କୃଷକମାନେ କେନ୍ଦ୍ର ସରକାରଙ୍କର ପ୍ରସ୍ତାବକୁ ଗ୍ରହଣ କଲେ ନାହିଁ, ୧୪ ଡିସେମ୍ବରରେ ପୁଣି କରିବେ ଭାରତବନ୍ଦ ।

କୃଷି ସୁଧାରର ଆଇନକୁ ରଦ୍ଦ କରିବା ପାଇଁ ତଥା ଏମ୍ଏସପିର ଗ୍ୟାରେଣ୍ଟି ଦେବା ପାଇଁ ନିୟମ କରିବାକୁ ଦାବି କରୁଥିବା କୃଷକ ମାନେ ସରକାରଙ୍କର ସଂଶୋଧନ ପ୍ରସ୍ତାବକୁ ଖାରଜ କରିଦେଲେ। ନିଜର ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ମନ୍ତବ୍ୟ ଦେଇଛନ୍ତି।ସରକାରଙ୍କର ସଂଶୋଧନ ପ୍ରସ୍ତାବ ତଥା କୃଷକ ମୋର୍ଚ୍ଚାର ନିଷ୍ପତ୍ତିକୁ ନେଇ ବୁଧବାର ଦିନସାରା ସରଗରମ ରହିଥିଲା।ଏହା ମଧ୍ୟରେ ବିପକ୍ଷଦଳର କର୍ମୀମାନେ ରାଷ୍ଟ୍ରପତିଙ୍କୁ ଭେଟି କୃଷି ଆଇନକୁ ରଦ୍ଦ କରିବାପାଇଁ ଦାବି କରିଛନ୍ତି।

Google
ସରକାର ଆଇନକୁ ସଂଶୋଧନ କରିବାପାଇଁ ପ୍ରସ୍ତୁତ:-

ସରକାର ପ୍ରଥମରୁ ସଫାସଫା କହିଛନ୍ତି ଯେ ଏହି ଆଇନକୁ ହଟାଯିବ ନାହିଁ। ମାତ୍ର ଏହା ମଧ୍ୟରେ କିଛି ରାସ୍ତା ବାହାର କରିବାକୁ ଏହି ଆଇନରେ କିଛି ସଂଶୋଧନ କରିବାକୁ ରାଜି ହେଇଛନ୍ତି। ସରକାର ଏହି ଆଇନର ସଂଶୋଧନ ଉପରେ ଜୋରଦେଇ କହିଛନ୍ତି ଯେ ଏମ୍ଏସପି ର ବର୍ତ୍ତମାନ ସରକାରୀ କିଣା ବିଷୟରେ ଲିଖିତଭାବେ ଭରସା ଦେବାକୁ ରାଜି ଅଛନ୍ତି। ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ପୂର୍ବରାତ୍ରିରେ ଦୁଇ ଘଣ୍ଟାର ଚର୍ଚ୍ଚାରେ ହେଇଥିବା ସହମତି ପରେ କୃଷକମୋର୍ଚ୍ଚାର ନେତାଙ୍କ ପାଖକୁ ସରକାର ଆଇନ ସଂଶୋଧନର ପ୍ରସ୍ତାବ ପଠେଇଥିଲେ।

୧୪ ଡିସେମ୍ବରରେ ଦେଶବ୍ୟାପୀ ପ୍ରଦର୍ଶନ:-

କୃଷକନେତା କହିଲେ କି ତିନୋଟି କୃଷକ ଆଇନ ରଦ୍ଦ କରାଯାଉ ଏବଂ ନ୍ୟୂନତମ ସମର୍ଥନ ମୂଲ୍ୟ ମାନେ ଏମ୍ଏସପି ର ଲିଖିତ ଭାବେ ପ୍ରତିଶ୍ରୁତି ଦେବା ବିଷୟରେ ଏକ ଆଇନ ଆସୁ। କୃଷକମାନେ ନିଜର ଆନ୍ଦୋଳନକୁ ଆହୁରି ତୀବ୍ରକରି ସମ୍ପୂର୍ଣ୍ଣ ଦିଲ୍ଲୀକୁ ବନ୍ଦ କରିଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଘୋଷିତ କାର୍ଯ୍ୟକ୍ରମରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଦିଲ୍ଲୀକୁ ଯୋଡୁଥିବା ସମସ୍ତ ରାଜମାର୍ଗ ତଥା ଦିଲ୍ଲୀରୁ ଆଗ୍ରା,ଦିଲ୍ଲୀରୁ ଜୟପୁର,ଦିଲ୍ଲୀରୁ ଲଖନୌ ଆଦି ସମସ୍ତରାସ୍ତାକୁ ବନ୍ଦ କରାହେବ। ସମସ୍ତ ଟୋଲପ୍ଲାଜା ଗୁଡିକୁ ଖୋଲିଦିଆଜିବ। ୧୪ ଡିସେମ୍ବରରେ ସମସ୍ତ ଦେଶରେ ଜିଲ୍ଲା ତଥା ପ୍ରଦେଶ ସ୍ତରରେ ଧାରଣାଦେବାକୁ କୃଷକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଭାଜପା ନେତା ତଥା ତାଙ୍କ କାର୍ଯ୍ୟାଗୃହକୁ ଘେରାଉ କରାଯିବ ବୋଲି ସୂଚନା ଆସିଛି।

Google
କୃଷି ଆଇନକୁ ଶେଷ କରିବାପାଇଁ ଆହ୍ୱାନ:-

ପ୍ରସ୍ତାବରେ କୁହାଯାଇଥିଲା କି ଯେ କୃଷକମାନଙ୍କ ଠାରୁ ଶସ୍ୟ କିଣୁଥିବା ବ୍ୟବସାୟିଙ୍କର ପଞ୍ଜିକରଣ କରାଯିବ।କୃଷକନେତା ଏହି ତିନୋଟି ଆଇନକୁ ରଦ୍ଦ କରିବାପାଇଁ ଜୋର ଧରିଛନ୍ତି। ସରକାର ଏହି ପ୍ରସ୍ତାବକୁ ସଂଶୋଧନ କରିବାପାଇଁ ରାଜି ଅଛନ୍ତି ମାତ୍ର କୃଷକମାନେ ଆପତ୍ତି ଜଣାଉଛନ୍ତି।

ବ୍ୟପାରୀଙ୍କର ପଞ୍ଜିକରଣ ଉପରେ ପ୍ରସ୍ତାବ:-

ମଣ୍ଡିସମିତି ପକ୍ଷରୁ ସ୍ଥାପିତ ମଣ୍ଡି ଗୁଡ଼ିକର ଦୁର୍ବଳ ହେବା ତଥା କୃଷକମାନଙ୍କ ଦ୍ଵାରା ସ୍ଥାପିତ ନିଜ ମଣ୍ଡିଗୁଡିକରେ ଫସିବା ଉପରେ ମଧ୍ୟ ସରକାର ଆଇନର ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି। ସେ ନିଜ ପ୍ରସ୍ତାବରେ କହିଛନ୍ତି ଯେ ରାଜ୍ୟ ସରକାର ନିଜ ମଣ୍ଡିର ରେଜିଷ୍ଟ୍ରେସନ ଉପରେ ବ୍ୟବସ୍ଥା ଲାଗୁକରିପାରିବେ। ଏମ୍ଏସପିରେ ଲାଗିଥିବା ମଣ୍ଡିଶୁଳ୍କ ତଥା ଉପକର ମଧ୍ୟ ମଣ୍ଡି ଗୁଡିକ ଉପରେ ଲାଗୁ କରିହେବ।

ମଣ୍ଡି ବାହାରେ ମଧ୍ୟ ଫସଲ ବିକି ପାରିବେ:-

କୃଷକମାନଙ୍କ ଆଶଙ୍କା ରହିଛି ଯେ ନୂତନ ଆଇନ୍ ଦ୍ୱାରା ମଣ୍ଡିସମିତି ଦ୍ୱାରା ହେଇଥିବା ମଣ୍ଡି ଗୁଡିକ ଦୁର୍ବଳ ହେଇଯିବ।ଫଳରେ କୃଷକମାନେ ଘରୋଇ ମଣ୍ଡି କବଳରେ ଫସିଯିବେ।ମାତ୍ର ସରକାରଙ୍କ କହିବା ଅନୁସାରେ କୃଷକମାନେ ଆହୁରି ଅନେକ ସୁବିଧା ପାଇବେ। ସେମାନେ ମଣ୍ଡିବାହାରେ କୌଣସି ଭଣ୍ଡାରଗୃହ ତଥା ସିଧାସଳଖ ନିଜ କ୍ଷେତରେ ମଧ୍ୟ ଫସଲ ବିକି ପାରିବେ।

ସିଭିଲ କୋର୍ଟ ଯିବାକୁ ଦେଲେ ବିକଳ୍ପ:-

ନୂତନ କୃଷି ଆଇନରେ କୌଣସି ପ୍ରକାରର ବିବାଦୀୟ ସ୍ଥିତିରେ କୃଷକମାନଙ୍କର ସିଭିଲ କୋର୍ଟ ଯିବାର ବିକଳ୍ପ ନଥିବାର ଆଶଙ୍କାକୁ ମଧ୍ୟ ଦୁର କରାଯାଇଛି। ସରକାର ଏହି ଆଇନରେ ସଂଶୋଧନ କରି କୃଷକମାନଙ୍କୁ ଦିଆଯାଉଥିବା ବ୍ୟବସ୍ଥା ବ୍ୟତିତ ସିଭିଲ କୋର୍ଟ ଯିବାପାଇଁ ବିକଳ୍ପ ମଧ୍ୟ ପ୍ରଦାନ କରିଛନ୍ତି।

Google
ଭୂମିହୀନ ହେବେ ନାହିଁ କୃଷକ:-

କୃଷକମାନଙ୍କର ଆଶଙ୍କା ରହିଛି ଯେ ତାଙ୍କ ଜମିଗୁଡିକୁ ବଡ଼ ବଡ଼ ଉଦ୍ୟୋଗପତିମାନେ ଅକ୍ତିଆର କରିନେବେ। ଫଳରେ ସେମାନେ ଭୂମିହୀନ ହେଇଯିବେ। ମାତ୍ର ସରକାର ଭରସା ଦେଇ କହିଛନ୍ତି ଯେ ସେହି ଭୂମିରେ ତିଆରି ହେବାକୁ ଥିବା ସଂରଚନାର କିଣାଉପରେ କୌଣସି କରଜ ନେଇହବନି ତଥା ସେହି ସଂରଚନାକୁ ବନ୍ଧକ ମଧ୍ୟ ରଖିହେବନି।

କୃଷକମାନଙ୍କୁ ତାଙ୍କ ଜମି ଉପରେ ଦେଲେ ଭରସା:-

କୃଷକମାନଙ୍କୁ ଡର ଥିଲା କି ତାଙ୍କ ଜମି ଉପରେ ଆଦାୟ କରାଯିବ। ମାତ୍ର ସରକାର ନିଜ ପ୍ରସ୍ତାବରେ ବୁଝାଇଛନ୍ତି ଯେ କୃଷି ଅଧିକରଣ ଆଇନ ର ଧାରା ୧୫ ଅନ୍ତର୍ଗତ ଏହା ଲେଖାଯାଇଛି ଯେ କୃଷକମାନଙ୍କ ଜମି ଉପରେ କୌଣସି ପ୍ରକାରର ବେଆଇନ ଅର୍ଥ ଆଦାୟ କରାଯିବ ନାହିଁ।ସରକାରଙ୍କର କହିବା ଅନୁସାରେ ପ୍ରାବଧାନରେ ଏହା ଆଗରୁ ସ୍ପଷ୍ଟ ଭାବେ ଲେଖାଯାଇଛି,କିନ୍ତୁ ଯଦି ସ୍ପଷ୍ଟୀକରଣର ଆବଶ୍ୟକତା ପଡେ ତେବେ ଏହା ଆଉଥରେ ଜାରିକରାଯିବ।

ବିଜୁଳି ପରାଳି ଉପରେ ମଧ୍ୟ ରାଜି:-

ସରକାରଙ୍କର ପ୍ରସ୍ତାବରେ ପରାଳି ଜାଳିବାର ବିଷୟରେ ଅଧ୍ୟାଦେଶରେ କଠୋର ଦଣ୍ଡ ଉପରେ ପ୍ରାବଧାନ ସମ୍ପର୍କରେ ବିଚାର କରିବାପାଇଁ ମଧ୍ୟ ଭରସା ଦେଇଛନ୍ତି। ସରକାରଙ୍କର କହିବା ଅନୁସାରେ ପରାଳି ଜାଳିବା ଦ୍ୱାରା ସଂଶୋଧିତ ପ୍ରସ୍ତାବ ଉପରେ କୃଷକମାନଙ୍କର ଆପତ୍ତି ଗୁଡିକର ମଧ୍ୟ ବିଚାର କରାଯିବ ଏହା ବ୍ୟତୀତ ବିଜୁଳି ବିଧେୟକ ୨୦୨୦ କୁ ଶେଷ କରିବାର ଦାବି ଉପରେ ସରକାର କହିଛନ୍ତି ଯେ କୃଷକ ମାନେ ଭୋଗୁଥିବା ବିଜୁଳି ବିଲରେ କୌଣସିପ୍ରକାରର ସଂଶୋଧନ କରାଯିବ ନାହିଁ।

ଶାହାଙ୍କୁ ଭେଟିଲେ ତୋମାର:-

କୃଷକମାନଙ୍କ ଦ୍ଵାରା ସରକାରଙ୍କର ଦିଆଯାଇଥିବା ପ୍ରସ୍ତାବ ଖାରଜ ହେବ ପରେ କେନ୍ଦ୍ରୀୟ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୃହ ମନ୍ତ୍ରୀ ଅମିତ ସାହଙ୍କୁ ଭେଟିଛନ୍ତି। ଏହା ମଧ୍ୟରେ ଦୁଇ ନେତା ସରକାରଙ୍କର ଆଗାମୀ ପଦକ୍ଷେପ ତଥା କୃଷକମାନଙ୍କ ସହ ଚାଲିଥିବା ଗତିରୋଧକୁ ଶେଷ କରିବାପାଇଁ ବିଚାର ବିମର୍ଶ କରିଥିଲେ। ଏହି ବୈଠକରେ ରେଳ ତଥା ବାଣିଜ୍ୟ ମନ୍ତ୍ରୀ ପିୟୁସ ଗୋଏଲ୍ ବି ଥିଲେ।

Google
ଏବେ ପର୍ଯ୍ୟନ୍ତ ହେଇଥିବା ପାଞ୍ଚ ବାର୍ତା:-

୧୪ ଅକ୍ଟୋବର:କୃଷି ଭବନରେ କୃଷି ସଚିବ ସଞ୍ଜୟ ଅଗ୍ରୱାଲ ଏବଂ ପଞ୍ଜାବର କୃଷି ପ୍ରତିନିଧିଙ୍କ ମଧ୍ୟରେ କଥାବାର୍ତ୍ତା। ହେଲେ ସେ ସହମତି ହେଲେ ନାହିଁ।କୃଷି ପ୍ରତିନିଧି ବୈଠକ ଅଧାରୁ ଉଠିକି ଚାଲିଆସିଲେ।

୧୩ ନଭେମ୍ବର:ବିଜ୍ଞାନ ଭବନରେ କୃଷି ମନ୍ତ୍ରୀ ତୋମାର ଏବଂ କୃଷି ପ୍ରତିନିଧିଙ୍କ ମଧ୍ୟରେ କଥାବାର୍ତ୍ତା।

୧ ଡିସେମ୍ବର:କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର,ରେଳ ମନ୍ତ୍ରୀ ପିୟୁସ ଗୋଏଲ,ବାଣିଜ୍ୟ ରାଜ୍ୟ ମନ୍ତ୍ରୀ ସୋମ ପ୍ରକାଶଙ୍କର କୃଷି ପ୍ରତିନିଧିଙ୍କ ସହ କଥାବାର୍ତ୍ତା।

୩ ଡିସେମ୍ବର:ମନ୍ତ୍ରୀ ଏବଂ କୃଷକମାନଙ୍କର କଥାବାର୍ତ୍ତା।ମନ୍ତ୍ରୀମାନେ ବିବାଦସ୍ପଦ ବିଷୟରେ କଥାବାର୍ତ୍ତା,ସେମାନେ ସହମତି ମଧ୍ୟ ଜଣାଇଥିଲେ।

୫ ଡିସେମ୍ବର:କୃଷକମାନେ ନିଜ ଦାବି ଉପରେ ଅଡ଼ି ବସିଲେ।ମନ୍ତ୍ରୀଙ୍କ ଠାରୁ ହଁ କିମ୍ବା ନାଁ ରେ ଜବାବ ମାଗିଲେ।

କେନ୍ଦ୍ରୀୟ କୃଷିମନ୍ତ୍ରୀ କହିଲେ ଏହି କଥା:-

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ କୃଷି ମନ୍ତ୍ରୀ କହିଲେ କି ମୋଦି ସରକାର କୃଷକ ମାନଙ୍କୁ ଦେଢ଼ଗୁଣା ଏମ୍ଏସପି ଦେବ ବୋଲି ବାରମ୍ବାର କହିଆସୁଛି।ଏହି ଏମ୍ଏସପି ଉପରେ ଫସଲ କିଣା ଜାରି ରହିବ,ସରକାର ମଧ୍ୟ ନିଜ କଥାରେ ଅଟଳ ଅଛନ୍ତି। ଆମେ ଏମ୍ଏସପି ବିଷୟରେ କୃଷକମାନଙ୍କୁ ଲିଖିତ ଭାବେ ଦେବାପାଇଁ ରାଜି ଅଛୁ।

୨୦ ପ୍ରତିଶତ ଅଧିକ ଧାନ କିଣା:-

ସରକାରଙ୍କର କହିବା ଅନୁସାରେ ପୂର୍ବ ବର୍ଷ ଅପେକ୍ଷା ଏହି ବର୍ଷ ୨୦ ପ୍ରତିଶତ ଅଧିକ ଧାନ କିଣା ହେଇଛି। ଏଥିପାଇଁ ୬୬,୧୩୫ କୋଟି ଟଙ୍କାର ନ୍ୟୂନତମ ସମର୍ଥନ ମୂଲ୍ୟ ଦିଆଯାଇଛି ଏବଂ ୩୫୦.୨୯ ଲକ୍ଷ ଟନ୍ ର ଧାନ କିଣା ହେଇଛି। ସରକାରଙ୍କର କହିବାଅନୁସାରେ ଧାନ କିଣା ପଞ୍ଜାବ,ହରିଆଣା,ଉତ୍ତରପ୍ରଦେଶ,
ତେଲେଙ୍ଗାନା,ଗୁଜୁରାଟ,ତାମିଲନାଡୁ,ଛତିଶଗଡ଼ ଆଦିରେ ଚାଲିଛି।

କୃଷି ଆଇନକୁ ରଦ୍ଦ କରିବା ଦାବିରେ ଅଡ଼ି ବସିଲେ ଚାଷୀ:-

କୃଷି ଆଇନକୁ ରଦ୍ଦ କରିବା ଦାବିରେ ଅଡ଼ି ବସିଲେ କୃଷକମାନେ। କ୍ରାନ୍ତିକାରୀ କୃଷକ ୟୁନିଅନ୍ର ଅଧ୍ୟକ୍ଷ ଦର୍ଶନ ପାଲ କହିଛନ୍ତି ଯେ ସରକାରଙ୍କ ଦ୍ଵାରା ଦିଆଯାଇଥିବା ପ୍ରସ୍ତାବକୁ ଆମେ ସମ୍ପୂର୍ଣ୍ଣ ଭାବେ ଖାରଜ କରୁଛୁ। ଆମେ ଆମ ପ୍ରଦର୍ଶନକୁ ଆହୁରି ଆଗକୁ ନେବୁ । ଏହା ପ୍ରତ୍ୟେକ ଦିନ ହେବ। ଆଗାମୀ ୧୪ ଡିସେମ୍ବରରେ ପଞ୍ଜାବ,ୟୁପି,ହରିଆଣାରେ ପ୍ରଦର୍ଶନ ହେବ। ୧୨ ଡିସେମ୍ବରରେ ଦିଲ୍ଲୀ-ଜୟପୁର୍ ରାସ୍ତା ବନ୍ଦ ହେବ। ଏହା ସହ ସେହି ଦିନ ସାରା ଦେଶରେ ଟୋଲପ୍ଲାଜା ଫ୍ରି କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *