Femina Miss India ୨୦୨୦:ବାପା ଚଳାଇଥାନ୍ତି ରିସ୍କା,ଝିଅ ମାନ୍ୟା ସିଂହ ରଚିଲେ ଇତିହାସ, ବନିଲେ ….

ତେଲେଙ୍ଗାନାର ସୁନ୍ଦରୀ ମାନସା ବାରଣାସୀ ଫେମିନା ମିସ ଇଣ୍ଡିଆ ୨୦୨୦ ଜିତିଯାଇଛନ୍ତି। ପ୍ରତିଯୋଗୀତାର ଫାଇନାଲ ମୁମ୍ବାଇରେ ହୟାତ ରିଯେସି ହୋଟେଲରେ ହୋଇଥିଲା।ସେହିପରି ଉତ୍ତରପ୍ରଦେଶର ମାନ୍ୟା ସିଂହ ପ୍ରଥମ ରନର ଅପ ଓ ମନିକା ସିଓକାଣ୍ଡ ସେକେଣ୍ଡ ରନର ଅପ ରହିଛନ୍ତି। ଏହା ମଧ୍ୟରେ ମାନ୍ୟା ସିଂହ ତୁରନ୍ତ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେବାରେ ଲାଗିଛନ୍ତି। କାରଣ ମାନ୍ୟା ଅନ୍ୟ ପ୍ରତିଯୋଗୀ ମାନଙ୍କ ଠୁ ବହୁତ ଭିନ୍ନ ଓ ତାଙ୍କ ଜୀବନ ବହୁତ ସଂଘର୍ଷପୂର୍ଣ୍ଣ ଅଟେ।

Google

ଫେମିନା ମିସ ଇଣ୍ଡିଆର ଫାଷ୍ଟ ରନର ଅପ ମାନ୍ୟା ସିଂହ ଏହି ପର୍ଯ୍ୟନ୍ତ ପହଁଚିବା ପାଇଁ କଠିନ ପରିଶ୍ରମ କରିଛନ୍ତି। ମିସ ଇଣ୍ଡିଆର ଷ୍ଟେଜ ପର୍ଯ୍ୟନ୍ତ ପହଁଚିବା ପାଇଁ ସେ କେବେ ନିଜ ସ୍ୱପ୍ନକୁ ମରିବାକୁ ଦେଲେନାହିଁ। ସେ କହିଛନ୍ତି,” ମୁଁ ଖାଇବା ଓ ଶୋଇବା ବିନା ଅନେକ ରାତି ବିତାଇଛି। ମୁଁ ରିସ୍କାର ପଇସା ବଞ୍ଚାଇବା ପାଇଁ ଅନେକ ବାଟ ଚାଲିଥାଏ।ମୋର ରକ୍ତ, ଝାଳ ମତେ ଏହି ସାହସ ଦେଇଛି। ଯାହା ଦ୍ୱାରା ମୁଁ ନିଜ ସ୍ୱପ୍ନକୁ ସାକାର କରିବାରେ ସଫଳତା ଲାଭ କରିବି”।

“ଛୋଟ ବେଳୁ ମୁଁ କାମ କରିବା ଆରମ୍ଭ କରିଦେଇଥିଲି”:

ମାନ୍ୟା ଆଗକୁ କହିଛନ୍ତି,”ରିସ୍କା ଚାଳକଙ୍କ ଝିଅ ହୋଇଥିବାରୁ ମତେ ସ୍କୁଲ ଯିବାର ମୌକା ମିଳିଲାନାହିଁ। କାରଣ ମୁଁ ନିଜେ ଛୋଟବେଳୁ ହିଁ କାମ କରିବା ଆରମ୍ଭ କରିଦେଇଥିଲି। ମୁଁ ବହି ପାଇଁ ବ୍ୟାକୁଳ ହେଉଥିଲି। ଏହା ପରେ ମଧ୍ୟ ଭାଗ୍ୟ ମୋ ସାଥିରେ ନଥିଲା। ଶେଷରେ ମୋର ବାପା ମା ମୋ ମାଙ୍କ ଏକ ଗହଣା ରଖି ପଇସା ଆଣିଲେ। ଏହିପରି ମୁଁ ଡିଗ୍ରୀ ହାସଲ ପାଇଁ ଏକ୍ସଜାମିସନ ଫିସ ପେମେଣ୍ଟ କରିଥିଲି”।

Google

ମାନ୍ୟା ୧୪ ବର୍ଷ ବୟସରେ ଘର ଛାଡ଼ି ଦେଇଥିଲେ। ଏହା ପରେ ସେ ଦିନରେ ପାଠ ପଢୁଥିଲେ, ସନ୍ଧ୍ୟାରେ ବାସନ ମାଜୁଥିଲେ ଓ ରାତିରେ କଲ ସେଣ୍ଟରରେ କାମ କରୁଥିଲେ।ସେ ନିଜ ସଫଳତାର ଶ୍ରେୟ ନିଜ ବାପା ମା ଓ ଭାଇଙ୍କୁ ଦେଇଛନ୍ତି। ସେ କହିଛନ୍ତି ଆଜି ମୁଁ ଫେମିନା ମିସ ଇଣ୍ଡିଆ ଷ୍ଟେଜରେ ଚଢିଛି ଯାହା କେବଳ ମୋ ବାପା ମା ଓ ଭାଇ ପାଇଁ ସମ୍ଭବ ହୋଇଛି। ଏହି ଲୋକମାନେ ମୋତେ ବହୁତ ସପୋର୍ଟ କରିଛନ୍ତି ଓ ମତେ ଶିଖାଇଛନ୍ତି ଯଦି ଆପଣଙ୍କୁ ନିଜ ଉପରେ ପୁରା ଭରସା ଥିବ ତେବେ ଆପଣ ସବୁ ସ୍ୱପ୍ନକୁ ନିଶ୍ଚିତ ଭାବେ ପୁରାକରିପାରିବେ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *