ଫେସବୁକ ଲଞ୍ଚ କରିଛି ଡେଟିଙ୍ଗ ଆପ, ଏହା ଜରିଆରେ ଖୋଜନ୍ତୁ ନିଜ ଜୀବନସାଥୀ ।

ଫେସବୁକର ଡେଟିଙ୍ଗ ମୂଳ ଆକାଉଣ୍ଟ ସହିତ ଜୋଡାହେବ , ଯାହା ଦ୍ୱାରା ସେଥିରେ ଭୁଲ ଠିକଣା ଦେବା କଠିନ ହେବ।କେବଳ ଏତିକି ନୁହେଁ ଚାଟିଙ୍ଗ ସମୟରେ ୟୁଜର ସମ୍ଭାବିତ ପାର୍ଟନରଙ୍କୁ କୌଣସି ଫଟୋ ବା ଭିଡ଼ିଓ ପଠାଇ ପାରିବନି।

Google

ଯଦି ଆପଣ ମଧ୍ୟ ନିଜ ଜୀବନସାଥୀ ଖୋଜୁଛନ୍ତି ତେବେ ଜଲ୍ଦି ଫେସବୁକ ଆପଣଙ୍କ ସାହାରା ହେବାକୁ ଯାଉଛି। ଏବେ ଜୀବନସାଥୀ ଖୋଜିବା ପାଇଁ ଆପଣଙ୍କ ଆଉ କୌଣସି ଡେଟିଙ୍ଗ ଆପକୁ ଯିବାକୁ ପଡିବନି ଓ ମେଟ୍ରିମୋନିଆଲ ସାଇଟରେ ସର୍ଚ୍ଚ କରିବାକୁ ପଡିବ। ସୋସିଆଲ ମିଡ଼ିଆର ବଡ଼ କମ୍ପାନୀ ଫେସବୁକ ୟୁରୋପ ଓ ବ୍ରିଟେନରେ ନିଜ ବହୁପ୍ରତୀକ୍ଷିତ ଡେଟିଙ୍ଗ ସେବା ଫେସବୁକ ଡେଟିଙ୍ଗ ଲଞ୍ଚ କରିଦେଇଛି। ଏହା ଦ୍ଵାରା ଫେସବୁକରେ ଆପଣ ବନ୍ଧୁ କରିବା ସହିତ ନିଜ ଜୀବନସାଥୀ ମଧ୍ୟ ଖୋଜିପାରିବେ।

Google

“ଫେସବୁକ ଡେଟିଙ୍ଗ” ୟୁଜରଙ୍କୁ ମୂଳ ଆକାଉଣ୍ଟର ଛଡା ଅନ୍ୟ ଆକାଉଣ୍ଟ ଖୋଲିବାର ସୁଯୋଗ ଦେଉଛି। ଫେସବୁକ ଡେଟିଙ୍ଗ ଆପ ଜରିଆରେ କେବଳ ଆଖପାଖର ସମ୍ଭାବିତ ପାର୍ଟନରଙ୍କ ସହିତ ସମ୍ପର୍କ କରିବା ସହିତ ତାଙ୍କ ସହିତ ଚାଟିଙ୍ଗ ଓ କଲ କରିବା ସୁବିଧା ମଧ୍ୟ ଅଛି। କମ୍ପାନୀ ଅନୁସାରେ ସେପ୍ଟେମ୍ବରରୁ ଫେସବୁକ ଡେଟିଙ୍ଗ ଆରମ୍ଭ କରିବା ପରେ ଏବେ ପର୍ଯ୍ୟନ୍ତ ୨୦ ଦେଶରେ ୧.୫ ଅରବ ଜୀବନସାଥୀ ଯୋଡି ହୋଇସାରିଲାଣି। ଭାରତରେ ଏବେ ପର୍ଯ୍ୟନ୍ତ ଏହି ସୁବିଧା ହୋଇନାହିଁ।

ସିକ୍ରେଟ କ୍ରସ ଜରିଆରେ ହେବ ମିଳନ:

“ଫେସବୁକ ଡେଟିଙ୍ଗ” ରେ “ସିକ୍ରେଟ କ୍ରସ” ନାମକ ଏକ ସୁନ୍ଦର ଫିକ୍ଚର ମଧ୍ୟ ଉପଲବ୍ଧ ଅଛି। ଏହା ୟୁଜରଙ୍କୁ ନିଜ ଫ୍ରେଣ୍ଡ ଲିଷ୍ଟରେ ଥିବା ଏପରି ୯ ଜଣଙ୍କ ସୁଚି କରିବାର ସୁବିଧା ଦେଇଥାଏ ଯେଉଁମାନେ ମଧ୍ୟ ଜୀବନସାଥୀର ଅନୁସନ୍ଧାନରେ ଅଛନ୍ତି। ଯଦି ଆପଣଙ୍କ କ୍ରସ ମଧ୍ୟ ସେହି ସୂଚୀରେ ଆସେ ତେବେ ଏହା ଏକ ମ୍ୟାଚ ଅଟେ। ଏହି ଫିଚର ଆମକୁ ପର୍ଟିକୁଲାର ସମ୍ପର୍କର ସନ୍ଧାନ ଦେଇଥାଏ।ଯାହାଙ୍କୁ ଆପଣ ଆଗରୁ ଫେସବୁକ ବା ଇନଷ୍ଟାଗ୍ରାମରେ ଜାଣିଛନ୍ତି।

Google
ଫେସବୁକ ଡେଟିଙ୍ଗରେ ଭୁଲ ଠିକଣା ଦେବା ହେବ କଷ୍ଟକର:

ଫେସବୁକର ଡେଟିଙ୍ଗ ମୂଳ ଆକାଉଣ୍ଟ ସହିତ ଜୋଡାହେବ ,ଯାହା ଦ୍ୱାରା ସେଥିରେ ଭୁଲ ଠିକଣା ଦେବା କଠିନ ହେବ। କେବଳ ଏତିକି ନୁହେଁ ଚାଟିଙ୍ଗ ସମୟରେ ୟୁଜର ସମ୍ଭାବିତ ପାର୍ଟନରଙ୍କୁ କୌଣସି ଫଟୋ ବା ଭିଡ଼ିଓ ପଠାଇ ପାରିବନି। ଏହି ସାଇଟରେ ଆପଣଙ୍କ ପସନ୍ଦ ବା ନାପସନ୍ଦ ଅନୁସାରେ ପାର୍ଟନର ଖୋଜିବା ସମ୍ଭବ ହେବ। ଯଦି ଆପଣ ଡେଟିଙ୍ଗ ପ୍ରୋଫାଇଲ ତିଆରି କରୁଛନ୍ତି ଓ ପରେ ଡ଼ିଲେଟ କରିବାକୁ ଚାହୁଁଛନ୍ତି ତେବେ ନିଜ ଫେସବୁକ ପ୍ରୋଫାଇଲ ଡ଼ିଲେଟ ନକରି ମଧ୍ୟ ସେହି ଡେଟିଙ୍ଗ ପ୍ରୋଫାଇଲ ଡ଼ିଲେଟ କରିପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *