ବାପା ନିଜ ଝିଅର କଲା ସଉଦା, ଝିଅକୁ ବିକିଲା ଏତିକି ଟଙ୍କାରେ, ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଉଜ୍ଜେନର ପ୍ରକାଶ ନଗରରେ ରହୁଥିବା ଏକ ବ୍ୟକ୍ତି ଟଙ୍କା ପାଇଁ ନିଜ ଝିଅର ସୌଦା କରିଦେଇଛି। ଝିଅ ବିରୋଧ କରିବାରୁ ବାପା ଝିଅକୁ କହିଲେ କି ମୁଁ ଟଙ୍କା ନେଇସାରିଛି ଏବେ ବିବାହ କରିନେ, ପରେ ଆଉ କେଉଁଠି ବିବାହ କରାଇଦେବା। ପୀଡିତା ଚାଇଲଡ଼ ଲାଇନ ଦ୍ଵାରା ପୋଲିସକୁ ଏହି କଥାର ସୂଚନା ଦେଲା ଯେଉଁଥିରେ ପୋଲିସ ତଦାରଖ କରି ବିଭିନ୍ନ ଧାରାରେ ମାମଲା ଦାଖଲ କରିଛି।

Google

ମଧ୍ୟପ୍ରଦେଶର ଉଜ୍ଜେନର ନୀଳଗଙ୍ଗା ଥାନାରେ ଝିଅର କିଣାବିକାର ଏକ ମାମଲା ଆଗକୁ ଆସିଛି। ଯେଉଁଠାରେ ଏକ ବାପା ନିଜ ଝିଅକୁ ୪ଲକ୍ଷ ଟଙ୍କାରେ ରାଜସ୍ଥାନର ଏକ ଯୁବକଙ୍କୁ ବିକି ଦେଇଛି। ଯେବେ ନାବାଳିକା ଝିଅ ଅରାଜି ହେଲା ତେବେ ବାପା କହିଲାକି ମୁଁ ଏବେ ଟଙ୍କା ନେଇସାରିଛି।

ଏହାପରେ ରାଜସ୍ଥାନର ଉଦୟପୂରରେ ବାପା ନିଜ ନାବାଳିକା ଝିଅକୁ ନେଇଯାଇ ବିବାହ କରାଇଦେଲା।ଉଜ୍ଜେନର ପ୍ରକାଶ ନଗରରେ ରହୁଥିବା ଏକ ବ୍ୟକ୍ତି ଟଙ୍କା ପାଇଁ ନିଜ ଝିଅର ସୌଦା କରିଦେଇଛି। ପୀଡିତା ଚାଇଲଡ଼ ଲାଇନ ଦ୍ଵାରା ପୋଲିସକୁ ଏହି କଥାର ସୂଚନା ଦେଲା ଯେଉଁଥିରେ ପୋଲିସ ତଦାରଖ କରି ବିଭିନ୍ନ ଧାରାରେ ମାମଲା ଦାଖଲ କରିଛି।

ଝିଅଟି ନିଜ ଉପରେ ବିତିଥିବା ଘଟଣା ପୋଲିସକୁ କହି କହିଲା କି ମୁଁ ବିବାହର ବିରୋଧ କରିଥିଲି, କିନ୍ତୁ ବାପା ମାନିଲେନାହିଁ। ପୋଲିସର ପଚରାଉଚରା ପରେ ଜଣାପଡିଲା କି ଝିଅ ବିରୋଧ କରିବାରୁ ବାପା ଝିଅକୁ କହିଲାକି ମୁଁ ଟଙ୍କା ନେଇସାରିଛି। ଏବେ ବିବାହ କରିନିଅ, ପରେ ଆଉ କେଉଁଠି ବିବାହ କରାଇଦେବା। ଏହାପରେ ଉଦୟପୂର ନେଇଯାଇ ତାର ବିବାହ କରାଇଦେଲେ ଓ ତାକୁ ସେହି ଉଦୟପୂରରେ ଯୁବକ ପାଖରେ ଛାଡିଦେଇ ଆସିଲେ। ପୀଡିତାଙ୍କ ଘରେ ମାଆ-ବାପା ଓ ଜଣେ ଭାଇ ମଧ୍ୟ ଅଛନ୍ତି।

Google

ଯେଉଁଠାରେ କ୍ରୟକାରୀ ଯୁବକ ପୀଡିତାଙ୍କ ସହ ବଳାତ୍କାର କଲେ ଓ ବିରୋଧ କରିବାରୁ ୪ଲକ୍ଷରେ କିଣିବାର କଥା କହିଲେ। ଝିଅ ଯେବେ ଉଜ୍ଜେନ ନିଜ ଘରକୁ ଫେରିଲା ତେବେ ସେ ଚାଇଲଡ଼ ଲାଇନକୁ ଫୋନ କରି ସାହାଯ୍ୟ ମାଗିଲା। ଏହି ମାମଲାରେ ପୋଲିସ ତଦାରଖ କରି ସବୁ ଅପରାଧୀଙ୍କୁ ଗିରଫ କରିନେଲା। ପୋଲିସ ଅପରାଧୀଙ୍କ ବିରୁଦ୍ଧରେ ଦୁଷ୍କର୍ମ, ବାଲ୍ୟ ବିବାହ ଓ କିଣାବିକାର ଧାରାରେ ମକଦ୍ଦମା ଦାଖଲ କରିନେଇଛି।

ଏଏସପି ଅମରେନ୍ଦ୍ର ସିଂହଙ୍କ କହିବାକଥା କି ଏହି ଘଟଣା ପରଦିନ ହିଁ ସାମ୍ନାକୁ ଆସିଥିଲା। ଝିଅଟି ୧୬ବର୍ଷର ଅଟେ। ତାର ବାପା ତାକୁ ରାଜସ୍ଥାନକୁ ଯାଇ ୪ଲକ୍ଷ ଟଙ୍କାରେ ବିକି ଏକ ବ୍ୟକ୍ତିଙ୍କ ସହ ବିବାହ କରାଇଦେଇଥିଲା। ଏହାର ଫରିଆଦ ନିଜେ ଝିଅ କରିଛି। ସବୁ ତଥ୍ୟକୁ ପ୍ରତିପାଦନ କରାଗଲା। ତାହାପରେ ଆମେ ଝିଅର ବାପା ଓ ଯେଉଁ ବ୍ୟକ୍ତି ସହ ତାର ବିବାହ କରାଯାଇଥିଲା, ତାକୁ ଗିରଫ କରିନିଆଯାଇଛି। ପୁଅର ବୟସ ପାଖାପାଖି ୩୫ବର୍ଷ ଅଟେ।

Google

ଏହା ସହିତ ବିବାହ ଏବଂ କିଣା ବିକାରେ ଯାହା ଏକ ମଧ୍ୟସ୍ଥି ମହିଳା ଥିଲା,ତାକୁ ଗିରଫ କରିନିଆଯାଇଛି। ଯାଞ୍ଚରେ ଆଉ ଏକ ମହିଳାଙ୍କ ନାମ ସାମ୍ନାକୁ ଆସିଛି,ତାର ବି ଖୋଜ କରାଯାଉଅଛି। ତାକୁ ବି ଜଲ୍ଦି ଗିରଫ କରାଯିବ। ଏତିକି ନୁହେଁ,ପୂରା ଘଟଣାର ଯାଞ୍ଚରେ ଯଦି କୌଣସି ପ୍ରକାରରେ ସଙ୍ଗଠିତ କିମ୍ବା ସଂଗଠନ କରୁଥିବା ଗ୍ରୁପ ଅଛି ଏବଂ ଯଦି ଏହି ପ୍ରକାରର ତଥ୍ୟ ସାମ୍ନାକୁ ଆସୁଛି ତେବେ ତାଙ୍କ ବିପକ୍ଷ ରେ କାର୍ଯ୍ୟନୁଷ୍ଠାନ କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟ ରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *