ଫ୍ୟାମିଲ କୋର୍ଟଙ୍କ ବଡ ନିଷ୍ପତ୍ତି। ପେନସନ ପାଉଥିବା ମହିଳା ସ୍ୱାମୀଙ୍କୁ ଦେବେ ଭତ୍ତା।

ମୁଜ୍ଜଫରନଗରର ଫ୍ୟାମିଲ କୋର୍ଟ ଏକ ବଡ ନିଷ୍ପତ୍ତି ଶୁଣେଇ ଦେଇଛନ୍ତି ଯେ ୧୦ ବର୍ଷରୁ ଅଲଗା ହୋଇ ପେନସନ ପାଉଥିବା ସ୍ତ୍ରୀ ଚା ବିକୁଥିବା ସ୍ୱାମୀକୁ ବଞ୍ଚିବା ଭତ୍ତା ଭାବେ ୨୦୦୦ ଟଙ୍କା ମାସକୁ ଦେବାକୁ ହେବ। ହେଲେ ସ୍ୱାମୀ ଏହି ନିଷ୍ପତ୍ତିରେ ଖୁସି ନାହାନ୍ତି। ତାଙ୍କ ମତରେ ପେନସନର ଏକ ତୃତୀୟାଂଶ ମିଳିବାର ଥିଲା।

Google

ଅଧିବକ୍ତା ବାଲେଶ କୁମାର ତାୟଲଙ୍କ ଅନୁସାରେ ଖତୌଲି ନିବାସୀ କିଶୋରୀ ଲାଲ ସୋହୋଙ୍କର ୩୦ ବର୍ଷ ପୂର୍ବେ କାନପୁର ନିବାସୀ ମୁଁନି ଦେବୀଙ୍କ ସହ ବିବାହ ହୋଇଥିଲା।୧୦ ବର୍ଷ ହେବ ଉଭୟଙ୍କ ମଧ୍ୟରେ କିଛି କଥାକୁ ନେଇ ବିବାଦ ହୋଇଯାଇଛି। ବିବାଦ ପରେ ଦୁହେଁ ଅଲଗା ରହୁଛନ୍ତି।ଯେବେ ବିବାଦ ହୋଇଥିଲା ସେତେବଳେ କାନପୁରରେ ମୁଁନି ଦେବୀ ଇଣ୍ଡିଆନ ଆର୍ମିର ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ। ଅଲଗା ରହିବାର କିଛି ଦିନ ପରେ ମୁଁନି ଦେବୀ ରିଟାୟାର ହୋଇଥିଲେ।

ରିଟାୟାର ପରେ ମୁଁନି ଦେବୀଙ୍କୁ ୧୨୦୦୦ ତାଙ୍କର ପେନସନ ମିଳୁଥିଲା। ସେପଟେ ସ୍ୱାମୀ ବଂଚିବା ପାଇଁ ଚା ବିକୁଥିଲେ। ସାତ ବର୍ଷ ପରେ କିଶୋରିଲାଲ ଫ୍ୟାମିଲ କୋର୍ଟରେ ଅପିଲ କରିଥିଲେ, ଯେଉଁଥିରେ ସେ ନିଜ ପତ୍ନୀଙ୍କ ଠାରୁ ବଞ୍ଚିବା ଭତ୍ତା ଆଣିବା କଥା କହିଥିଲେ। କୋର୍ଟ କିଶୋରୀ ଲାଲଙ୍କ ହକ କଥା ଅନୁସାରେ ତାଙ୍କ ପତ୍ନୀ ମୁଁନ୍ନି ଦେବୀଙ୍କୁ ନିଜ ସ୍ୱାମୀ ପାଇଁ ବଞ୍ଚିବା ଭତ୍ତା ଦେବା ଅନୁସାରେ ୨୦୦୦ ହଜାର ଟଙ୍କା ମାସିକ ଦେବା ପାଇଁ ଆଦେଶ ଦେଲେ।

Google

କିଶୋରୀ ଲାଲଙ୍କ କହିବା ଅନୁସାରେ ବର୍ଷପରେ କୋର୍ଟଙ୍କ ଆଦେଶ ଆସିଲା। ଲୋକଙ୍କ ଠାରୁ ଧାର କରି କୋର୍ଟରେ କେସ ଲଢ଼ିଥିଲେ। ଲକଡାଉନରେ ମଧ୍ୟ ଏମିତି ସେମିତି ହୋଇ ପଇସା ମାଗି ଚଳୁଥିଲେ। ବୟସ ଏତେ ହେଇଗଲାଣି କି ଆଉ ଚା ମଧ୍ୟ ବିକି ପାରିବେ ନାହିଁ।ପାଖାପାଖି ୨୦ ବର୍ଷ ହେବ ବିବାଦ ଚାଲୁଛି। ୨୦୧୩ ରୁ ମାମଲା କୋର୍ଟରେ ଚାଲୁଛି। ପତ୍ନୀଙ୍କ ପେନସନ ୧୨ ହଜାର ଟଙ୍କା ଏହାର ଚତୁର୍ଥ ଭାଗ ତାଙ୍କୁ ଭତ୍ତା ହିସାବରେ ମିଳିବା କଥା। କୋର୍ଟ ଯାହା ଆଦେଶ ଦେଇଛନ୍ତି ସେଥିରେ ମୁଁ ଚଳିପାରିବି ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *