ଟିମ ଇଣ୍ଡିଆର ଡ୍ରେସିଙ୍ଗ ରୁମ ପର୍ଯ୍ୟନ୍ତ ପହଁଚିଲା କୃଷକ ଆନ୍ଦୋଳନ, କୋହଲି ଦେଲେ ଆଶ୍ଚର୍ଯ୍ୟଜନକ ବୟାନ।

କୃଷକ ଆନ୍ଦୋଳନକୁ ନେଇ ସାଂସଦଠୁ ନେଇ କ୍ରିକେଟ ଡ୍ରେସିଙ୍ଗ ରୁମ ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି। ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ସହିତ ଆରମ୍ଭ ହେବାକୁ ଥିବା ପ୍ରଥମ ଭ୍ରଚ୍ୟୁଆଲଆଲ ସମ୍ବାଦଦାତା ସମ୍ମିଳନୀରେର କହିଥିଲେକି ଟିମ ମିଟିଙ୍ଗରେ ଏହା ବିଷୟରେ ଚର୍ଚ୍ଚା ହୋଇଥିଲା। ବୁଧବାରକୁ ବିରାଟ କୋହଲି, ସଚିନ ଟେନ୍ଦୁଲକର, କୋଚ ରବି ଶାସ୍ତ୍ରୀଙ୍କ ସହିତ ଅନେକ ଭାରତୀୟ କ୍ରିକେଟ ଷ୍ଟାର କୃଷକ ଆନ୍ଦୋଳନ ଉପରେ ଆମେରିକାର ପୋପ ଷ୍ଟାର ରିହାନାଙ୍କ ସହିତ କିଛି ଅନ୍ତରାଷ୍ଟ୍ରୀୟ ନାମୀ ଦାମୀ ଲୋକଙ୍କ ସୋସିଆଲ ମିଡିଆ ଟିପ୍ପଣୀ ପରେ ଦେଶକୁ ଏକଜୁଟ ହୋଇ ରହିବା ପାଇଁ ନିବେଦନ କରିଥିଲେ।

Google

କହିରଖିବୁକି ବିରାଟ କୋହଲି କୃଷକ ଆନ୍ଦୋଳନକୁ ନେଇ ଟ୍ୱିଟ କରିଥିଲେ ଓ କହିଥିଲେ ଏହି ଖରାପ ସମୟରେ ଏକଜୁଟ ହୋଇ ରୁହନ୍ତୁ। ସେ କହିଥିଲେ,”ଏହି ଖରାପ ସମୟରେ ଆମ ସମସ୍ତଙ୍କୁ ଏକଜୁଟ ହୋଇ ରହିବା ଉଚିତ।କୃଷକ ଆମ ଦେଶର ଅଙ୍ଗ ଆମକୁ ଆଶା ଅଛିକି ଦୁଇ ପକ୍ଷ ମଧ୍ୟରେ ଏକଜୁଟ ହୋଇ ନିଶ୍ଚୟ ଭଲ ସମାଧାନ ବହାରିକି ଆସିବ। ଯାହା ଦ୍ୱାରା ଶାନ୍ତି ରହୁ ଓ ସମସ୍ତେ ଆଗକୁ ବଢ଼ନ୍ତୁ”।

ଭାରତୀୟ କୃଷକଙ୍କ ସମର୍ଥନରେ ଏନବିଏ ଓ ଏନଏଫଏଲ ଷ୍ଟାର:

ଆମେରିକା ଫୁଟବଲ ଲିଗ ଏନଏଫଏଲ ଲିଗର ଷ୍ଟାର ଜୁଜୁ ସ୍ମିଥ ଭାରତରେ ନୂଆ କୃଷକ ଆଇନକୁ ବିରୋଧ କରୁଥିବା କୃଷକଙ୍କ ଚିକିତ୍ସା ପାଇଁ ୧୦୦୦୦ ଡ଼ଲାର ଦେଇଛନ୍ତି।ସେହିପରି ଏନବିଏ ଫୋରବର୍ଡ ଫାଇଲ କୁଜମା ବି ଆନ୍ଦୋଳନର ସମର୍ଥନ କରିଛନ୍ତି। ଏହା ପୂର୍ବରୁ ଆମେରିକାର ପୋପ ଷ୍ଟାର ରିହାନା ମଧ୍ୟ ଆନ୍ଦୋଳନର ସମର୍ଥନ କରିଥିଲେ। ଏହା ସହିତ ଏକ ଖବର ପ୍ରକାଶ କରିଥିଲେକି ଆନ୍ଦୋଳନ ସ୍ଥଳରେ ଇଣ୍ଟର ନେଟକୁ ବନ୍ଦ କରାଯାଇଛି।

Google

ଜୁଜୁ ଟ୍ୱିଟ କରିଛନ୍ତି,”ଏହା କହି ଖୁସି ଅନୁଭବ ହେଉଛି କି ମୁଁ ଭାରତର ଆବଶ୍ୟକଥିବା କୃଷକଙ୍କ ଚିକିତ୍ସା ପାଇଁ ୧୦୦୦୦ ଡଲାର ଦେଇଛି। ଆଶା ଅଛିକି ଏହା ଦ୍ଵାରା ଆଗକୁ ଜୀବନ ବଞ୍ଚିବ। ହ୍ୟାସଷ୍ଟେଗ ଫାର୍ମର୍ସ ପ୍ରୋଟେଷ୍ଟ ,”ଏନବିଏରେ ଲୋସ ଏଜିଲିସ ଲେକର୍ଷ ପାଇଁ ଖେଳୁଥିବା କୁଜମା ବି ସେହି ଖବର ପ୍ରକାଶ କରିଥିଲେ ଜାହା ରିହାନା ଟ୍ୱିଟ କରିଥିଲେ। ସେ କହିଥିଲେ ଏହା ଉପରେ କଥା ହେବା ଜରୁରୀ। ହ୍ୟାସଷ୍ଟେଗ ଫାର୍ମର୍ସ ପ୍ରୋଟେଷ୍ଟ ,”ଏନବିଏର ପୂର୍ଵ ଷ୍ଟାର ବାରୋନ ଡେବିସ ଟ୍ୱିଟ କରିଛନ୍ତି,” କଣ ଆମେ ଏହା ଉପରେ କଥା ହେବା କି ଭାରତରେ କଣ ଚାଲିଛି। କୃଷକଙ୍କ ଆନ୍ଦୋଳନକୁ ଜାଗୁରୁକତା ଜଗାଇବା ପାଇଁ ମୋ ସହିତ ଯୋଡି ହୁଅନ୍ତୁ। ହ୍ୟାସଷ୍ଟେଗ ଫାର୍ମର୍ସ ପ୍ରୋଟେଷ୍ଟ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *