ଖରା ହେଉ ଅବା ବର୍ଷା ସବୁକୁ ସହି ମୁଣ୍ଡର ଝାଳ ତୁଣ୍ଡରେ ମାରି ଚାଷୀ ଖତ, ସାର ଦେଇ ଚାଷ କରୁଛି । ଭଲ ଅମଳ ଏ କରି ଠିକ ଭାବରେ ବିକ୍ରି କଲେ ତାର ପରିବାର ପୋଷଣ କରିବା ବୋଲି ଆଶାରେ । ହେଲେ କିଛି ସରକାରୀ ବାବୁଙ୍କ ଉଦାସିନତା ମନୋଭାବ ଯୋଗୁଁ ଚାଷୀର ଧାନ ବିକ୍ରି ହୋଇ ନପାରି ମଣ୍ଡିରେ ପଡି ନଷା ହୋଇପାଉଛି ପଦ୍ମପୁର ଉପଖଣ୍ଡ ପାଇକଲ ଠାରେ ଥିବା ଧାନ ମଣ୍ଡିର ଅବ୍ୟବସ୍ଥା ଦେଖୀବାକୁ ମିଳିଛି । ଖୋଲା ଆକାଶ ତଳେ ପଡି ରହିଛି ହଜାର ହଜାର ବସ୍ତା ଧାନ । ପ୍ରତ୍ୟହ ଶହଶହ ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି । ହେଲେ ସେହି ଧାନକୁ କିଭଳି ଠିକ ଭାବରେ ରଖିବା ତଥା ବର୍ଷାରେ ଯେପରି ନଭିଜିବା ତାର କୌଣସି ବ୍ୟବସ୍ଥା କରାଯାଇନାହିଁ । ଫଳରେ ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ପଡି ରହିଛି । କିଛି ଚାଷୀ ନିଜ ପ୍ରଚେଷ୍ଟାରେ ତାଙ୍କର ଧାନକୁ ପଲିଥନ ଘୋଡାଇ ରଖୁଛନ୍ତି ।
ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ବର୍ଷା ପାଣିରେ ଭିଜି ଯାଇଛି ଏବଂ ଗଜା ହୋଇଯାଇଛି । ଗଜା ହୋଇଥିବା ଧାନକୁ ମିଲ ମାନେ ନେବାକୁ ମନା କରୁଛନ୍ତି, କେବଳ ଭଲ ଧାନ କିଣୁଛନ୍ତି ଓ ଭଲ ଧାନ ଗୁଡିକରେ ମଧ୍ୟ କେଜି ପ୍ରତି ଦୁଇରୁ ତିନି କିଲୋ କଟନି ନକଲେ ମିଲର୍ସ ଏଜେଣ୍ଟମାନେ ଧାନ କିଣିବା ପାଇଁ ଅମଙ୍ଗ ହେଉଛନ୍ତି । ଫଳରେ ସେହି ଓଦା ଧାନ ମଣ୍ଡିରେ ହିଁ ପଡିରହୁଛି ଓ ପଚି ସଢି ଯାଉଛି । କିଛି ଚାଷୀ ସେହି ଓଦା ଧାନବସ୍ତା ଗୁଡିକୁ ପୁଣି ଘରକୁ ଫେରାଇ ନେଉଛନ୍ତି । ମଣ୍ଡି ଦାୟିତ୍ବରେ ଥିବା ଆରଏମସି ଓ ସମବାୟ ସମିତିର ସରକାରୀ ବାବୁଙ୍କ ଉଦାସିନତା ମନୋଭାବ ଯୋଗୁଁ ଚାଷୀ ହଇରାଣ ହେଉଛନ୍ତି ।

ମଣ୍ଡିରେ ଗଜା ଦେଉଛି ଧାନ ।
ମଣ୍ଡିରେ ପଡି ରହିଥିବା ଓଦା ଧାନକୁ ବିକ୍ରି ପାଇଁ ଏଠାକାର ଦାୟିତ୍ବରେ ଥିବା ସରକାରୀ ଅଧିକାରୀମାନେ ଚାଷୀଙ୍କୁ କୌଣସି ପ୍ରକାରର ସହଯୋଗ କରୁନାହାନ୍ତି । ଚାଷୀ ମାନେ ଯେତେ ଅନୁରୋଧ କଲେ ସୁଦ୍ଧା ତାଙ୍କର ଓଦା ଧାନ ବିକ୍ରି ହୋଇପାରୁନାହିଁ । ବିକ୍ରି ନହେବା ଫଲରେ ଚାଷୀଙ୍କୁ ଧାନ ଦୀର୍ଘ ଦିନ ପଡି ରହୁଛି ଏଠାକାର ଦାୟିତ୍ବରେ ଥିବା ଆରଏମସି ଓ ସମବାୟ ସମିତିର ସରକାରୀ ବାବୁ ଟ୍ୟାଗ୍ ନାହିଁ କିମ୍ବା ଯଦି ଅଛି ତା ହେଲେ ଗାଡି ଆସୁଛି କହି ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି । ଯଦି ଗାଡି ଆସୁଛି ତାହେଲେ କିଛି ଲୋକଙ୍କ ଧାନ ବିକ୍ରି ହେଉଛି । ଯାହା ଫଳରେ ଚାଷୀ ମାନେ ଧାନ ବିକ୍ରି ଆଶାରେ ମଣ୍ଡିକୁ ଧାଇଁଧାଇଁ ହଇରାଣ ହେଉଛନ୍ତି ଏବଂ ନିରାଶ ହୋଇ ଫେରୁଛନ୍ତି ।
ଏ ବିଷୟରେ ପଦ୍ମପୁର ସହକାରୀ ଯୋଗାଣ ଅଧିକାରୀଙ୍କୁ ପଚରାଯିବାରୁ ଚାଷୀ ମାନେ କିପରି ଠିକ ଭାବରେ ଧାନ ବିକ୍ରି କରି ପାରିବେ ତଥା ଯେଉଁ ଅଧିକାରୀ ମାନେ ଧାନ ବିକ୍ରିରେ ଚାଷୀଙ୍କୁ ସହେଯାଗ କରୁନାହାନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ଚାଷୀ ଧାନ ଖତ ସାର ଦେଇ ବିଳରେ ୯୦ ଦିନ ଧାନ ଚାଷ କରି ଅମଳ କରି ମଣ୍ଡିକୁ ବିକ୍ରି କରିବା ପାଇଁ ଆଣୁଛି ହଲେ ସରକାରୀ ବାବୁଙ୍କ ଅବହେଳା ଯୋଗୁଁ ସେହି । ଧାନ ବିକ୍ରି ହୋଇ ନପାରେ ମଣ୍ଡିରେ ବର୍ଷା ରେ ପଚି ସଢ଼ି ପୁଣି ଖତ ହୋଇ ଯାଉଛି , ଯାହା ଚିନ୍ତା ର ବିଷୟ। ବିଭାଗୀୟ ଅଧିକାରୀ ଏ ବିଷୟରେ ଧ୍ୟାନ ଦେଲ ଚାଷୀମାନେ ଉପକୃତ ହେବେ । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।