ ଅଧିକ ଦେଖାଯାଆନ୍ତି। କହିରଖୁଛୁ କି ବହୁତ ଲୋକ ତାଙ୍କୁ ସଚିନ,ସେହେବାଗ,ଲାରାଙ୍କ ମିଶ୍ରଣ ଖେଳାଳି ବୋଲି ମାନୁଥିଲେ ହେଲେ ସେ କ୍ରିଜ ଉପରେ ଅଧିକ ସମୟ ରହି ପାରୁନାହାନ୍ତି। ତାଙ୍କ ଡିଫେନ୍ସରେ ଅଧିକ ଭୁଲ ରହୁଛି ଯେଉଁଠି ପାଇଁ ସେ ନୂଆ ବଲ ସାମ୍ନା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଶୁଭମାନ ଗିଲଙ୍କ ଜାଗାରେ ମିଳିଥିଲା ସଙ୍କୁ ସ୍ଥାନ:
କହିରଖୁଛୁ କି ସ ଙ୍କୁ ଶୁଭମାନ ଗିଲଙ୍କ ବଦଳରେ ସ୍ଥାନ ମିଳିଥିଲା। ଗିଲ ଅଷ୍ଟ୍ରେଲିଆ ଏ ବିରୁଦ୍ଧରେ ଭଲ ଅର୍ଦ୍ଧ ଶତକ ମଧ୍ୟ ମାରିଥିଲେ। ହେଲେ ଟିମ ମ୍ୟାନେଜମେଣ୍ଟ ସ ଉପରେ ଅଧିକ ବିଶ୍ୱାସ କଲେ ହେଲେ ସ ସେ ବିଶ୍ୱାସ ରଖିପାରିଲେ ନାହିଁ। ସ ଙ୍କ କଥା କହିବାକୁ ଗଲେ ତାଙ୍କ ଟେଷ୍ଟ କ୍ୟାରିୟର ଔଷତ ୪୭.୮୫ ଅଟେ ହେଲେ ସେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୩ ଟି ପାରିରେ ୨୩୭ ରନ କରିଥିଲେ ଯିଏ କି ଧିମା ଟିମ ଅଟେ ଓ ଏହା ଭାରତରେ ମଧ୍ୟ ଖେଳାଯାଇଥିଲା। ହେଲେ ନ୍ୟୁଜିଲ୍ୟାଣ୍ଡର କଷ୍ଟକର ପିଚରେ ସ ୪ ପାରିରେ ୨୪.୫୦ ଔଷତରେ ୯୮ ରନ ହିଁ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ପାରିରେ ସେ ଖାତା ମଧ୍ୟ ଖୋଲି ପାରିଲେ ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।