କୃଷକ ଆନ୍ଦୋଳନକୁ ଦେଶସାରା ଲୋକଙ୍କ ସମର୍ଥନ ମିଳୁଛି।ଓ ସମସ୍ତେ କୃଷକଙ୍କ ସହ ଛିଡା ହୋଇଛନ୍ତି। ହରିଆଣାର କରନାଲରେ ରହୁଥିବା ଜଣେ ଯୁବକ ଅଦ୍ଭୁତ ଭାବେ କୃଷକ ଆନ୍ଦୋଳନକୁ ସମର୍ଥନ ଦେଖାଇଛନ୍ତି। ଏହି ଯୁବକ ନିଜ ବିବାହରେ ଜୟ ଯବାନ ଜୟ କିଷାନ ସ୍ଲୋଗାନ ଦେଲେ।ଏତିକି ନୁହେଁ ଯୁବକ ଜଣଙ୍କ ନିଜ ବରଯାତ୍ରୀ ଟ୍ରାକ୍ଟରରେ ନେଇକି ଗଲେ।

କରନାଲରେ ରହୁଥିବା ସୁମିତ ଢୁଲଙ୍କ ବିବାହ ପାନୀପତରେ ଠିକ ହୋଇଥିଲା। ନିଜ ବିବାହ ଦିନ ସୁମିତ କରନାଲ ସ୍ଥିତ ନିଜ ଘରୁ ଟ୍ରାକ୍ଟରରେ ଗଲେ। ସୁମିତ ନିଜ ମର୍ସିଡିଜ ଛାଡି ଟ୍ରାକ୍ଟରରେ ଦୂରତା ଅତିକ୍ରମ କଲେ। ବିବାହରେ ଆସିଥିବା ମହିଳା ଜୟ ଯବାନ ଜୟ କିଷାନ ସ୍ଲୋଗାନ ଦେଲେ ଓ ବହୁତ ଡ୍ୟାନ୍ସ କଲେ।
ଗୁରୁବାରକୁ ସୁମିତ ବରଯାତ୍ରୀ କରନାଲର ସେକ୍ଟର-୧୩ର ଢୁଲ ଭବନରୁ ନୁର ମହଲ ପାଇଁ ବାହାରିଲେ। ବର ପାଇଁ ପରିବାର ଲୋକ ମର୍ସିଡ଼ିଜ ଗାଡି ସଜାର ରଖିଥିଲେ କିନ୍ତୁ ଯେବେ ବର ଯିବାକୁ ବାହାରିଲା ସେ ମର୍ସିଡ଼ିଜ ଗାଡି ଛାଡି ଟ୍ରାକ୍ଟରକୁ ବାଛିଲେ ଓ ଟ୍ରାକ୍ଟରରେ ବରଯାତ୍ରୀ ନେଇ ଗଲେ।ସେହି ଟ୍ରାକ୍ଟରରେ କୃଷକ ୟୁନିୟନର ପତାକା ଲାଗିଥିଲା।ଏହି ସମୟରେ ଟ୍ରାକ୍ଟରରେ ଯାଉଥିବା ଲୋକ କୃଷକଙ୍କ ସମର୍ଥନରେ ଅନେକ ସ୍ୱର ଉଠାଇଲେ।
ଟ୍ରାକ୍ଟରରେ ଯିବା ପରେ ଯେବେ ସୁମିତଙ୍କୁ ଏହା ବିଷୟରେ ପଚରାଗଲା ତ ସେ କହିଲେ ଆମ ପୁରାପରିବାର କୃଷକ ଓ ଆର୍ମି ଅଟେ। ଦିଲ୍ଲୀରେ କୃଷକ ଆନ୍ଦୋଳନ କରୁଛନ୍ତି।ସେଥିପାଇଁ ସେ କୃଷକଙ୍କୁ ସମର୍ଥନ ପାଇଁ ଟ୍ରାକ୍ଟରରେ ବରଯାତ୍ରୀ ନେଇକି ଗଲେ। ଟ୍ରାକ୍ଟରକୁ କୃଷକଙ୍କ ଗୌରବ ମନାଯାଇଥାଏ। ଆମେ ସହରରେ ଅବଶ୍ୟ ରହୁ କିନ୍ତୁ ଆମେ କୃଷକ ଅଟୁ। କୃଷକ ଓ ତାଙ୍କ ସମସ୍ୟା ଆମର ପ୍ରାଥମିକତା ହେବା ଆବଶ୍ୟକ।

ଆପଣଙ୍କୁ କହିରଖିବୁକି ବର ସୁମିତ ଢୁଲ କଂଗ୍ରେସର ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ିସାରିଥିବା ବଡ଼ ଜୋତା ବ୍ୟବସାୟ ସୁରେନ୍ଦ୍ର ନରବାଲଙ୍କ ଭଣଜା ଅଟନ୍ତି।ସୁରେନ୍ଦ୍ର ନରବାଲ ବର୍ଷ ୨୦୧୪ରେ ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିଥିଲେ। ସୁମିତ ଢୁଲଙ୍କ ବାପା ସତ୍ୟବିର ସିଂହ ଢୁଲ ସରକାରୀ ଅଧିକାରୀ ଅଟନ୍ତି ଓ ସୁମିତ ଜଣେ ଇଞ୍ଜିନିୟର ଓ ବିଜନେସମ୍ୟାନ ଅଟନ୍ତି। ସୁମିତ ଢୁଲଙ୍କ ବାହାଘର ଏକ ସୈନିକ ପରିବାରରେ ଠିକ ହୋଇଥିଲା ଓ ୩ ଡିସେମ୍ବରକୁ ସୁମିତ ଢୁଲଙ୍କ ବିବାହ ଥିଲା।
ବିବାହ ପରେ କୃଷକ ଆନ୍ଦୋଳନରେ ହେବେ ସାମିଲ:-
ସୁମିତ ଢୁଲ କହିଛନ୍ତି ବିବାହ ହେବାର ଅଳ୍ପ ଦିନ ପରେ ସେ ଦିଲ୍ଲୀ ଯାଇ କୃଷକ ଆନ୍ଦୋଳନରେ ସାମିଲ ହେବେ। ସୁମିତ ଢୁଲଙ୍କ ମୁତାବକ ସେ ନିଜ ପତ୍ନୀଙ୍କ ସହିତ ଏହି ଆନ୍ଦୋଳନରେ ସାମିଲ ହେବେ ଓ ଯାହାବି ଉପହାର ତାଙ୍କ ବିବାହରେ ମିଳିଛି ସେ ତାହା ନିଜ ପତ୍ନୀଙ୍କ ସହିତ ମିଶି କୃଷକଙ୍କୁ ବାଣ୍ଟିଦେବେ।

ଦିଲ୍ଲୀରେ ଏହି ସମୟରେ ହରିଆଣା, ପଞ୍ଜାବ ଓ ୟୁପି ସହିତ ଅନେକ ରାଜ୍ୟର କୃଷକ ଆନ୍ଦୋଳନ କରିବାର ନଜର ଆସିଛନ୍ତି। କୃଷକଙ୍କ ଦ୍ଵାରା କରାଯାଉଥିବା ଏହି ଆନ୍ଦୋଳନକୁ ଅନେକ ଲୋକ ସମର୍ଥନ କରୁଛନ୍ତି। ଅଳ୍ପ ଦିନ ତଳେ ସରକାରଙ୍କ ପକ୍ଷରୁ ଆସିଥିବା ତିନୋଟି ନୂଆ କୃଷକ ଆଇନ ବିରୁଦ୍ଧରେ ଏହି ଆନ୍ଦୋଳନ କରାଯାଉଛି। କୃଷକଙ୍କ ଦାବିକି ସରକାର ଏହି ତିନୋଟି ନିୟମକୁ ଫେରାଇ ନିଅନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।